ନୂଆଦିଲ୍ଲୀ: ନ୍ୟାସନାଲ ହେରାଲ୍ଡ ମନି ଲଣ୍ଡରିଂ ମାମଲାରେ କଂଗ୍ରେସ ନେତା ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ତଥା ଅନ୍ୟ ଅଭିଯୁକ୍ତଙ୍କ ବିରୋଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ଙ୍କ ଚାର୍ଜସିଟକୁ ନେଇ ମାର୍ଚ୍ଚ ୯ରେ ଦିଲ୍ଲୀ ହାଇକୋର୍ଟରେ ଶୁଣାଣି ହେବ। ଏହି ଚାର୍ଜସିଟ ଗ୍ରହଣ କରିବାକୁ ଅସ୍ୱୀକାର କରିଥିବା ଟ୍ରାଏଲ କୋର୍ଟଙ୍କ ଡିସେମ୍ବର ୧୬, ୨୦୨୫ର ଆଦେଶକୁ ଚ୍ୟାଲେଞ୍ଜ କରିଥିବା ଆବେଦନ ଉପରେ ହାଇକୋର୍ଟ ଶୁଣାଣି କରିବ।
ବିଚାରପତି ସ୍ବର୍ଣ୍ଣ କାନ୍ତା ଶର୍ମାଙ୍କ ଖଣ୍ଡପୀଠ ଗାନ୍ଧୀ ପରିବାର ଓ ଅନ୍ୟ ପ୍ରତିବାଦୀମାନଙ୍କୁ ଜବାବ ଦାଖଲ କରିବାକୁ ସମୟ ପ୍ରଦାନ କରିଛନ୍ତି। ଇଡି ପକ୍ଷରୁ ସଲିସିଟିର ଜେନେରାଲ ତୁଷାର ମେହେଟା କହିଛନ୍ତି ଯେ ନୋଟିସ୍ ଦୁଇ ମାସ ପୂର୍ବରୁ ପ୍ରଦାନ କରାଯାଇଥିଲା ଏବଂ ଅଧିକ ସମୟ ଦିଆଯିବାକୁ ଆମେ ବିରୋଧ କରୁଛୁ। ସେ ଏହାକୁ ଏକ ସ୍ପଷ୍ଟ ଆଇନଗତ ପ୍ରଶ୍ନ ବୋଲି ବର୍ଣ୍ଣନା କରି କହିଛନ୍ତି ଯେ ଟ୍ରାଏଲ କୋର୍ଟଙ୍କ ଆଦେଶ ଅଯୌକ୍ତିକ ଏବଂ ଏହା ଅନ୍ୟ ମାମଲାଗୁଡ଼ିକୁ ପ୍ରଭାବିତ କରୁଛି।
Viksit Bharat 2047: ସମଗ୍ର ବିଶ୍ୱରେ ଡିଜିଟାଲ ପରିବର୍ତ୍ତନ ଦ୍ରୁତ ଗତିରେ ଘଟୁଛି: ଅଖିଳ କୁମାର ମିଶ୍ର
ଡିସେମ୍ବର ୧୬, ୨୦୨୫ରେ ଟ୍ରାଏଲ କୋର୍ଟ (ସ୍ବତନ୍ତ୍ର ଜଜ୍) ଇଡିଙ୍କ ଅଭିଯୋଗକୁ ଗ୍ରହଣ କରିବାକୁ ଅସ୍ୱୀକାର କରିଥିଲେ। ଏହାର କାରଣ ହେଉଛି ଏହି ମାମଲା ଏକ ବ୍ୟକ୍ତିଗତ ଅଭିଯୋଗ (ବିଜେପି ନେତା ସୁବ୍ରମଣ୍ୟମ ସ୍ୱାମୀଙ୍କ ଦ୍ୱାରା ୨୦୧୪ରେ ଦାଖଲ) ଉପରେ ଆଧାରିତ । ପିଏମ୍ଏଲ୍ଏ ଅଧୀନରେ ନିର୍ଧାରିତ ଅପରାଧ ପାଇଁ କୌଣସି ଏଫ୍ଆଇଆର୍ ଦାଖଲ ହୋଇନଥିଲା ବୋଲି କୋର୍ଟ ଦର୍ଶାଇଥିଲେ।
ଅନ୍ୟପକ୍ଷରେ ଇଡିଙ୍କ ଆବେଦନରେ କୁହାଯାଇଛି ଯେ ଟ୍ରାୟାଲ କୋର୍ଟଙ୍କ ଆଦେଶ ଏଭଳି ମନି ଲଣ୍ଡରିଂ ଅଭିଯୁକ୍ତମାନଙ୍କୁ ସୁରକ୍ଷା ପ୍ରଦାନ କରୁଛି, ଯେଉଁମାନଙ୍କ ବିରୋଧରେ ଅପରାଧ ଏକ ବ୍ୟକ୍ତିଗତ ଅଭିଯୋଗରୁ ଆରମ୍ଭ ହୋଇଛି।
ସୋନିଆ ଓ ରାହୁଲ ଗାନ୍ଧୀଙ୍କ ବିରୋଧରେ ଟ୍ରାଏଲ କୋର୍ଟ ଆଦେଶକୁ ଚ୍ୟାଲେଞ୍ଜ କରିଛି ଇଡି
ଏହା ସହ କୁହାଯାଇଛି ଯେ ବ୍ୟକ୍ତିଗତ ଅଭିଯୋଗ ଉପରେ କୋର୍ଟ ଦ୍ୱାରା ଗ୍ରହଣ କରାଯାଇଥିବା ଅପରାଧ ଏକ ସାଧାରଣ ଏଫ୍ଆଇଆର୍ ଅପେକ୍ଷା ଅଧିକ ମଜବୁତ ସ୍ଥିତିରେ ରହିଛି। ଏହି ମାମଲାରେ ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କ ସହ ସୁମନ ଦୁବେ, ସାମ ପିତ୍ରୋଡ଼ା, ୟଙ୍ଗ ଇଣ୍ଡିଆନ ପ୍ରାଇଭେଟ ଲିମିଟେଡ, ଡଟେକ୍ସ ମର୍ଚାଣ୍ଡାଇଜ୍ ପ୍ରାଇଭେଟ ଲିମିଟେଡ ଅନ୍ୟତମ ଅଭିଯୁକ୍ତ। ଅଭିଯୋଗ ଅନୁଯାୟୀ ସେମାନେ ଆସୋସିଏଟେଡ ଜର୍ନାଲ୍ସ ଲିମିଟେଡ (ଏଜେଏଲ୍)ର ପ୍ରାୟ ୨,୦୦୦ କୋଟି ଟଙ୍କାର ସମ୍ପତ୍ତି ହସ୍ତାନ୍ତର କରିଥିଲେ ଏବଂ କଂଗ୍ରେସ ପାର୍ଟି ସହ ଜଡ଼ିତ ୟଙ୍ଗ ଇଣ୍ଡିଆନରେ ୭୬% ଅଂଶ ରଖିଥିଲେ, ଯାହା ଏକ ୯୦ କୋଟି ଟଙ୍କାର ଋଣ ବିନିମୟରେ ହୋଇଥିଲା।
Health: ପୁଅର ଚିକିତ୍ସା ପାଇଁ ଅର୍ଥ ଅଭାବ, ଚିନ୍ତାରେ ଦାଦନ ପରିବାର
ଡିସେମ୍ବର ୨୨, ୨୦୨୫ରେ ହାଇକୋର୍ଟ ଏହି ଆବେଦନ ଉପରେ ନୋଟିସ୍ ଜାରି କରିଥିଲେ ଏବଂ ଟ୍ରାଏଲ କୋର୍ଟଙ୍କ ଆଦେଶ ଉପରେ ସ୍ଥଗିତାଦେଶ ପାଇଁ ଇଡିଙ୍କ ଆବେଦନ ଉପରେ ମଧ୍ୟ ନୋଟିସ୍ ଦେଇଥିଲେ। ଏହି ମାମଲା ଏବେ ଆଇନଗତ ପ୍ରକ୍ରିୟାରେ ରହିଛି ଏବଂ ମାର୍ଚ୍ଚ ୯ରେ ବିସ୍ତୃତ ଶୁଣାଣି ହେବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2026/02/20/fshsfhfxbbvvb-2026-02-20-02-28-51.jpg)