ୱାସିଂଟନ: ଆମେରିକା ସ୍ପେସ୍ ଏଜେନ୍ସି ନାସା ଆଜି କାଲିଫର୍ନିଆରୁ ଏକ ମହାକାଶଯାନକୁ ଉଲକାପିଣ୍ଡ ଧ୍ୱଂସ କରିବା ପାଇଁ ‘ଡାର୍ଟ ମିସନ’ ଆରମ୍ଭ କରିଛି। ଦୀର୍ଘ ୭ ବର୍ଷ ଧରି ଏହି ମିସନ ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ ସ୍ପେସ୍ ଏକ୍ସ ସହ ମିଶି ନାସା ଏହି ମିସନ ଆରମ୍ଭ କରିଛି। ଏହାର ଲକ୍ଷ ହେଉଛି ପୃଥିବୀକୁ ଉଲକାପିଣ୍ଡ ଧକ୍କାରୁ ରକ୍ଷା କରିବା। ନାସା ପଠାଇଥିବା ମହାକାଶଯାନ ୨୦୨୨ ସେପ୍ଟେମ୍ବରରୁ ଅକ୍ଟୋବର ମଧ୍ୟରେ ଡିଡିମୁନ୍ ନାମକ ଏକ ଉଲ୍କା ପିଣ୍ଡ ସହ ଧକ୍କା ହେବ। ଧକ୍କା ହେବ ସମୟରେ ଉଲକା ପିଣ୍ଡର ବେଗ ଘଣ୍ଟା ପ୍ରତି ୧୩,୫୦୦ କିମି ରହିବାକୁ ଥିବା ବେଳେ ମହାକାଶଯାନର ବେଗ ୨୪,୧୪୦ କିମି ପ୍ରତି ଘଣ୍ଟା ରହିବ। ନାସାର ବରିଷ୍ଠ ବଜ୍ଞାନିକ ଥୋମାସ ଜୁବୁର୍ଚେନ୍ କହିଛନ୍ତି ଧକ୍କା ହେବା ପରେ ଉଲାକାପିଣ୍ଡର ପରିବର୍ତ୍ତନ ଅନୁଧ୍ୟାନ କରିବାକୁ ଏହି ମିସନ କରାଯାଉଛି। ଯଦି ଏହା ସଫଳ ରୁହେ ତେବେ ଭବିଷ୍ୟତରେ ପୃଥିବୀକୁ ବିପଦରୁ ଦୁରେଇ ରଖାଯାଇପାରିବ।
ଉଲକାପିଣ୍ଡ ଧ୍ବଂସ କରିବାକୁ ନାସାର ‘ଡାର୍ଟ’ ମିସନ
Advertisment
Follow Us