Image Courtesy of NDTV
ପ୍ୟାରିସ୍: କୋଟି କୋଟି ବର୍ଷ ପୂର୍ବେ ପାଣି କିଭଳି ମଙ୍ଗଳ ଗ୍ରହର ଭୂପୃଷ୍ଠ ନିର୍ମାଣରେ ସହାୟତା କରିଛି ତାହା ‘ନାସା’ର ରୋଭର୍ ପଠାଇଥିବା ଫଟୋରୁ ଜଣାପଡ଼ିଛି। ସେଠାରେ ଆଦିମ ଜୀବନ ଥିବାର ପ୍ରମାଣ ଖୋଜିବାର ସୂତ୍ର ଜଳଦ୍ୱାରା ଗଠିତ ଏହି ଭୂପୃଷ୍ଠ ଯୋଗାଇ ଦେଇପାରେ ବୋଲି ଆଶା କରାଯାଉଛି।
ଫେବ୍ରୁଆରି ମାସରେ ‘ନାସା’ର ପସ୍ୟୁଭିୟରେନ୍ସ୍’ ରୋଭର୍ ମଙ୍ଗଳ ଗ୍ରହରେ ଥିବା ‘ଜେଜିରୋ କ୍ରେଟର୍’ ନାମକ ଗହ୍ଵରରେ ଅବତରଣ କରିଥିଲା। ଦୀର୍ଘ ଦିନରୁ ବିଲୁପ୍ତ ହୋଇଯାଇଥିବା ଗୋଟାଏ ନଦୀ ସେ ଗହ୍ଵରକୁ ଜଳ ଯୋଗାଇବାଦ୍ୱାରା ତାହା ହ୍ରଦ ପାଲଟିଯାଇଥିଲା ବୋଲି ବୈଜ୍ଞାନିକମାନେ ଅନୁମାନ କରୁଛନ୍ତି। ଜଳପ୍ରବାହରେ ଆସୁଥିବା ମୃତ୍ତିକା ଜମା ହୋଇ ସେଠାରେ ପଙ୍ଖା ଆକୃତିର ତ୍ରିକୋଣ ଭୂମି ସୃଷ୍ଟି ହୋଇଥିବା ପରି ମହାକାଶରୁ ଦୃଶ୍ୟମାନ ହେଉଛି।
Image Courtesy of India Today‘ପର୍ସ୍ୟୁଭିୟରେନ୍ସ୍’ ଉଠାଇଥିବା ସ୍ତମ୍ଭାକୃତି ସ୍ତରିକୃତ ମୃତ୍ତିକା ସବୁ ଏକଦା ଏହି ତ୍ରିକୋଣଭୂମି ଅଞ୍ଚଳର କୂଳ ବା ବନ୍ଧ ଭଳି ଥିଲା ବୋଲି ବୈଜ୍ଞାନିକମାନେ କହୁଛନ୍ତି। ଏଥିରେ ଥିବା ମୃତ୍ତିକା ସ୍ତର ଏହାର ଗଠନ ପ୍ରକ୍ରିୟା ବିଷୟରେ ସୂଚନା ଦେଉଛି। ଏହା ପୃଥିବୀରେ ସୃଷ୍ଟ ନଦୀ ପ୍ରବାହଜନିତ ତ୍ରିକୋଣ ଭୂମି ପରି ଦିଶୁଥିବା କଥା ‘ନାସା’ର ବୈଜ୍ଞାନିକ ଆମି ଓ୍ଵିଲିୟମ୍ସ୍ ଓ ତାଙ୍କ ଟିମ୍ କହିଛନ୍ତି।
ପ୍ରାୟ ୩.୭ ବିଲିୟନ୍ ବର୍ଷ ପୂର୍ବେ ମଙ୍ଗଳରେ ଜଳ ପ୍ରବାହିତ ହେଉଥିବା କଥା ଏହି ତ୍ରିକୋର ଭୂମିର ମୂଳଦୁଆରେ ଥିବା ତିନୋଟି ସ୍ତରରୁ ଜଣାପଡ଼ିଛି ବୋଲି ସେମାନେ କହିଛନ୍ତି। ସେତେବେଳେ ସେଠାରେ ଜଳପ୍ଳାବନ ବା ବନ୍ୟା ପରିସ୍ଥିତି ଥିବା କଥା।
Follow Us