ସୂର୍ଯ୍ୟର ସବୁଠାରୁ ନିକଟରେ ପହଞ୍ଚିଲା ପାର୍କର

ନାସାର ସୌର ଅନୁସନ୍ଧାନ ଯାନ ପାର୍କର ଏକ ନୂଆ ଇତିହାସ ସୃଷ୍ଟି କରିଛି। ମଙ୍ଗଳବାର ଅପରାହ୍ନ ଠିକ୍ ୫ଟା ୧୦ମିନିଟରେ ଆମେରିକୀୟ ମହାକାଶ ଏଜେନ୍ସିର ଏହି ମହାକାଶଯାନ ସୂର୍ଯ୍ୟର ଅତି ନିକଟତର ହୋଇଥିଲା।

parker

ଲସ୍ ଆଞ୍ଜେଲସ: ନାସାର ସୌର ଅନୁସନ୍ଧାନ ଯାନ ପାର୍କର ଏକ ନୂଆ ଇତିହାସ ସୃଷ୍ଟି କରିଛି। ମଙ୍ଗଳବାର ଅପରାହ୍ନ ଠିକ୍ ୫ଟା ୧୦ମିନିଟରେ ଆମେରିକୀୟ ମହାକାଶ ଏଜେନ୍ସିର ଏହି ମହାକାଶଯାନ ସୂର୍ଯ୍ୟର ଅତି ନିକଟତର ହୋଇଥିଲା। ଇତିହାସରେ ପ୍ରଥମ ଥର ପାଇଁ ମନୁଷ୍ୟ ଦ୍ୱାରା ନିର୍ମିତ ପ୍ରଥମ ମହାକାଶଯାନ ଯାହା ସୂର୍ଯ୍ୟଙ୍କ ଏତେ ନିକଟରେ ପହଞ୍ଚିଛି । ନାସା ଅନୁଯାୟୀ, ସୂର୍ଯ୍ୟଠାରୁ ଯାନର ଦୂରତା ମାତ୍ର ୬୧ ଲକ୍ଷ କିଲୋମିଟର ରହିଛି । ଏହା ପୂର୍ବରୁ ସୂର୍ଯ୍ୟଙ୍କ ସବୁଠାରୁ ନିକଟତର ହୋଇଥିବା ଯାନଟି ପ୍ରାୟ ୪.୩ କୋଟି କିଲୋମିଟର ଦୂରଦେଇ ଗତି କରିଥିଲା । ପାର୍କର ଏହାଠାରୁ ପ୍ରାୟ ୭ଗୁଣ ଅଧିକ ନିକଟରେ ପହଞ୍ଚିଥିଲା ।  

ପୃଥିବୀଠାରୁ ସୂର୍ଯ୍ୟର ଦୂରତା ପ୍ରାୟ ୧୫୦ ନିୟୁତ କିଲୋମିଟର, ବର୍ତ୍ତମାନ ସୁଦ୍ଧା ପୃଥିବୀରେ ଉତକ୍ଷେପଣ ହୋଇଥିବା ସମସ୍ତ ସୌର ଅଭିଯାନ ସୂର୍ଯ୍ୟଠାରୁ ଲକ୍ଷ ଲକ୍ଷ କିଲୋମିଟର ଦୂରରୁ ଏହାର ରହସ୍ୟ ଅନୁସନ୍ଧାନ କରୁଛି । ୧୯୭୬ ମସିହାରେ ସୂର୍ଯ୍ୟଠାରୁ ପ୍ରାୟ ୪.୩ କୋଟି କିଲୋମିଟର ଦୂରରେ ଉଡ଼ିଥିବା ନାସାର ହେଲିଓସ୍-୨ ଏହି ନକ୍ଷତ୍ରର ନିକଟତମ ମହାକାଶଯାନ ଥିଲା।

ମଙ୍ଗଳବାର ଯେତେବେଳେ ମହାକାଶଯାନ ସୂର୍ଯ୍ୟର ନିକଟତର ରେ ପହଞ୍ଚିଥିଲା ସେତେବେଳେ ଏହାର ବେଗ ଘଣ୍ଟା ପ୍ରତି ୬,୯୨,୦୧୭ କିଲୋମିଟର ଥିଲା, ଯାହା କି ସେକେଣ୍ଡ ପ୍ରତି ୧୯୦ କିଲୋମିଟର ବେଗଠାରୁ ଅଧିକ । ନାସା ଦାବି କରିଛି ଯେ ମାନବ ଦ୍ବାରା ସୃଷ୍ଟି ହୋଇଥିବା କୌଣସି ବସ୍ତୁ ତୁଳନାରେ ଏହାର ବେଗ ସର୍ବାଧିକ । ଯାହା କି ଏକ ନୂଆ ରେକର୍ଡ ମଧ୍ୟ । ନାସା ଅନୁଯାୟୀ, କୌଣସି ମହାକାଶଯାନ କେବେ ବି କୌଣସି ନକ୍ଷତ୍ରର ଏତେ ନିକଟତର ଏବଂ ଏତେ ବେଗରେ ଅତିକ୍ରମ କରିନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe