ଝାଡ଼ଖଣ୍ଡରେ ଦ୍ବିତୀୟ ପର୍ଯ୍ୟାୟ ଓ ମହାରାଷ୍ଟ୍ରରେ ପ୍ରଥମ ପର୍ଯ୍ୟାୟ ମତଦାନ ଚାଲିଛି

Advertisment

ମହାରାଷ୍ଟ୍ର ଓ ଝାଡ଼ଖଣ୍ଡରେ ବିଧାନସଭା ନିର୍ବାଚନ ପାଇଁ ମତଦାନ ଆରମ୍ଭ ‌ହୋଇଯାଇଛି। ଦୁଇ ରାଜ୍ୟରେ ଶାସକ ତଥା ବିରୋଧୀଙ୍କ ମଧ୍ୟରେ ଦେଖିବାକୁ ମିଳିବ ଘମାଘୋସ ଲଢ଼େଇ। ଝାଡ଼ଖଣ୍ଡରେ ଆଜି ଦ୍ବିତୀୟ ତଥା ଅନ୍ତିମ ପର୍ଯ୍ୟାୟ ମତଦାନ ହେଉଥିବା ବେଳେ ମହାରାଷ୍ଟ୍ରରେ ଗୋଟିଏ ପର୍ଯ୍ୟାୟରେ ମତଦାନ ଚାଲିଛି।

ମହାରାଷ୍ଟ୍ର ଓ ଝାଡ଼ଖଣ୍ଡରେ ବିଧାନସଭା ନିର୍ବାଚନ ପାଇଁ ମତଦାନ ଆରମ୍ଭ ‌ହୋଇଯାଇଛି। ଦୁଇ ରାଜ୍ୟରେ ଶାସକ ତଥା ବିରୋଧୀଙ୍କ ମଧ୍ୟରେ ଦେଖିବାକୁ ମିଳିବ ଘମାଘୋସ ଲଢ଼େଇ। ଝାଡ଼ଖଣ୍ଡରେ ଆଜି ଦ୍ବିତୀୟ ତଥା ଅନ୍ତିମ ପର୍ଯ୍ୟାୟ ମତଦାନ ହେଉଥିବା ବେଳେ ମହାରାଷ୍ଟ୍ରରେ ଗୋଟିଏ ପର୍ଯ୍ୟାୟରେ ମତଦାନ ଚାଲିଛି।

www.livemint.com

ନୂଆଦିଲ୍ଳୀ: ମହାରାଷ୍ଟ୍ର ଓ ଝାଡ଼ଖଣ୍ଡରେ ବିଧାନସଭା ନିର୍ବାଚନ ପାଇଁ ମତଦାନ ଆରମ୍ଭ ‌ହୋଇଯାଇଛି। ଦୁଇ ରାଜ୍ୟରେ ଶାସକ ତଥା ବିରୋଧୀଙ୍କ ମଧ୍ୟରେ ଦେଖିବାକୁ ମିଳିବ ଘମାଘୋସ ଲଢ଼େଇ। ଝାଡ଼ଖଣ୍ଡରେ ଆଜି ଦ୍ବିତୀୟ ତଥା ଅନ୍ତିମ ପର୍ଯ୍ୟାୟ ମତଦାନ ହେଉଥିବା ବେଳେ ମହାରାଷ୍ଟ୍ରରେ ଗୋଟିଏ ପର୍ଯ୍ୟାୟରେ ମତଦାନ ଚାଲିଛି।

ସକାଳ ୭ ଟାରୁ ଉଭୟ ରାଜ୍ୟରେ ମତଦାନ ଆରମ୍ଭ ହୋଇଥିଲା। ଏହା ମହାରାଷ୍ଟ୍ରରେ ସଂଖ୍ୟା ୬ଟା ମତଦାନ ‌ଶେଷ ହେବାକୁ ଥିବା ବେଳେ ଝାରଖଣ୍ଡରେ ସଂଧ୍ୟା ୫ଟାରେ ହେବ। 

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଭୟ ରାଜ୍ୟରେ ଭୋଟରଙ୍କୁ, ବିଶେଷକରି ମହିଳା ଏବଂ ଯୁବକମାନଙ୍କୁ ସେମାନଙ୍କର ମତ ସାବ୍ୟସ୍ତ କରିବାକୁ ନିବେଦନ କରିଛନ୍ତି।

ମହାରାଷ୍ଟ୍ରରେ ୨୮୮ ନିର୍ବାଚନମଣ୍ଡଳୀରେ ମୋଟ ୪,୧୩୬ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଝାଡ଼ଖଣ୍ଡ ବିଧାନସଭାର ମୋଟ୍‌ ୮୧ଟି ଆସନ ରହିଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ଭୋଟ୍ ୧୩ ତାରିଖରେ ପଡ଼ିଥିଲା ମୋଟ ୪୩ଟି ଆସନ ଲାଗି ମତଦାନ ହୋଇଥିଲା । ଏଥର ଦ୍ୱିତୀୟ ପର୍ୟ୍ୟାୟରେ ମୈଦାନରେ ମୋଟ୍‌ ୫୨୮ ପ୍ରାର୍ଥୀ ରହିଛନ୍ତି । ପାଖାପଖି ୧ କୋଟି ୨୩ ଲକ୍ଷ ମତଦାତା ଭୋଟ୍ ଦେବେ। ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଅଗ୍ନିପରୀକ୍ଷା ରହିଛି । ଏହି ପର୍ୟ୍ୟାୟରେ ପତ୍ନୀ କଳ୍ପନା ସୋରେନଙ୍କ ଭାଗ୍ୟ ନିର୍ଣ୍ଣୟ ହେବ। ମୋଟ୍‌ ୧୪ ହଜାର ୨୧୮ ମତଦାନ କେନ୍ଦ୍ରରେ ଭୋଟ୍‌ ଗ୍ରହଣ ହେଉଥିବା ବେଳେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe