ୱାସିଂଟନ: ବିଶ୍ୱବ୍ରହ୍ମାଣ୍ଡର ପ୍ରଥମ ଅଣୁ ଅନ୍ତରୀକ୍ଷରେ ଠାବ ହୋଇଛି। ଦୀର୍ଘ ବର୍ଷର ଅନୁସନ୍ଧାନ ପରେ ଏହି ହିଲିୟମ ହାଇଡ୍ରାଇଡ଼୍ ଆୟନ ବା ଏଚ୍ଇଏଚ୍-ପ୍ଲସ ଅଣୁକୁ ଠାବ କରିଥିବା ଦାବି କରିଛି ନାସା। ଏହି ଆବିଷ୍କାର ଦ୍ୱାରା ବିଶ୍ୱବ୍ରହ୍ମାଣ୍ଡର ଉତ୍ପତ୍ତି ଏବଂ ବିନାଶର ତତ୍ତ୍ବ ବିଷୟରେ ଅଧିକ ଜାଣିହେବ ବୋଲି ଗବେଷକମାନେ ମତ ଦେଇଛନ୍ତି। ଜର୍ମାନୀ ଗବେଷକଙ୍କ ସୂଚନା ଅନୁଯାୟୀ ମହାବିସ୍ଫୋରଣ ପରେ ପ୍ରାୟ ୧୪,୦୦ କୋଟି ବର୍ଷ ପୂେର୍ବ ବିଶ୍ୱର ତାପମାତ୍ରା ହ୍ରାସ ପାଉଥିବା ସମୟରେ ଏହି ଅଣୁ ସୃଷ୍ଟି ହୋଇଥଲା। ବିଶ୍ୱର ଯୁବାବସ୍ଥାରେ ଆୟୋନାଇଜ୍ଡ଼ ହାଇଡ୍ରୋଜେନ୍ ଏବଂ ହିଲିୟମ ଅଣୁର ପ୍ରତିକ୍ରିୟା ଫଳରେ ଏହି ଅଣୁ ସୃଷ୍ଟି ହୋଇଛି। ଏହି ଅଣୁକୁ ଠାବ କରିବା ପାଇଁ ୧୯୨୫ ମସିହାରୁ ଅନୁସନ୍ଧାନ ଆରମ୍ଭ ହୋଇଥିଲାI ତେବେ ଅନ୍ତରୀକ୍ଷରେ ଥିବା ଗ୍ୟାସ ଏବଂ ଧୂଳିର ପରଳ ଯୋଗୁଁ ଏହି ଅଣୁକୁ ଠିକ୍ ଭାବେ ଠାବ କରାଯାଇ ପାରୁନଥିଲା। ଏତେ ବର୍ଷ ପରେ ନାସା ବୈଜ୍ଞାନିକମାନେ ଏଥିରେ ସଫଳ ହୋଇଛନ୍ତି। ଏହି ଅଣୁରୁ ବିଶ୍ୱବ୍ରହ୍ମାଣ୍ଡ ସୃଷ୍ଟି ହୋଇଥବା ବିଶ୍ୱାସ କରାଯାଉଥିବାରୁ ଏବେ ବୈଜ୍ଞାନିକ ଏବଂ ଗବେଷକଙ୍କ ମଧ୍ୟରେ ଖୁସିର ଲହରି େଖଳିଯାଇଛି। ବିଶ୍ୱବ୍ରହ୍ମାଣ୍ଡ ସୃଷ୍ଟିର ପ୍ରଥମ ଅଣୁର ଆବିଷ୍କାର ପରେ ବିଶ୍ୱର ଉତ୍ପତ୍ତି ଏବଂ ବିନାଶ ତତ୍ତ୍ବକୁ ନେଇ ଯେଉଁ ଦ୍ୱନ୍ଦ୍ୱ ଥିଲା ତାହା ଦୂର ହୋଇପାରିବ ବୋଲି ବୈଜ୍ଞାନିକମାନେ ଆଶା କରୁଛନ୍ତି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us