Image Courtesy of India Today
ନୂଆଦିଲ୍ଲୀ: ଫ୍ଲୋରିଡାର କେପ୍ କାର୍ନିଭାଲ୍ସ୍ଥିତ ‘ନାସା’ର ‘କେନେଡି ସ୍ପେସ୍ ସେଣ୍ଟର୍’ରୁ ଆଜି ରାତି ୯.୦୩ରେ (ଭାରତୀୟ ସମୟ ଗୁରୁବାର ସକାଳ ୭:୩୩) ‘ନାସା’ ଓ ଘରୋଇ ରକେଟ୍ କମ୍ପାନି ଇଲନ୍ ମସ୍କ୍ଙ୍କ ‘ସ୍ପେସ୍ଏକ୍ସ୍’ ଆନ୍ତର୍ଜାତିକ ମହାକାଶ କେନ୍ଦ୍ରକୁ ଆଉ ୪ଜଣ ମହାକାଶଚାରୀଙ୍କୁ ପ୍ରେରଣ କରିଛି।
ମହାକାଶଚାରୀଙ୍କ ମଧ୍ୟରେ ଅଛନ୍ତି ଜଣେ ପ୍ରବୀଣ ଓ ଦୁଇଜଣ ତରୁଣ ମହାକାଶଚାରୀ। ସେ ଦୁଇଜଣ ‘ନାସା’ର ଆଗାମୀ ଚନ୍ଦ୍ର ଅଭିଯାନରେ ଯିବେ। ଦୁଇସ୍ତରୀୟ ‘ଫାଲ୍କନ୍ ୯ ରକେଟ୍’ ଉପରେ ବସାଯାଇଥିବା ‘କ୍ରୁ’ ଡ୍ରାଗନ୍’ କ୍ୟାପ୍ସୁଲ୍ ବା ମହାକାଶଯାନକୁ ମିଶାଇ ‘ସ୍ପେସ୍ଏକ୍ସ୍’ ନିର୍ମାଣ କରିଥିବା ଉତ୍କ୍ଷେପଣ ଯାନଟି ରାତ୍ର ଆକଶରେ ଉଜ୍ଜ୍ବଳ ହୋଇ ମହାଶୂନ୍ୟକୁ ଗତି କରିଥିଲା।
Image Courtesy of Space.comଏହା ହେଉଛି ମହାକାଶଚାରୀଙ୍କୁ ନେଇ ଯାଇଥିବା ୪ର୍ଥ ମହାକାଶଯାନ। ଯଦି ସବୁ ସୁରୁଖୁରୁରେ ଚାଲେ ତେବେ, ‘ନାସା’ ମହାକାଶଚାରୀ ରାଜା ଚାରୀ, ଟମ୍ ମାର୍ସବର୍ଣ୍ଣ, କେଲା ବେରୋନ୍ ଏବଂ ‘ୟୁରୋପୀୟ ମହାକାଶ ଏଜେନ୍ସି’ର ମ୍ୟାଥିସ୍ ମୌରର୍ ୨୨ ଘଣ୍ଟା ପରେ ପୃଥିବୀ ଠାରୁ ୪୦୦ କିଲୋମିଟର୍ ଉପରେ ଥିବା ମହାକାଶ କେନ୍ଦ୍ରରେ ଅବରଣ କରିବେ। ସେଠାରେ ସେମାନେ ଗବେଷଣା ନିମନ୍ତେ ୬ ମାସ ବିତାଇବେ।
Follow Us