ସାଭରକର ଯଦି ଭାରତ ରତ୍ନ ପାଇଁ ଯୋଗ୍ୟ, ନାଥୁରାମ ଗଡ୍‌ସେ ବି ଏହି ପୁରସ୍କାର ପାଇବା ଉଚିତ : ସିଦ୍ଧରମୟା

Advertisment
ସାଭରକର ଯଦି ଭାରତ ରତ୍ନ ପାଇଁ ଯୋଗ୍ୟ, ନାଥୁରାମ ଗଡ୍‌ସେ ବି ଏହି ପୁରସ୍କାର ପାଇବା ଉଚିତ : ସିଦ୍ଧରମୟା

(Photo Credits: PTI)

ବେଙ୍ଗାଲୁର: କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମୟା ଭାରତୀୟ ଜନତା ପାର୍ଟି ଉପରେ ଖୁବ୍‌ ବର୍ଷିଛନ୍ତି। ଜାତୀୟବାଦୀ ନେତା  ବିନାୟକ ଦାମଦୋର ସାଭରକରଙ୍କୁ ଭାରତ ରତ୍ନ ପୁରସ୍କାର ଦିଆଯିବା ନେଇ ବିଜେପିର ବୟାନ ଉପରେ ନିଜର କ୍ଷୋଭ ପ୍ରକାଶ କରିଛନ୍ତି କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମୟା।

କଂଗ୍ରେସର ଏହି ବରିଷ୍ଠ ନେତାଙ୍କ କହିବା କଥା ହେଲା, ଶୁଣାଯାଏ ଯେ ସାଭରକର ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ହତ୍ୟା କରିବାରୁ ଷଡ଼ଯନ୍ତ୍ର ରଚୁଥିଲେ। ଯଦି ସେଭଳି ଜଣେ ବ୍ୟକ୍ତିଙ୍କୁ ଭାରତ ରତ୍ନ ଦିଆଯିବା କଥା କୁହାଯାଉଛି ଯେବେ ଗାନ୍ଧୀଙ୍କ ହତ୍ୟାକାରୀ ନାଥୁରାମ ଗଡ୍‌ସେ ମଧ୍ୟ ଭାରତ ରତ୍ନ ପାଇଁ ଯୋଗ୍ୟ। ମାଙ୍ଗାଲୁରରେ ଶୁକ୍ରବାର ଦଳୀୟ କର୍ମୀମାନଙ୍କୁ ଉଦ‌ବୋଧନ  ଦେଇ ସେ ଏପରି ମତ ରଖିଛନ୍ତି। ଭାରତୀୟ ଜନତା ପାର୍ଟି ତା’ର ମହାରାଷ୍ଟ୍ର ନିର୍ବାଚନ ଇସ୍ତହାରରେ ସାଭରକରଙ୍କୁ ଭାରତ ରତ୍ନ ଦେବା କଥା ପ୍ରକାଶ କରିବା ପରେ ସିଦ୍ଧରମୟା ଏପରି ମତ ରଖିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe