ମହାତ୍ମା ଗାନ୍ଧୀଙ୍କ ୭୨ତମ ତିରୋଧାନ ଦିବସରେ ରାଜନେତାଙ୍କ ଶ୍ରଦ୍ଧାଞ୍ଜଳି

ମହାତ୍ମା ଗାନ୍ଧୀଙ୍କ ୭୨ତମ ତିରୋଧାନ ଦିବସରେ ରାଜନେତାଙ୍କ ଶ୍ରଦ୍ଧାଞ୍ଜଳି

Image Source: Zee News

ନୂଆଦିଲ୍ଲୀ: ଗୁରୁବାର ଦିନ ଦେଶ ମହାତ୍ମା ଗାନ୍ଧୀଙ୍କ ୭୨ତମ ମହାପ୍ରାୟାଣ ଦିବସ ଓ ସହିଦ ଦିବସ ପାଳନ କରୁଛି। ୧୯୪୮ ମସିହା, ଜାନୁଆରି ୩୦ ତାରିଖ ଦିନ ନାଥୁରାମ ଗଡ଼ସେଙ୍କ ଦ୍ୱାରା ମୋହନଦାସ କରମଚାନ୍ଦ ଗାନ୍ଧୀ ନିହତ ହୋଇଥିଲେ। ପ୍ରତିବର୍ଷ ଆଜି ଦିନରେ ଭାରତ ଗାନ୍ଧୀଜୀଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରେ।

ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଚିଫ୍‌ ଅଫ୍‌ ଡିଫେନ୍‌ସ୍‌ ଷ୍ଟାଫ୍‌ ଜେନେରାଲ୍‌ ବିପିନ ରାଓ୍ଵତ, ସେନାମୁଖ୍ୟ ଜେନେରାଲ୍‌ ଏମ୍‌ଏମ୍‌ ନରଓ୍ଵାଣେ, ନୌସେନା ମୁଖ୍ୟ ଆଡ୍‌ମିରାଲ୍‌ କରମବୀର ସିଂହ ଏବଂ ବାୟୁସେନା ମୁଖ୍ୟ ମାର୍ସାଲ୍‌ ଆର୍‌କେଏସ୍‌ ଭଦୌରିଆ ଜାତୀୟ ରାଜଧାନୀସ୍ଥିତ ରାଜଘାଟ ଠାରେ ଗାନ୍ଧୀଜୀଙ୍କ ସମାଧିସ୍ଥଳରେ ନାନାରଙ୍ଗୀ ଫୁଲରେ ସଜ୍ଜିତ ମାଳା ରଖି ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।

ଅନ୍ୟାନ୍ୟ ଅନେକ ନେତା ମଧ୍ୟ ଆଜି ଗାନ୍ଧୀଜୀଙ୍କ ପ୍ରତି ଶ୍ରଦ୍ଧାଞ୍ଜଳିଜ୍ଞାପନ କରିଛନ୍ତି।

publive-image Image Source: Latestly

ଟୁଇଟ୍‌ କରି ରାଷ୍ଟ୍ରପତି କୋବିନ୍ଦ ଲେଖିଛନ୍ତି: ଅନ୍ତିମ ଆତ୍ମବଳିରେ ଗାନ୍ଧୀଜୀ ଆମ ପାଇଁ ଅପରିବର୍ତ୍ତନୀୟ ସ୍ମାରକୀଟିଏ ଛାଡ଼ିଯାଇଛନ୍ତି:- ନିଃସର୍ତ୍ତ ପ୍ରେମ, ବିଶେଷକରି ‘ଅନ୍ୟ ପ୍ରତି’। ମୋର ଦୃଢ଼ବିଶ୍ୱାସ, ଆମମାନଙ୍କ ମଧ୍ୟରୁ ଅଧିକରୁ ଅଧିକ ଗାନ୍ଧୀଜୀଙ୍କ ବାର୍ତ୍ତାର ସତ୍ୟତା ଆବିଷ୍କାର କରିବେ।

ପ୍ରଧାନମନ୍ତ୍ରୀ ମୋଦୀ ଟୁଇଟ୍‌ କରିଛନ୍ତି: ଶ୍ରାଦ୍ଧବାର୍ଷିକୀରେ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି। ବାପୁଙ୍କ ବ୍ୟକ୍ତିତ୍ୱ, ବିଚାରଧାରା ଓ ଆଦର୍ଶ ଏକ ବଳିଷ୍ଠ, ସମର୍ଥ ଏବଂ ସମୃଦ୍ଧ ନୂଆ ଭାରତ ନିର୍ମାଣ ନିମନ୍ତେ ଆମକୁ ପ୍ରେରଣା ଦେବ।

ଦେଶକୁ ରକ୍ଷା କରିବାକୁ ଯାଇ ଆତ୍ମବଳି ଦେଇଥିବା ସୈନିକମାନଙ୍କ ଉଦ୍ଦେଶ୍ୟରେ ଜାନୁଆରି ୩୦ ତାରିଖ ଦିନ ସହିଦ ଦିବସ ମଧ୍ୟ ପାଳନ କରାଯାଏ। ସହିଦ ସୈନିକଙ୍କ ନିମନ୍ତେ ଦିନ ୧୧ଟା ବେଳେ ସମଗ୍ର ଦେଶରେ ଏଥିପାଇଁ ଦୁଇ ମିନିଟ୍‌ ନିରବ ପ୍ରାର୍ଥନା କରାଯାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe