ଜାତୀୟ ହସ୍ତତନ୍ତ ବିକାଶ କାର୍ଯ୍ୟକ୍ରମରେ ଓଡ଼ିଶାକୁ ମିଳିଛି ୧୦୦୯.୮୩ ଲକ୍ଷ

ଜାତୀୟ ହସ୍ତତନ୍ତ ବିକାଶ କାର୍ଯ୍ୟକ୍ରମରେ ଓଡ଼ିଶାକୁ ମିଳିଛି ୧୦୦୯.୮୩ ଲକ୍ଷ

btsadventures.com

ନୂଆଦିଲ୍ଲୀ : ବୟନ ମନ୍ତ୍ରଣାଳୟ ହସ୍ତତନ୍ତର ବିକାଶ ତଥା ବୁଣାକାରମାନଙ୍କର କଲ୍ୟାଣ ପାଇଁ ସାରା ଦେଶରେ ଜାତୀୟ ହସ୍ତତନ୍ତ ବିକାଶ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରୁଛି। ଏହି ଯୋଜନା ଅଧୀନରେ ରାଜ୍ୟ/କେନ୍ଦ୍ରଶାସିତ ପ୍ରଦେଶମାନଙ୍କରୁ ପ୍ରାପ୍ତ ହୋଇଥିବା ପ୍ରସ୍ତାବ ଉପରେ ଆଧାର କରି, ରାଜ୍ୟ ହସ୍ତତନ୍ତ ଏଜେନ୍ସି ଏବଂ ହସ୍ତତନ୍ତ ସମବାୟ ସମିତିଗୁଡିକର ଭିତ୍ତିଭୂମି ବିକାଶ, ବୁଣାକାରମାନଙ୍କର ବିକାଶ, ନବୀକରଣ ହୋଇଥିବା ତନ୍ତ ଏବଂ ସହାୟକ ଉପକରଣଗୁଡିକର କ୍ରୟ ଆଦି ନିମନ୍ତେ ଯୋଗ୍ୟ ହସ୍ତତନ୍ତ ଏଜେନ୍ସିମାନଙ୍କୁ ବିତ୍ତୀୟ ସହାୟତା ପ୍ରଦାନ କରାଯାଇଥାଏ।

ଗତ ତିନିବର୍ଷରେ ଏବଂ ଚଳିତବର୍ଷ ୨୦୧୯-୨୦ରୁ ୨୦୨୨-୨୩ (ଜୁନ୍ ୩୦ ପର୍ଯ୍ୟନ୍ତ) ସମୟ ମଧ୍ୟରେ ସମୁଦାୟ ୩୧,୦୯୪ ବୁଣାକାରଙ୍କୁ ଦେଶରେ ତନ୍ତ ଏବଂ ସହାୟକ ଉପକରଣ ଯୋଗାଇ ଦିଆଯାଇଛି। ଓଡିଶାକୁ ଗତ ତିନିବର୍ଷ ଏବଂ ଚଳିତ ବର୍ଷର ଜୁନ୍ ଶେଷ ସୁଦ୍ଧା ଜାତୀୟ ହସ୍ତତନ୍ତ ବିକାଶ କାର୍ଯ୍ୟକ୍ରମ ଅଧୀନରେ ୧୦୦୯.୮୩ ଲକ୍ଷ ଟଙ୍କାର ବିତ୍ତୀୟ ସହାୟତା ପ୍ରଦାନ କରାଯାଇଛି। ବୟନ ରାଷ୍ଟ୍ରମନ୍ତ୍ରୀ ଦର୍ଶନା ଜର୍ଦ୍ଦୋସ ଲୋକସଭାରେ ଆଜି ଏକ ପ୍ରଶ୍ନର ଲିଖିତ ଉତ୍ତର ଦେଇ ଏ ସମ୍ପର୍କରେ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe