ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ପୁଣି ୪୦ ହଜାର ୭୧୫ ନୂଆ କରୋନା ସଂକ୍ରମିତ ଚିହ୍ନଟ

Advertisment
ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ପୁଣି ୪୦ ହଜାର ୭୧୫ ନୂଆ କରୋନା ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ପୁଣି ୪୦ ହଜାର ୭୧୫ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ନୂତନ ସଂକ୍ରମିତକୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୧ କୋଟି ୧୬ ଲକ୍ଷ ୮୬ ହଜାର ୭୯୬ରେ ପହଞ୍ଚିଛି। ଦିନକ ମଧ୍ୟରେ କରୋନାଜନିତ ୧୯୯ ଜଣଙ୍କର ମୃତ୍ୟୁ ହୋଇଛି। ଏ ନେଇ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାଣ କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଦେଶରେ ଏବେ ବି ସକ୍ରିୟ ଅଛନ୍ତି ୩ ଲକ୍ଷ ୪୫ ହଜାର ୩୭୭ ଜଣ। ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୬୦ ହଜାର ୧୬୬ ଛୁଇଁଛି। ମହାରାଷ୍ଟ୍ର, ତାମିଲନାଡୁ, ପଞ୍ଜାବ, ମଧ୍ୟପ୍ରଦେଶ, ଦିଲ୍ଲୀ, ଗୁଜୁରାଟ, କର୍ଣ୍ଣାଟକ ଏବଂ ହରିଆଣାରେ କରୋନା ଅକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ‌ହୋଇ ବଢ଼ିବାରେ ଲାଗିଛି।

ଇଣ୍ଡିଆନ୍‌ କାଉନ୍‌ସିଲ୍‌ ଅଫ୍‌ ମେଡିକାଲ୍‌ ରିସର୍ଚ (ଆଇସିଏମ୍‌ଆର୍‌) ପକ୍ଷରୁ ସୂଚନା ଦିଆଯାଇଛି ଯେ ଗତକାଲି ୯ ଲକ୍ଷ ୬୭ ହଜାର ୪୫୯ କରୋନା ନମୁନା ପରୀକ୍ଷଣ ହୋଇଥିବା ବେଳେ ସମୁଦାୟ ୨୩ କୋଟି ୫୪ ଲକ୍ଷ ୧୩ ହଜାର ୨୩୩ ନମୁନା ପରୀକ୍ଷା ହୋଇ ସାରିଲାଣି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe