ବାପୁଜୀଙ୍କୁ ନାଥୁରାମ୍‌ ହିଁ ମାରିଥିଲେ:ସାନି ତଦନ୍ତ ଅନାବଶ୍ୟକ: ଆମିକସ୍‌ କ୍ୟୁରି

ବାପୁଜୀଙ୍କୁ ନାଥୁରାମ୍‌ ହିଁ ମାରିଥିଲେ:ସାନି ତଦନ୍ତ ଅନାବଶ୍ୟକ: ଆମିକସ୍‌ କ୍ୟୁରି

ନୂଆଦିଲ୍ଲୀ: ମହାତ୍ମା ଗାନ୍ଧୀଙ୍କ ହତ୍ୟାକାଣ୍ଡ ମାମଲାର ପୁନଃତଦନ୍ତର କୌଣସି ଆବଶ୍ୟକତା ନାହିଁ। ଗାନ୍ଧୀଙ୍କ ହତ୍ୟା ପଛରେ କୌଣସି ରହସ୍ୟମୟ ବ୍ୟକ୍ତି ନଥିବା ବେଳେ ତାଙ୍କୁ ହିନ୍ଦୁତ୍ୱବାଦୀ ନାଥୁରାମ ଗଡ୍‌ସେ ହିଁ ହତ୍ୟା କରିଛନ୍ତି ବୋଲି ଆଜି ସୁପ୍ରିମକୋର୍ଟରେ ଆମିକସ୍‌ କ୍ୟୁରି କହିଛନ୍ତି। ମହାତ୍ମା ଗାନ୍ଧୀଙ୍କୁ ଅନ୍ୟଜଣେ କେହି ହତ୍ୟା କରିଥିବା ବା ତାଙ୍କୁ ଚତୁର୍ଥ ଗୁଳି ବାଜିଥିବା ନେଇ କୌଣସି ପ୍ରମାଣ ମିଳିପାରିନାହିଁ ବୋଲି ସର୍ବୋଚ୍ଚ ଅଦାଲତରେ ବରିଷ୍ଠ ଆଇନ୍‌ଜୀବୀ ଅମରେନ୍ଦ୍ର ଶରନ୍‌ କହିଛନ୍ତି।
ସୂଚନାଯୋଗ୍ୟ, ଆତ୍ମଘୋଷିତ ବୀର ସଭରକର ଭକ୍ତ ତଥା ‘ଅଭିନବ ଭାରତ’ ପ୍ରତିଷ୍ଠାତା ପଙ୍କଜ୍‌ ଫଡ୍‌ନିସ୍‌ ଗାନ୍ଧୀଙ୍କୁ ଗଡସେଙ୍କ ତିନିଟି ଗୁଳି ପରେ ଚତୁର୍ଥ ଗୁଳି ଅନ୍ୟ ଜଣେ କାହାର ବନ୍ଧୁକରୁ ବାଜିଥିଲା ବୋଲି ଦାବିକରିଥିିଲେ। ଏହି ଘଟଣାର ସାନି ତଦନ୍ତ କରି ସତ୍ୟାସତ୍ୟ ବାହାର କରିବା ସହ ଗାନ୍ଧୀଜୀଙ୍କ ପ୍ରକୃତ ହତ୍ୟାକାରୀ ବୋଲି ମନେ ହେଉଥିବା ଉକ୍ତ ସନ୍ଦିଗ୍ଧ ବନ୍ଧୁକଧାରୀଙ୍କ ବିଷୟରେ ଦେଶବାସୀଙ୍କୁ ଜଣାଇବା ଲାଗି ସେ ସର୍ବୋଚ୍ଚ ଅଦାଲତରେ ଆବେଦ କରିଥିଲେ। ତେବେ ଏହି ମାମଲାରେ କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଆମିକସ୍‌ କ୍ୟୁରି ଆଇନ୍‌ଜୀବୀ ଅମରେନ୍ଦ୍ର ଶରନ୍‌ ଓ ତାଙ୍କ ସହଯୋଗୀ ଗାନ୍ଧୀ ହତ୍ୟାକାଣ୍ଡ ସମ୍ପର୍କିତ ୪ହଜାର ପୃଷ୍ଠାର ରିପୋର୍ଟ ଏବଂ ୧୯୬୯ ମସିହାର ଜୀବନ ଲାଲ କପୁର ତଦନ୍ତ କିମିଶନ ରିପୋର୍ଟକୁ ଅନୁଧ୍ୟାନ କରି କୋର୍ଟରେ ଏଭଳି ମତାମତ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe