ନେସନାଲ ହେରାଲଡ ମାମଲା: ସୋନିଆଙ୍କୁ ୨୧‌‌ରେ ଇଡି ସମନ

Advertisment
‌ସୋନିଆଙ୍କୁ ଜେରା ଶେଷ: ୩ ଦିନରେ ୧୨ ଘଣ୍ଟା, ୧୦୦ ପ୍ରଶ୍ନ

Image Courtesy: News Live

ନୂଆଦିଲ୍ଲୀ: ନେସନାଲ ହେରାଲଡ ମନି ଲଣ୍ଡରିଂ ମାମଲାରେ ଇଡି ଆଜି କଂଗ୍ରେସ ସଭାପତି ସୋନିଆ ଗାନ୍ଧିଙ୍କୁ ସଦ୍ୟ ସମନ୍‌ କରିଛି। ତାଙ୍କୁ ୨୧ରେ ହାଜର ପାଇଁ କୁହାଯାଇଛି। ୭୫ ବର୍ଷୀୟା କଂଗ୍ରେସ ମୁଖ୍ୟ ସୋନିଆ ଜୁନ୍‌ ୨ରେ କରୋନା ସଂକ୍ରମିତ ହେବାରୁ ପୂର୍ବରୁ ସେ ୨ ଥର ଇଡିରେ ହାଜର ହୋଇପାରିନାହାନ୍ତି। ପ୍ରଥମେ ଜୁନ୍‌ ୮ରେ ସମନ୍‌ କରାଯାଇଥିଲା। କିନ୍ତୁ ସେ କରୋନା ସଂକ୍ରମିତ ହେବାରୁ ତାଙ୍କୁ ଜୁନ୍‌ ୨୩ରେ ହାଜର ପାଇଁ କୁହାଯାଇଥିଲା। କିନ୍ତୁ ସୋନିଆ ସମ୍ପୂର୍ଣ୍ଣ ସୁସ୍ଥ ହୋଇନଥିବାରୁ ସେ ଇଡିରେ ହାଜର ହେବାପାଇଁ ଅଧିକ ୪ ସପ୍ତାହ ସମୟ ମାଗିଥିଲେ। ତେଣୁ ତାଙ୍କୁ ଜୁଲାଇ ୨୧ରେ ସମନ୍‌ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe