ନାସାର ଅଭିନବ ଯୋଜନା : ମଙ୍ଗଳ ଗ୍ରହରୁ ବିଭିନ୍ନ ଉପାଦାନ ସଂଗ୍ରହ କରି ପୃଥିବୀକୁ ଅଣାଯିବ

ନାସାର ଅଭିନବ ଯୋଜନା : ମଙ୍ଗଳ ଗ୍ରହରୁ ବିଭିନ୍ନ ଉପାଦାନ ସଂଗ୍ରହ କରି ପୃଥିବୀକୁ ଅଣାଯିବ

Image Source: Flipboard

ନୂଆଦିଲ୍ଲୀ: ଆମେରିକାର ମହାକାଶ ଗବେଷଣା ସଂସ୍ଥା ନାସା (ନ୍ୟାସନାଲ ଏରୋନେଟିକ୍ସ ଆଣ୍ଡ ସ୍ପେସ୍ ଆଡମିନିଷ୍ଟ୍ରେସନ) ଏକ ଅଭିନବ ଅଭିଯାନ ହାତକୁ ନେଉଛି। ବୈଜ୍ଞାନିକମାନଙ୍କ ଅଧ୍ୟୟନ ପାଇଁ ମଙ୍ଗଳ ଗ୍ରହର ବିଭିନ୍ନ ନମୁନା ସଂଗ୍ରହ କରି ପୃଥିବୀକୁ ଆଣିବାକୁ ଯାଉଛି। ନଭେମ୍ବର ୧୦ରେ ନାସା ପକ୍ଷରୁ ଏକ ନିରପେକ୍ଷ ସମୀକ୍ଷା ରିପୋର୍ଟ ପ୍ରକାଶ କରାଯାଇଛି। ଏହି ରିପୋର୍ଟରେ ଦର୍ଶାଯାଇଛି  ଯେ ବୈଜ୍ଞାନିକ ଅଧ୍ୟୟନ ପାଇଁ ମଙ୍ଗଳ ଗ୍ରହରୁ ପୃଥିବୀକୁ ସଂପୂର୍ଣ୍ଣ ସ୍ବଚ୍ଛ ନମୁନା ଆଣିବା ପାଇଁ ନାସା ଏହାର ମାର୍ସ ସାମ୍ପଲ୍ ରିଟର୍ଣ୍ଣ (ଏମଏସଆର) ଅଭିଯାନ ଆରମ୍ଭ କରିବାକୁ ପ୍ରସ୍ତୁତ ହେଉଛି। ଉଲ୍ଲେଖଯୋଗ୍ୟ, ଏପରି ଅଭିଯାନ ବିଶ୍ବରେ ପ୍ରଥମ ଥର ଲାଗି ହେଉଛି।

ଅନ୍ୟ ଏକ ଗ୍ରହରୁ ପ୍ରଥମ ନମୁନା ସଂଗ୍ରହ କରି ଆଣିବା ପାଇଁ ୟୁରୋପୀୟ ସ୍ପେସ୍ ଏଜେନ୍ସି ସହିତ ଅନ୍ତର୍ଜାତୀୟ ଭାଗିଦାରୀ ପାଇଁ ଅଭିଯାନର ପ୍ରାଥମିକ ଆକଳନ କରିବାକୁ ନାସା ଏକ ସ୍ବାଧୀନ ସମୀକ୍ଷା ବୋର୍ଡ (ଆଇଆରବି) ଗଠନ କରିଥିଲା। ନାସାର ଏହି  ଉଚ୍ଚାଭିଳାଷୀ ମଙ୍ଗଳ ନମୁନା ସଂଗ୍ରହ ଯୋଜନାର ପରୀକ୍ଷଣ ପରେ ବୋର୍ଡ ନାସାକୁ ଏହି ଯୋଜନାରେ ଆଗକୁ ବଢ଼ିବାକୁ ଅନୁମୋଦନ କରିଛି।

ନାସା ପକ୍ଷରୁ ଜାରି  ବିବୃତିରେ କୁହାଯାଇଛି ଯେ ଗତ କିଛି ବର୍ଷ ମଧ୍ୟରେ ନାସାର ବିଭିନ୍ନ ଯୋଜନାଗୁଡ଼ିକୁ ପୁଙ୍ଖାନୁପୁଙ୍ଖ ସମୀକ୍ଷା କରିବା ପରେ ଆଇଆରବି ସର୍ବସମ୍ମତି କ୍ରମେ ନାସାର ଏମଏସଆର କାର୍ଯ୍ୟକ୍ରମକୁ ଅନୁମତି ଦେଇଛି। ବର୍ତ୍ତମାନ ପ୍ରଥମ ପଦକ୍ଷେପ ସ୍ବରୂପ ନାସା ପକ୍ଷରୁ ମଙ୍ଗଳ ଗ୍ରହକୁ ଅନୁସନ୍ଧାନ ପାଇଁ ରୋବର୍ଟ ପ୍ରେରଣ କରାଯିବ ଏବଂ ରୋବର୍ଟ ସେଠାକାର ବିଭିନ୍ନ ଉପାଦାନ ସଂଗ୍ରହ କରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe