ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ପୁଣି ୪୧,୩୨୨ କରୋନା ଆକ୍ରାନ୍ତ ଚିହ୍ନଟ, ୪୮୫ ମୃତ

Advertisment
ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ପୁଣି ୪୧,୩୨୨ କରୋନା ଆକ୍ରାନ୍ତ ଚିହ୍ନଟ, ୪୮୫ ମୃତ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାର କରୋନା ରିପୋର୍ଟ ହସ୍ତଗତ ହୋଇଛି। ଦେଶରେ ପୁଣି ୪୧୩୨୨ କରୋନା ସଂକ୍ରମିତ ଚିହ୍ନଟ ହେବା ଫରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୯୩ ଲକ୍ଷ ୫୧ ହଜାର ୧୧୦କୁ ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟା ମଧ୍ୟ‌ରେ ୪୮୫ ଜଣଙ୍କର ମୃତ୍ୟୁ ଘଟି ସମୁଦାୟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୩୬ ହଜାର ୨୦୦କୁ ବୃଦ୍ଧି ପାଇଛି। ଏବେ ସୁଦ୍ଧା ସୁସ୍ଥ ହୋଇ ସାରିଲେଣି ୮୭ ଲକ୍ଷ ୫୯ ହଜାର ୯୬୯ ଜଣ। ଏ ନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ପକ୍ଷରୁ ସୂଚନା ଦିଆଯାଇଛି।

ଦେଶରେ ଦୈନିକ ସଂକ୍ରମଣ ମାମଲା ଆଜି ପୁଣି ୪୫ ହଜାରରୁ କମ୍‌ ରହିଛି। ସଂକ୍ରମଣ ମାମଲା ଲଗାତାର କମ୍‌ ରହୁଥିବାରୁ ସଂକ୍ରମଣର ଦ୍ବତୀୟ ଲହର ଆରମ୍ଭ ହୋଇଥିବ‌ା ନେଇ ଖୁବ୍‌ କମ୍‌ ଲକ୍ଷଣ ଦେଖିବାକୁ ମିଳୁଛି। ଦେଶରେ ସଂକ୍ରମଣର ଦ୍ବିତୀୟ ଲହର ଆରମ୍ଭ ହୋଇନାହିଁ। ବୋଲି କେତେକ ବିଶେଷଜ୍ଞ ମତ ଦେଇଛନ୍ତି।। କେବଳ ଦିଲ୍ଲୀରେ ହିଁ ଦ୍ବିତୀୟ ଲହର କଥା ଉଠୁଥିବା ବେଳେ ଅନ୍ୟ ଅଂଚଳରେ କେବଳ ପ୍ରଥମ ଲହର ଦୁର୍ବଳ ସ୍ଥିତିକୁ ଆସିଥିବା ଏକ ଅନୁଧ୍ୟାନରୁ ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe