ମଙ୍ଗଳଗ୍ରହରେ ଅବତରଣ କଲା ନାସାର ‘ଇନସାଇଟ ଲ୍ୟାଣ୍ଡର’

Advertisment
ମଙ୍ଗଳଗ୍ରହରେ ଅବତରଣ କଲା ନାସାର ‘ଇନସାଇଟ ଲ୍ୟାଣ୍ଡର’

କେପ୍‌ କାନେବେରାଲ୍‌: ଛଅ ମାସର ଯାତ୍ରା ପରେ ନାସାର ମହାକାଶ ଯାନ‘ ଇନସାଇଟ ଲ୍ୟାଣ୍ଡର’ ସୋମବାର ଦିନ ମଙ୍ଗଳ ଗ୍ରହରେ ଅବତରଣ କରିଛି। ମଙ୍ଗଳଗ୍ରହରେ ପହଞ୍ଚିବା ପାଇଁ ୧ ବିଲିୟନ୍‌ ଡଲାର୍‌ ବ୍ୟୟରେ ନିର୍ମିତ ‘ଇନ୍‌ସାଇଟ୍‌’ ମଙ୍ଗଳ ଗ୍ରହର ବାୟୁମଣ୍ଡଳରେ ବିପଜ୍ଜନକ ପ୍ରବେଶ କରିବାର ୨୦ ମିନିଟ ପରେ ମଙ୍ଗଳ ଗ୍ରହରର ମାଟିର ଅବତରଣ କରିଛି। ଇନ୍‌ସାଇଟ୍‌ ମଙ୍ଗଳଗ୍ରହରେ ପହଞ୍ଚିବାର ୨୦ ମିନିଟ ପୂର୍ବରୁ କ୍ରୁଇଜ୍‌ ଠାରୁ ବିଛିନ୍ନ ହୋଇସାରିଥିଲା। ଆଉ ମଙ୍ଗଳଗ୍ରହ ମାଟି ଛୁଇଁବା ପରେ ନାସାକୁ ସୂଚନା ଦେଇ ସୁରକ୍ଷିତ ଅବତରଣ ସମ୍ପର୍କରେ ଅବଗତ କରିଥିଲା।
ମଙ୍ଗଳ ଗ୍ରହର ରହସ୍ୟମୟ ଆଭ୍ୟନ୍ତର ଅନେ୍ଵଷଣ କରିବାକୁ ନିର୍ମିତ ଏହି ରୋବୋଟିକ୍‌ ଯାନ ତା’ର ତିନି ଗୋଡ଼ରେ ଅବତଣ କରିବା ନିମନ୍ତେ ଘଣ୍ଟା ପ୍ରତି ୧୯, ୮୦୦ କି. ମି. ବେଗରେ ଯାଉଥିବା ବେଳେ ମଙ୍ଗଳ ଗ୍ରହର ବାୟୁମଣ୍ଡଳରେ ପଶିବାର ମାତ୍ର ୬ ମିନିଟ୍‌ରେ ଏହା ର ବେଗ ଧୀର ହେବା ସହିତ ଏହା ମଙ୍ଗଳଗ୍ରହରେ ପହଞ୍ଚିଥିଲା।
ଇନସାଇଟ ଅଗ୍ରଣୀ ବୈଜ୍ଞାନିକ ବ୍ରୁସ୍‌ ବାନେର୍ଡିଟ୍‌ କହନ୍ତି: ମଣିଷ ଚଳାଇଥିବା ଗ୍ରହ ସଂକ୍ରାନ୍ତ ଅନେ୍ଵଷଣରେ ସବୁଠୁ କଠିନ ହେଉଛି ମଙ୍ଗଳ ଗ୍ରହରେ ଅବତରଣ କରାଇବା। ତେବେ ଅତି ସଫଳତାର ସହିତ ଇନ୍‌ସାଇଟ୍‌ ମଙ୍ଗଳଗ୍ରହରେ ଅବତରଣ କରିଛି ଓ ମଙ୍ଗଳଗ୍ରହର ଯେଉଁସ୍ଥାନରେ ଏହା ଅବତରଣ କରିଛି ସେଠାକାର ଫଟୋ  ପଠାଇଛି।
ସୂଚନାଯୋଗ୍ୟ ଯେ ଇନସାଇଟ ଲ୍ୟାଣ୍ଡର ୨୦୧୮ ମସିହା ମେ ମାସ ୫ ତାରିଖରେ ଉତ୍‌କ୍ଷେପଣ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe