୨୦୨୨ରେ ଦୀର୍ଘକାଳୀନ ଚନ୍ଦ୍ର ଅଭିଯାନ ପାଇଁ ପ୍ରକାଣ୍ଡ ରକେଟ୍‌ ପ୍ରସ୍ତୁତି କରୁଛି ‘ନାସା’

Advertisment
୨୦୨୨ରେ ଦୀର୍ଘକାଳୀନ ଚନ୍ଦ୍ର ଅଭିଯାନ ପାଇଁ ପ୍ରକାଣ୍ଡ ରକେଟ୍‌ ପ୍ରସ୍ତୁତି କରୁଛି ‘ନାସା’

Image Courtesy of India Today

ନୂଆଦିଲ୍ଲୀ: ପୁଣି ଥରେ ମାନବ ଚନ୍ଦ୍ରରେ ଅବତରଣ କରି ଦୀର୍ଘ ଦିନ ରହିବା ପୂର୍ବରୁ ଗୋଟାଏ ମହାକାଶ ଯାନ ଏହାକୁ ପ୍ରଦକ୍ଷଣ କରି କେତେକ ପରୀକ୍ଷାନିରୀକ୍ଷା କରିବ।

‘ଆର୍ଟେମିସ୍‌ ମିସନ୍‌’ ବୋଲି କୁହାଯାଉଥିବା ଏହି ଦୀର୍ଘକାଳୀନ ଚନ୍ଦ୍ର ଅଭିଯାନର ଅଂଶବିଶେଷ ଭାବେ ‘ଅରିଅନ୍‌ ମହାକାଶଯାନ’ ଚନ୍ଦ୍ର ଚାରିପଟେ ପ୍ରଦକ୍ଷଣ କରିବ। ୨୦୨୨ ଫେବ୍ରୁଆରିରେ ଉତ୍‌କ୍ଷେପଣ ହେବାକୁ ଥିବା ଏହି ମହାକାଶଯାନ ‘ସ୍ପେସ୍‌ ଲଞ୍ଚ୍‌ ସିଷ୍ଟମ୍‌’ ଉପରେ ରଖାଗଲାଣି। ଏହି ଅବସ୍ଥାନ ପ୍ରକ୍ରିୟା ସମ୍ପୂର୍ଣ୍ଣ ହେଲେ ‘ନାସା’ ଏହାର କେତେଗୁଡ଼ିଏ ସମନ୍ଵିତ ପରୀକ୍ଷା କରିବ। ଏହି ପରୀକ୍ଷାଦ୍ୱାରା ରକେଟ୍‌ ଏବଂ ମହାକାଶଯାନର ଦକ୍ଷତା ମୂଲ୍ୟାୟନ ହୋଇପାରିବ।

publive-image Image Courtesy of Tribune India

ଏ ସଂକ୍ରାନ୍ତରେ ‘ଏକ୍ସପ୍ଲୋରେସନ୍‌ ଗ୍ରାଉଣ୍ଡ୍‌ ସିଷ୍ଟମ୍‌ସ୍‌ ପ୍ରୋଗ୍ରାମ୍‌ ମ୍ୟାନେଜର୍‌’ ମାଇକ୍‌ ବ୍ଲଗର୍‌ କହିଛନ୍ତି, ଏଭଳି ଏକ ରେକର୍ଡ ବିଷୟରେ କହିବା ବଡ଼ କଷ୍ଟସାଧ୍ୟ। କିନ୍ତୁ, ଆଜିର ସ୍ଥିତିରେ ପହଞ୍ଚିବାକୁ ପ୍ରଚଣ୍ଡ ମେଧାସମ୍ପନ୍ନ ବ୍ୟକ୍ତିମାନେ କଠିନ ଶ୍ରମସ୍ୱୀକାର କରି ଆମକୁ ସହଯୋଗ କରିଛନ୍ତି। ‘ଆର୍ଟେମିସ୍‌-ଓ୍ଵାନ୍‌’ର ଉତ୍‌କ୍ଷେପଣ ନିମନ୍ତେ ଆମ ଟିମ୍‌ ଆତ୍ମ ଉତ୍ସର୍ଗ କରି କାର୍ଯ୍ୟ କରିଛନ୍ତି।

‘ନାସା’ କହିଛି, ଚନ୍ଦ୍ରରେ ମାନବର ଦୀର୍ଘକାଳୀନ ଅବସ୍ଥାନ ଓ ଅନେ୍ଵଷଣ ନିମନ୍ତେ ‘ଆର୍ଟେମିସ୍‌-ଓ୍ଵାନ୍‌’ ମୂଳଦୁଆ ସ୍ଥାପନ କରିବ। ଏହାପରେ ‘ଆର୍ମେଟିସ୍‌-ଟୁ’ରେ ଯାଇ ମାନବ ଚନ୍ଦ୍ରରେ ଅବତରଣ କରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe