ନ୍ୟାସ୍‌ନାଲ୍‌ ହେରାଲ୍‌ଡ୍‌ ମାମଲା: ଆଜି ଇଡିର ତୃତୀୟ ପର୍ଯ୍ୟାୟ ଜେରାକୁ ସାମ୍ନା କରିବେ ସୋନିଆ ଗାନ୍ଧୀ

ନ୍ୟାସ୍‌ନାଲ୍‌ ହେରାଲ୍‌ଡ୍‌ ମାମଲା: ଆଜି ଇଡିର ତୃତୀୟ ପର୍ଯ୍ୟାୟ ଜେରାକୁ ସାମ୍ନା କରିବେ ସୋନିଆ ଗାନ୍ଧୀ

Northeast Now

ନୂଆଦିଲ୍ଲୀ: ‘ନ୍ୟାସ୍‌ନାଲ୍‌ ହେରାଲ୍‌ଡ୍‌’ ଖବରକାଗଜ ମାମଲାରେ ଆଜି କଂଗ୍ରେସ ପାର୍ଟିର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ପ୍ରବର୍ତ୍ତନ ନିର୍ଦେଶାଳୟ(ଇଡି) ତୃତୀୟ ଥର ପାଇଁ ଜେରା କରିବ। ଗତକାଲି ଦ୍ବିତୀୟ ପର୍ଯ୍ୟାୟରେ ଇଡି ସୋନିଆଙ୍କୁ ପ୍ରାୟ ୬ ଘଣ୍ଟା ଧରି ଜେରା କରିଥିଲା। ତୃତୀୟ ପର୍ଯ୍ୟାୟ ଜେରା ପାଇଁ ସୋନିଆ ଆଜି ପୁଣି ଥରେ ଇଡି ଅଫିସ୍‌ରେ ପହଞ୍ଚିବେ। ସୋନିଆଙ୍କ ଜେରାକୁ ବିରୋଧ କରି କଂଗ୍ରେସ କର୍ମୀମାନେ ପ୍ରଥମ ପର୍ଯ୍ୟାୟରୁ ରାସ୍ତା ଉପରେ ପ୍ରଦର୍ଶନ କରି ଆସୁଛନ୍ତି। ଗତକାଲି ପ୍ରଦର୍ଶନରେ ସୋନିଆଙ୍କ ପୁଅ ରାହୁଲ ଗାନ୍ଧୀ ନେତୃତ୍ବ ନେଇଥିବା ଦେଖିବାକୁ ମିଳିଥିଲା।

ଗତକାଲି ଇଡି ଅଫିସ୍‌ରେ ପୁଅ ରାହୁଲ ଗାନ୍ଧୀ ଓ ଝିଅ ସୋନିଆ ଗାନ୍ଧୀଙ୍କ ସହ ପହଞ୍ଚିଥିଲେ ସୋନିଆ। ଗତକାଲି ପରି ୨୧ ତାରିଖରେ ହୋଇଥିବା ପ୍ରଥମ ଥର ଜୋରା ସମୟରେ ବି ପୂର୍ବାହ୍ନ ୧୧ଟାରେ ପ୍ରବର୍ତ୍ତନ ନିର୍ଦେଶାଳୟ କାର୍ଯ୍ୟାଳୟରେ ହାଜର ହେବା ନିମନ୍ତେ ସ‌ୋନିଆ ଗାନ୍ଧୀ ଝିଅ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଏବଂ ପୁଅ ରାହୁଲ୍‌ ଗାନ୍ଧୀଙ୍କୁ ସାଥିରେ ନେଇ ଯାଇଥିଲେ।

ଏହାକୁ ପ୍ରତିବାଦ କରି କଂଗ୍ରେସ କର୍ମୀମାନେ ଗୋଳମାଳିଆ ପରିସ୍ଥିତ ସୃଷ୍ଟି କରିବାର ଆଶଙ୍କା ଥିବାରୁ ସୋନିଆଙ୍କୁ ପ୍ରଥମ ପର୍ଯ୍ୟାୟ ଜେରା ସମୟରେ ପୁଲିସ କଂଗ୍ରେସ ମୁଖ୍ୟାଳୟ ବାହାରେ ବାରିକେଡ୍‌ ବସାଇଥିଲା। କିନ୍ତୁ, ଉତ୍ତ୍ୟକ୍ତ ପ୍ରତିବାଦକାରୀ କଂଗ୍ରେସ କର୍ମୀମାନେ ବାରିକେଡ୍‌ ଭାଙ୍ଗି ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

ସେହିପରି ଗତକାଲି ବିରୋଧ ପ୍ରଦର୍ଶନ ବେଳେ ରାହୁଲ ଗାନ୍ଧୀଙ୍କୁ ପୁଲିସ୍‌ ଅଟକ ରଖିଥିଲା। ତାଙ୍କ ସହ ବରିଷ୍ଠ କଂଗ୍ରେସ ନେତା କୁ ବି ପୁଲିସ୍‌ ଧରି ଅଟକ ରଖିଥଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe