ଓଡ଼ିଶାକୁ ପ୍ରଂଶସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଟୁଇଟ କରି କଲେ ଏଭଳି କାମନା

Advertisment
ଓଡ଼ିଶାକୁ ପ୍ରଂଶସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଟୁଇଟ କରି କଲେ ଏଭଳି କାମନା

The Economic Times

ନୂଆଦିଲ୍ଲୀ: ବାତ୍ୟା ଅମ୍ଫାନ୍ ଦ୍ୱାରା ଘଟିଥିବା ବିନାଶର ଦୃଶ୍ୟ ଦେଖିବା ପରେ ପଶ୍ଚିମବଙ୍ଗ ଏବଂ ଓଡିଶାରେ ପରିସ୍ଥିତି ଖୁବ ଶୀଘ୍ର ସ୍ୱାଭାବିକ ହେଉ ବୋଲି କାମନା କରି ଟୁଇଟ କରି ଲେଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ବିଶେଷ କରି ସେ ବାତ୍ୟା ମୁକାବିଲା କ୍ଷେତ୍ରରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଥିବାରୁ ଓଡ଼ିଶାବାସୀ ଓ ଓଡିଶା ସରକାରଙ୍କୁ ପ୍ରଶଂସା କରିଛନ୍ତି | ଯେଉଁଭଳି ଭାବରେ ରାଜ୍ୟ ବାତ୍ୟାର ମୁକାବିଲା କଲା ତାକୁ ଦେଖିବା ପରେ ସେ ଟ୍ୱିଟ୍ କରି କହିଛନ୍ତି ଯେ, "ବାତ୍ୟା ଆମ୍ଫାନର ପ୍ରଭାବକୁ ରାଜ୍ୟ ସାହସର ସହ ମୁକାବିଲା କରିଥିବାରୁ ମୁଁ ଅବେଗିକ ଭାବେ ଓଡିଶାବାସୀଙ୍କ ସହ ଅଛି। ପ୍ରଭାବିତ ଲୋକଙ୍କୁ ସମସ୍ତ ପ୍ରକାର ସହାୟତା ଦେବା ପାଇଁ ଅଧିକାରୀମାନେ କାର୍ଯ୍ୟ କରୁଛନ୍ତି। ମୁଁ ପ୍ରାର୍ଥନା କରୁଛି ଯେ ପରିସ୍ଥିତି ଶୀଘ୍ର ସ୍ୱାଭାବିକ ହେଉ।

ଏହା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦ୍ଵିତୀୟ ଟୁଇଟରେ ଲେଖିଛନ୍ତି ଯେ, ପଶ୍ଚିମବଙ୍ଗରେ ବାତ୍ୟା ଆମ୍ଫାନ୍ ଦ୍ୱାରା ହୋଇଥିବା କ୍ଷୟକ୍ଷତିିର ଦୃଶ୍ୟ ମୁଁ ଦେଖୁଛି |  ଏହି ସମୟରେ ସମଗ୍ର ଦେଶ ପଶ୍ଚିମବଙ୍ଗ ସହ ଛିଡା ହୋଇଛି। ବାତ୍ୟା ପ୍ରଭାବିତ ଅଂଚଳରେ ଏନଡିଆରଏଫର କର୍ମଚାରୀ କାର୍ଯ୍ୟ କରୁଛନ୍ତି | ବରିଷ୍ଠ ଅଧିକାରୀମାନେ ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି ଏବଂ ପଶ୍ଚିମବଙ୍ଗ ସରକାରଙ୍କ ସହ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରୁଛନ୍ତି। ପ୍ରଭାବିତ ଲୋକଙ୍କୁ ସାହାଯ୍ୟ କରିବାରେ କୌଣସି ଅଭାବ ରଖାଯିବ ନାହିଁ |

ତେବେ ଓଡିଶା ଅପେକ୍ଷା ପଶ୍ଚିମବଙ୍ଗରେ ବାତ୍ୟା ଅମ୍ଫାନ୍ ତାଣ୍ଡବ ରଚିଛି | ବିଦ୍ୟୁତ୍‌ ନାହିଁ, ଟେଲିଫୋନ୍‌ ଯୋଗାଯୋଗ ନାହିଁ କି ନାହିଁ ଇଣ୍ଟ୍‌ରନେଟ୍‌ କନ୍‌କେସନ୍‌! ଟଳି ପଡ଼ିଛି ବିଶାଳକାୟ ବୃକ୍ଷ, ମଝି ରାସ୍ତା‌ରେ ପଡ଼ି ରହିଛି ବିଦ୍ୟୁତ୍‌ ଖୁଣ୍ଟି, ଗଛର ପତ୍ର ପରି ଉଡ଼ି ଯାଇଛି ଆଜ୍‌ବେଷ୍ଟ୍‌ସ, ମାଟିରେ ମିଶିଛି କଚା ଘର, ଭାଙ୍ଗି ଯାଇଛି ନଭଶ୍ଚୁମ୍ବୀ ଅଟ୍ଟାଳିକାର କାଚ ଝରକା ସବୁ, ଘର ଭିତରେ ଖେଳୁଛି ସମୁଦ୍ର ଜୁଆର ପରି ଲହଡ଼ି। ଭୟଙ୍କର ସାମୁଦ୍ରିକ ଝଡ଼ ‘ଅମ୍ଫାନ’ ସ୍ଥଳଭାଗ ଛୁଇଁବା ପରେ କୋଲକାତା ଉପର ଦେଇ ଗତି କରିବା ସହ ‌ସେଠାରେ ତାଣ୍ଡବ ରଚିଥିଲା। ବାତ୍ୟା ‘ଅମ୍ଫାନ’ର ପ୍ରକୋପରେ ଛାରଖାର୍‌ ହୋଇ ଯାଇଥିଲା ପୂରା କୋଲକାତା ସହର। ଘଣ୍ଟାକୁ ପ୍ରାୟ ୧୨୦ରୁ ୧୩୫ କିଲୋମିଟର୍‌ ବେଗରେ ପବନ ‌ବହିବା ପରେ କୋଲକାତା ପରି ସହର ହୋଇଥିଲା ଧରାଶାୟୀ। କୋଲ୍‌କାତାରେ ପବନର ଝଟ୍‌କା ଥିଲା ଗଣ୍ଟା ପ୍ରତି ୧୫୫ କିମି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe