ନାସାର ସୌର ଝଡ଼ ସତର୍କତା: ନଭେମ୍ବର ୩୦ରେ ରେଡିଓ ଓ ଜିପିଏସ୍ ଅଚଳ ହୋଇପାରେ

Advertisment
ନାସାର ସୌର  ଝଡ଼ ସତର୍କତା: ନଭେମ୍ବର ୩୦ରେ ରେଡିଓ ଓ ଜିପିଏସ୍ ଅଚଳ ହୋଇପାରେ

ୱାସିଂଟନ: ନାସା ଏବଂ ମହାକାଶ ପାଣିପାଗ ବିଶେଷଜ୍ଞମାନେ ସତର୍କ କରାଇ ଦେଇଛନ୍ତି ଯେ ନଭେମ୍ବର ୩୦ରେ ଏକ ସୌର ଝଡ଼ ପୃଥିବୀକୁ ଧକ୍କା ଦେଇପାରେ, ଯାହା ଫଳରେ ରେଡିଓ ଏବଂ ଜିପିଏସ୍ ସିଗ୍‌ନାଲ ସାମାନ୍ୟ ବ୍ଲାକ୍ ଆଉଟ୍ ହୋଇପାରେ। ସମ୍ପ୍ରତି ମହାକାଶ କାର୍ଯ୍ୟକଳାପ, ବିଶେଷକରି ସୌର ଝଡ଼ ଧୀରେ ଧୀରେ ବୃଦ୍ଧି ପାଉଥିବାରୁ ମହାକାଶ ବିଜ୍ଞାନୀମାନେ ପ୍ରତିଦିନ ଆକାଶକୁ ନିରୀକ୍ଷଣ କରୁଛନ୍ତି। ସେମାନେ ସତର୍କ କରାଇ ଦେଇଛନ୍ତି ଯେ କୋରୋନାଲ ମାସ୍ ଇଜେକ୍ସନ (ସିଏମ୍‌ଇ) କାରଣରୁ ନଭେମ୍ବର ୩୦ରେ ଏକ ସୌର ଝଡ଼ ପୃଥିବୀକୁ ଧକ୍କା ଦେବ। ରବିବାର ପୃଥିବୀକୁ ଧକ୍କା ଦେଇଥିବା ସିଏମ୍‌ଇ ଯୋଗୁଁ ଜି-୨ ଶ୍ରେଣୀର ୧୫ ଘଣ୍ଟାର ସୋଲାର ଫ୍ଲେୟାର (ସୌର ଶିଖା) ସୃଷ୍ଟି ହୋଇଥିବା ନାସା କହିଛି।

ମହାକାଶ ପାଣିପାଗ ବିଶେଷଜ୍ଞ ଡକ୍ଟର ତମିତା ସ୍କୋଭ ଏକ୍ସରେ ଲେଖିଛନ୍ତି ଯେ ନଭେମ୍ବର ୩୦ରେ ସୌର ଝଡ଼ ଯୋଗୁଁ ଆକାଶ ଉଦ୍‌ଭାସିତ ହେବ। ଏହାବ୍ୟତୀତ ରେଡିଓ ଏବଂ ଜିପିଏସ୍ ସିଗ୍‌ନାଲ ସାମାନ୍ୟ ବାଧାପ୍ରାପ୍ତ ହୋଇପାରେ, ଯାହା ସୌର ଝଡ଼ ସମୟରେ ସ୍ୱାଭାବିକ। ଏହାର ପ୍ରଭାବ ସାଧାରଣତଃ ମାତ୍ର କିଛି ଘଣ୍ଟା ପର୍ଯ୍ୟନ୍ତ ରହିଥାଏ। କିନ୍ତୁ ସୌର ଝଡ଼ ମଣିଷ ପାଇଁ କ୍ଷତିକାରକ ନୁହେଁ। ପୃଥିବୀର ବାୟୁମଣ୍ଡଳ କାରଣରୁ ପୃଥିବୀ ପୃଷ୍ଠରେ ଥିବା ମନୁଷ୍ୟକୁ ଏହା କୌଣସି କ୍ଷତି ପହଞ୍ଚାଇ ନ ଥାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe