ଜାତୀୟ ସଂଗୀତରୁ ‘ସିନ୍ଧ୍‌’ହଟାଇ ତା’ସ୍ଥାନରେ ‘ଉତ୍ତର-ପୂର୍ବ’ ଶବ୍ଦ ରଖାଯାଉ : ରାଜ୍ୟସଭାରେ କଂଗ୍ରେସ ସାଂସଦଙ୍କ ପ୍ରସ୍ତାବ

ଜାତୀୟ ସଂଗୀତରୁ ‘ସିନ୍ଧ୍‌’ହଟାଇ ତା’ସ୍ଥାନରେ ‘ଉତ୍ତର-ପୂର୍ବ’ ଶବ୍ଦ ରଖାଯାଉ : ରାଜ୍ୟସଭାରେ କଂଗ୍ରେସ ସାଂସଦଙ୍କ ପ୍ରସ୍ତାବ

ନୂଆଦିଲ୍ଲୀ: ଜାତୀୟ ସଂଗୀତକୁ ସଂଶୋଧନ କରିବାକୁ ରାଜ୍ୟସଭାରେ ଏକ ବିଲ୍‌ ଆଗତ କରିଛନ୍ତି କଂଗ୍ରେସ ସାଂସଦ ରିପୁନ୍‌ ବୋରା। ଆମର ଜାତୀୟ ସଂଗୀତ ବିଶ୍ୱକବି ରବୀନ୍ଦ୍ର ନାଥ ଟାଗୋରଙ୍କ ରଚିତ ‘ଜନ -ଗଣ-ମନ....’ରେ ଭାରତର ବିଭିନ୍ନ ପ୍ରାନ୍ତର ବର୍ଣ୍ଣନା ମଧ୍ୟରେ ‘ସନ୍ଧ୍‌’ର ଉଲ୍ଲେଖ ରହିଛି। ଏହି ବିଲ୍‌ରେ ସାଂସଦ ରିପୁନ୍‌ ବୋରା ଦର୍ଶାଇଛନ୍ତି ଯେ, ବର୍ତ୍ତମାାନ ‘ସିନ୍ଧ’ ପ୍ରଦେଶ ଭାରତର ଭୌଗଳିକ ସୀମାରେ ନାହିଁ, ଏହା ପାକିସ୍ତାନ ଅନ୍ତର୍ଗତ। ପୁଣି ପାକିସ୍ତାନ ଭାରତ ପ୍ରତି ଶତୃଭାବ ପୋଷଣ କରୁଥିବା ଏକ ରାଷ୍ଟ୍ର। ଏପରିସ୍ଥଳେ ଜାତୀୟ ସଂଗୀତର ସଂଶୋଧନ କରାଯାଇ ‘ସିନ୍ଧ’ଶବ୍ଦ ପରିବର୍ତ୍ତେ ‘ଉତ୍ତର-ପୂର୍ବ’ ଶବ୍ଦ ରଖାଯାଉ। ଉତ୍ତର-ପୂର୍ବ ରାଜ୍ୟ ସମୂହ ଭାରତର ଅଂଶ ବିଶେଷ ଏବଂ ଏକ ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳ।

publive-image

ରାଜ୍ୟସଭାରେ ଏହି ମର୍ମରେ ଏକ ଘରୋଇ ସଦସ୍ୟ ବିଲ୍‌ ଆଗତ କରି ସେ ଜାତୀୟ ସଂଗୀତରେ ସଂଶୋଧନ ଲାଗି ଉଦ୍ୟମ ଆରମ୍ଭ କରିଛନ୍ତି କଂଗ୍ରେସ୍‌ ସାଂସଦ ବୋରା। ଏହି ବିଲ୍‌ ଉପସ୍ଥାପନ ସମୟରେ ସେ ଦେଶର ପୂର୍ବତନ ରାଷ୍ଟ୍ରପତି ଡ଼ା.ରାଜେନ୍ଦ୍ର ପ୍ରସାଦଙ୍କ ଏକ ଉକ୍ତି ଉଲ୍ଲେଖ କରିଛନ୍ତି। ୧୯୫୦ ମସିହା ଜାନୁଆରି ୨୪ ତାରିଖରେ ‘ଜନ-ଗଣ-ମନ’କୁ ଜାତୀୟ ସଂଗୀତର ମାନ୍ୟତା ପ୍ରଦତ୍ତ ସଂପର୍କିତ ଆଲୋଚନାରେ ଅଂଶଗ୍ରହଣ କରି ଡ଼ା.ରାଜେନ୍ଦ୍ର ପ୍ରସାଦ ମତ ରଖିଥିଲେ କି ‘ଯଦି ସେଭଳି ପରିସ୍ଥିତ ଉପୁଜେ, ତେବେ ସରକାର ଚାହିଁଲେ ‘ଜନ-ଗଣ-ମନ’ର ଶବ୍ଦରେ ପରିବର୍ତ୍ତନ ଆଣିପାରିବେ।

ଉଲ୍ଲେଖଯୋଗ୍ୟ କି ୨୦୧୬ ମସିହାରେ ଶିବସେନା ସାଂସଦ ଅରବିନ୍ଦ ସାଓ୍ଵନ୍ତ ଏହି ପ୍ରସଙ୍ଗ ଲୋକସଭାରେ ଉତ୍ଥାପନ କରିଥିଲେ। ସେ ଜାତୀୟ ସଂଗୀତରୁ ‘ସିନ୍ଧ୍‌’ଶବ୍ଦ ଉଠାଇ ଦିଆଯାଇ ତା’ ସ୍ଥାନରେ ଉପଯୁକ୍ତ ଶବ୍ଦ ବ୍ୟବହାର ଲାଗି ଯୁକ୍ତି ଉପସ୍ଥାପନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe