ନାସିକର ଏନସିପି ନେତା ସଞ୍ଜୟ ସିନ୍ଦେ ଜୀବନ୍ତ ଦଗ୍ଧ, କାରରେ ନିଆଁ ଲାଗି ଦୁର୍ଘଟଣା

Advertisment
ନାସିକର ଏନସିପି ନେତା ସଞ୍ଜୟ ସିନ୍ଦେ ଜୀବନ୍ତ ଦଗ୍ଧ, କାରରେ ନିଆଁ ଲାଗି ଦୁର୍ଘଟଣା

India Today

ମୁମ୍ବାଇ: ମଙ୍ଗଳବାର ସନ୍ଧ୍ୟାରେ ନାସିକରେ ଜଣେ ଏନସିପି ନେତା ଜୀବନ୍ତ ଦଗ୍ଧ ହୋଇଥିବା ଖବର ମିଳିଛି। ଏନସିପି ନେତା ସଞ୍ଜୟ ସିନ୍ଦେ ମୁମ୍ବାଇ-ଆଗ୍ରା ରାଜପଥରେ ଯାତ୍ରା କରୁଥିବା ବେଳେ ପିମ୍ପଲଗାଓଁ ବସୱନ୍ତ ଟୋଲ ପ୍ଲାଜା ନିକଟରେ ତାଙ୍କ କାରରେ ସର୍ଟସର୍କିଟ ହୋଇ ନିଆଁ ଲାଗି ଯାଇଥିଲା।

ମଦ ଶିଳ୍ପ ପାଇଁ ପ୍ରସିଦ୍ଧ ନାସିକ୍ ଜିଲ୍ଲାର ଜଣେ ଅଙ୍ଗୁର ରପ୍ତାନିକାରୀ ସିନ୍ଦେ ତାଙ୍କ ବଗିଚା ପାଇଁ କୀଟନାଶକ କିଣିବାକୁ ପିମ୍ପଲଗାଓଁ ଅଭିମୁଖେ ଯାଉଥିଲେ । କଦଭା ନଦୀ ଉପରେ ଥିବା ଓଭରବ୍ରିଜ୍ ନିକଟରେ ହଠାତ ଗାଡ଼ି ଖରାପ ହୋଇଥିଲା।

ଏହାପରେ ସର୍ଟ ସର୍କିଟ ଯୋଗୁଁ କାରଟିରେ ନିଆଁ ଲାଗି ଯାଇଥିଲା । ସ୍ଥାନୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ, ସର୍ଟ ସର୍କିଟରୁ ସୃଷ୍ଟି  ଅଗ୍ନିସ୍ଫୁଲିଙ୍ଗ  କାରରେ ରଖାଯାଇଥିବା ଅତ୍ୟଧିକ ଦହନଶୀଳ ହ୍ୟାଣ୍ଡ ସାନିଟାଇଜର ସଂସ୍ପର୍ଶରେ ଆସି ନିଆଁ ଧରି ଯାଇଥିଲା। ହ୍ୟାଣ୍ଡ ସାନିଟାଇଜରରେ  ନିଆଁ ଲାଗିବା ପରେ ଗାଡିର କେନ୍ଦ୍ରୀୟ ଲକିଂ ମେକାନିଜିମ୍ ସକ୍ରିୟ ହୋଇ କବାଟ ବନ୍ଦ ହୋଇଯାଇଥିଲା।

ସିନ୍ଦେ କାରରେ ଅଟକି ରହିଥିଲେ ଏବଂ ଝରକା ଭାଙ୍ଗିବାକୁ ଚେଷ୍ଟା କରିଥିଲେ ମଧ୍ୟ ନିଆଁ ଏତେ ଶୀଘ୍ର ବ୍ୟାପି ଯାଇଥିଲା ଯେ ସେ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ। କାରଟିରେ ନିଆଁ ଲାଗିବା ଦେଖି ସ୍ଥାନୀୟ ଲୋକ ଯାତ୍ରୀଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ ଏବଂ ଅଗ୍ନିଶମ ବାହିନୀକୁ ମଧ୍ୟ ଡାକିଥିଲେ। କିନ୍ତୁ ସଞ୍ଜୟ ସିନ୍ଦେ ଜୀବନ୍ତ ଉଦ୍ଧାର ହୋଇପାରି ନ ଥିଲେ। ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିବା ପରେ ମୃତ ଅବସ୍ଥାରେ ଏନସିପି ନେତା ସଞ୍ଜୟ ସିନ୍ଦେଙ୍କୁ ଉଦ୍ଧାର କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe