Image Courtesy: Hindustan Times
ନୂଆଦିଲ୍ଲୀ: ଆଜି ପୁଲ୍ଓ୍ଵାମା ଆତଙ୍କବାଦୀ ଆକ୍ରମଣକୁ ବର୍ଷେ ପୂରିଲା। ୨୦୧୯ ମସିହା ଫେବ୍ରୁଆରି ୧୪ ତାରିଖ ଦିନ ଜମ୍ମୁ ଓ କଶ୍ମୀରର ପୁଲ୍ଓ୍ଵାମା ଠାରେ ଆତଙ୍କବାଦୀଙ୍କ ଆକ୍ରମଣରେ ୪୦ଜଣ ଯବାନ ସହିଦ ହୋଇଥିଲେ। ସହିଦ ‘ସିଆର୍ପିଏଫ୍’ ଯବାନଙ୍କ ପ୍ରତି ଦେଶ ଆଜି ଶ୍ରଦ୍ଧାଞ୍ଜଳି ଜଣାଉଛି।
ଏଥିପାଇଁ ଦେଶବ୍ୟାପୀ କେତେଗୁଡ଼ିଏ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ସେଥିରୁ ଗୋଟାଏ ହେଉଛି ସହିଦ ଯବାନଙ୍କ ସ୍ମତିରେ ସ୍ମାରକୀ ଉତ୍ସର୍ଗ କାର୍ଯ୍ୟକ୍ରମ। ବିସ୍ଫୋରଣ ଘଟିଥିବା ସ୍ଥାନ ନିକଟରେ ଥିବା ଏକ ‘ସିଆର୍ପିଏଫ୍’ କ୍ୟାମ୍ପ୍ରେ ଏହି ସ୍ମାରକୀ ନିର୍ମାଣ କରାଯାଇଛି।
Image Courtesy: Zee Newsଏହି ସ୍ମାରକୀରେ ସହିଦ ହୋଇଥିବା ୪୦ଜଣ ଯବାନଙ୍କ ନାମ ଓ ଫଟୋ ରହିଛି। ଏହା ଛଡ଼ା ଏଥିରେ ଲେଖାଯାଇଛି ‘ସେବା ଓ ନିଷ୍ଠା’।
ଗତବର୍ଷ ଆଜି ଦିନରେ ‘ଜୈଶ୍-ଏ-ମହମ୍ମଦ’ର ଜଣେ ଆତଙ୍କବାଦୀ ଏହି ସ୍ଥାନରେ ବିସ୍ଫୋଣର ଘଟାଇଥିଲା। ସେ ଆତଙ୍କବାଦୀ ହେଉଛି ଆଦିଲ୍ ଅହମଦ ଦର୍। ସେ ଏକ ବିସ୍ଫୋରକ ବୋଝେଇ କାର୍ ନେଇ ‘ସିଆର୍ପିଏଫ୍’ ଯବାନ ଯାଉଥିବା ବସ୍ ପାଖରେ ବିସ୍ଫୋରଣ କରିଥିଲା। ଫଳରେ ୪୦ଜଣ ଯବାନ ସହିଦ ହୋଇଥିଲେ।
Follow Us