ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ପୁଣି ୩୮,୦୭୯ କରୋନା ଆକ୍ରାନ୍ତ ଚିହ୍ନଟ, ୫୬୦ ମୃତ

ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ପୁଣି ୩୮,୦୭୯ କରୋନା ଆକ୍ରାନ୍ତ ଚିହ୍ନଟ, ୫୬୦ ମୃତ

ନୂଆଦିଲ୍ଳୀ: ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ପୁଣି ୩୮,୦୭୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ୫୬୦ ଜଣଙ୍କର କରୋନାରେ ମୃତ୍ୟୁ ଘଟିଛି। ନୂତନ ସଂକ୍ରମିତଙ୍କୁ ମିଶାଇ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୧୦,୬୪,୯୦୮ରେ ପହଞ୍ଚିଛି। ମୃତ୍ୟୁ ସଂଖ୍ୟା ପହଞ୍ଚିଛି ୪,୧୩,୦୯୧ରେ। ଶନିବାର କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି।

ଭାରତରେ ସକ୍ରିୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪,୨୪,୦୨୫ ରହିଛି। ଜାଣିବାକୁ ମିଳିଛି ଯେ ଗତ ୨୪ ଘଣ୍ଟା ମଧ୍ୟରେ ସକ୍ରିୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬,୩୯୭କୁ ହ୍ରାସ ପାଇଛି।

ଦେଶରେ ସାପ୍ତାହିକ ପଜିଟିଭ୍‌ ହାର ୨.୧୦ ପ୍ରତିଶତ ରହିଥିବା ବେଳେ ଦୈନିକ ସଂକ୍ରମଣ ହାର ୧.୯୧ରେ ପହଞ୍ଚିଛି। ଗତ ୨୬ ଦିନ ମଧ୍ୟରେ ଏହା ସର୍ବନିମ୍ନ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe