ଜାତୀୟ ଚଳଚ୍ଚିତ୍ର ପୁରସ୍କାର: ସୁରିୟା ଓ ଅଜୟ ଦେବଗନ ଶ୍ରେଷ୍ଠ ଅଭିନେତା

Advertisment
ଜାତୀୟ ଚଳଚ୍ଚିତ୍ର ପୁରସ୍କାର: ସୁରିୟା ଓ ଅଜୟ ଦେବଗନ ଶ୍ରେଷ୍ଠ ଅଭିନେତା

ନୂଆଦିଲ୍ଲୀ : ୬୮ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଶୁକ୍ରବାର ଦିନ ଘୋଷଣା କରାଯାଇଛି। ଶ୍ରେଷ୍ଠ ଅଭି‌ନେତା ଭାବେ ସୁରିୟା ଏବଂ ଅଜୟ ଦେବଗନଙ୍କୁ ମିଳିତ ଭାବେ ପ୍ରଦାନ କରାଯାଇଛି। ସୁରିୟାଙ୍କୁ ତାମିଲ ସିନେମା ସୁରରାଇ ପୋଟ୍ରୁ ପାଇଁ ଏବଂ ଅଜୟ ଦେବଗନଙ୍କୁ ତାନାଜୀ: ଦ ଅନସଙ୍ଗ୍ ୱାରିୟର ପାଇଁ ପୁରସ୍କାର ଦିଆଯାଇଛି। ସୁରିୟା ପ୍ରଥମ ଥର ପାଇଁ ଏବଂ ଅଜୟ ଦେବଗନ ତୃତୀୟ ଥର ପାଇଁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଛନ୍ତି। ପୂର୍ବରୁ ୧୯୯୮ରେ ସିନେମା ଜଖମ ପାଇଁ ଏବଂ ୨୦୦୨ରେ ଦ ଲିଜେଣ୍ଡ ଅଫ୍ ଭଗତ ସିଂହ ପାଇଁ ଅଜୟ ଦେବଗନ ଦୁଇଥର ଏହି ପୁରସ୍କାର ହାସଲ କରିଥିଲେ। ସୋରାରାଇ ପୋଟ୍ରୁ ସିନେମା ବିମାନ ସେବା ପ୍ରଦାନକାରୀ କମ୍ପାନି ଏୟାର ଡେକାନର ପ୍ରତିଷ୍ଠାତା ଜି ଗୋପୀନାଥଙ୍କ ଜୀବନୀ ଓ କାହାଣୀକୁ ନେଇ ପ୍ରସ୍ତୁତ ହୋଇଛି। ଏହି ସିନେମା ଶ୍ରେଷ୍ଠ ଫିଚର ଫିଲ୍ମ ପୁରସ୍କାର ମଧ୍ୟ ପାଇଛି। କିଂବଦନ୍ତି ମରାଠା ଯୋଦ୍ଧା ତାନାଜୀ ମଲୁସରେଙ୍କ ଜୀବନୀ ଉପରେ ଆଧାରିତ ଐତିହାସିକ ସିନେମା ତାନାଜୀରେ ନିଖୁଣ ଅଭିନୟ ପାଇଁ ଅପର୍ଣ୍ଣା ବାଲାମୁରଲୀ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ପାଇଛନ୍ତି। ଏଥିସହିତ ଉକ୍ତ ସିନେମାକୁ ‌ଶ୍ରେଷ୍ଠ ନାଟ୍ୟରୂପାନ୍ତର ଏବଂ ଶ୍ରେଷ୍ଠ ପ୍ରଚ୍ଛଦ ସଙ୍ଗୀତ ପୁରସ୍କାର ପ୍ରଦାନ କରାଯାଇଛି। ପୂର୍ଣ୍ଣ ମନୋରଂଜନ ପାଇଁ ଏହି ସିନେମାକୁ ଶ୍ରେଷ୍ଠ ଲୋକପ୍ରିୟ ସିନେମା ପୁରସ୍କାର ଦିଆଯାଇଛି।

ମାଲାୟଲମ ସିନେମା ଆୟାପନ୍ନମ କୋଶିୟମକୁ ଦୁଇଟି ବଡ଼ ପୁରସ୍କାର ମିଳିଛି। ଉକ୍ତ ସିନେମାର ନିର୍ଦ୍ଦେଶକ କେଆର୍ ସଚିଦାନନ୍ଦନଙ୍କୁ ମରଣୋତ୍ତର ଭାବେ ଶ୍ରେଷ୍ଠ ନିର୍ଦ୍ଦେଶକ ଏବଂ ବିଜୁ ମେନନଙ୍କୁ ଶ୍ରେଷ୍ଠ ପାର୍ଶ୍ବ ଅଭିନେତା ପୁରସ୍କାର ପ୍ରଦାନ କରାଯାଇଛି। ସଚିଦାନନ୍ଦନଙ୍କର ୨୦୨୦ ମସିହାରେ ୪୭ ବର୍ଷ ବୟସରେ ହୃଦଘାତରେ ପରଲୋକ ହୋଇଯାଇଛି।

ଲକ୍ଷ୍ମୀ ପ୍ରିୟା ଚନ୍ଦ୍ରମୌଳୀଙ୍କୁ ଶ୍ରେଷ୍ଠ ପାର୍ଶ୍ବ ଅଭିନେତ୍ରୀ ଭାବେ ପୁରସ୍କୃତ କରାଯାଇଛଇ। ଶିବରଞ୍ଜନିୟମ ଇନମ ସିଲା ପେଙ୍ଗଲମରେ ସେ କରିଥିବା ଅଭିନୟକୁ ସ୍ବୀକୃତି ଦିଆଯାଇଛି ଏହି ପୁରସ୍କାର ଦିଆଯାଇଛି। ଉକ୍ତ ସିନେମା ଶ୍ରେଷ୍ଠ ତାମିଲ ସିନେମା ସହିତ ଶ୍ରେଷ୍ଠ ସଂପାଦନା ପୁରସ୍କାର ପ୍ରଦାନ କରାଯାଇଛି।

ତୁଳସୀଦାସ ଜୁନିୟରକୁ ଶ୍ରେଷ୍ଠ ହିନ୍ଦୀ ସିନେମା ପୁରସ୍କାର ପ୍ରଦାନ କରାଯାଇଥିବାବେଳେ ଶିଶୁ ଅଭିନେତା ବରୁଣ ବୁଦ୍ଧଦେବଙ୍କୁ ସ୍ବତନ୍ତ୍ର ବିଚାରକ ପୁରସ୍କାର ଦିଆଯାଇଛି। ଡୋଲୁକୁ ଶ୍ରେଷ୍ଠ କନ୍ନଡ଼ ସିନେମା ଏବଂ ଶ୍ରେଷ୍ଠ ଲୋକେସନ ସାଉଣ୍ଡ ପୁରସ୍କାର ଦିଆଯାଇଛି। ଅଭିଯାତ୍ରିକକୁ ଶ୍ରେଷ୍ଠ ବଙ୍ଗଳା ସିନେମା ଏବଂ ଶ୍ରେଷ୍ଠ ସିନେମାଟୋଗ୍ରାଫି ପୁରସ୍କାର ପ୍ରଦାନ କରାଯାଇଛି।

ଚଳିତବର୍ଷ ଶ୍ରେଷ୍ଠ ସିନେମା ଅନୁକୂଳ ରାଜ୍ୟ ଭାବେ ମଧ୍ୟପ୍ରଦେଶକୁ ପ୍ରଦାନ କରାଯାଇଛି। ଆଜି ନୂଆଦିଲ୍ଲୀରେ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରାଯାଇଥିବା ଜାତୀୟ ସିନେମା ପୁରସ୍କାର ଆଗାମୀ ଦିନରେ ଅନୁଷ୍ଠିତ ଏକ ଉତ୍ସବରେ ପ୍ରଦାନ କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe