Image Courtesy of India Today
ୱାସିଂଟନ୍: ମହାକାଶଚାରୀ ପ୍ରେରଣ ପ୍ରସଙ୍ଗ ବୁଝୁଥିବା ମହାକାଶଯାନ ବିଭାଗକୁ ‘ନାସା’ ଦୁଇ ଭାଗରେ ବିଭକ୍ତ କରୁଛି। ସେଥିରୁ ଗୋଟିଏ ଚନ୍ଦ୍ର ଓ ମଙ୍ଗଳ ଆଦି ଭବିଷ୍ୟତର ବଡ଼ ବଡ଼ ଅଭିଯାନ ଉପରେ ଧ୍ୟାନ ଦେବ ଏବଂ ଅନ୍ୟଟି ଆନ୍ତର୍ଜାତିକ ମହାକାଶ କେନ୍ଦ୍ର ଏବଂ ପୃଥିବୀର ନିକଟବର୍ତ୍ତୀ ଅନ୍ୟାନ୍ୟ ଅଭିଯାନ ତୁଲାଇବ।
ଏ ପ୍ରସଙ୍ଗରେ ମଙ୍ଗଳବାର ଦିନ ‘ନାସା’ର ମୁଖ୍ୟ ବିଲ୍ ନେଲ୍ସନ୍ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି। ନେଲ୍ସନ୍ କହିଛନ୍ତି, ଆଜି ସାଙ୍ଗଠନିକ ପରିବର୍ତ୍ତନ ଠାରୁ ଅନେକ କିଛି ଅଧିକ ହେଉଛି। ଆଗାମୀ ୨୦ ବର୍ଷ ପାଇଁ କ୍ଷେତ୍ର ପ୍ରସ୍ତୁତି ଚାଲିଛି। ବର୍ଦ୍ଧିଷ୍ଣୁ ମହାକାଶୀୟ ଅର୍ଥନୀତିରେ ‘ନାସା’ର ଭବିଷ୍ୟତ ନିର୍ଦ୍ଧାରଣ କରାଯାଉଛି।
Image Courtesy of India Todayଏହି ବିଭାଜନ ଯୋଗୁଁ ସମ୍ପ୍ରତି କେଥି ଲିଉଡର୍ସଙ୍କ ନେତୃତ୍ବାଧୀନ ‘ନାସା’ର ‘ହ୍ୟୁମାନ୍ ଏକ୍ସପ୍ଲୋରେସନ୍ ଆଣ୍ଡ୍ ଅପରେସନ୍ସ୍ ମିସନ୍ ଡାଇରେକ୍ଟୋରେଟ୍’ ଦୁଇଟି ପୃଥକ୍ ବିଭାଗ ହୋଇଯିବ। ନୂତନ ‘ସ୍ପେସ୍ ଅପରେସନ୍ସ୍ ମିସନ୍ ଡାଇରେକ୍ଟୋରେଟ୍’ର ମୁଖ୍ୟ ହେବେ ‘ନାସା’ରୁ ଅବସର ଗ୍ରହଣ କରିଥିବା ଉପସହକାରୀ ପ୍ରଶାସକ ଜେମ୍ସ୍ଫ୍ରି।
Follow Us