ନେସ୍‌ନାଲ ହେରାଲ୍‌ଡ ମାମଲା: ସୋନିଆଙ୍କୁ ଇଡି ଜେରା ଆଜି

ସୋନିଆଙ୍କୁ ପୁଣିଥରେ କରୋନା

Image Courtesy: Telegraph

ନୂଆଦିଲ୍ଲୀ : ‌ ନେସ୍‌ନାଲ ହେରାଲ୍‌ଡ ଦୁର୍ନୀତି ମାମଲାରେ ଆସନ୍ତାକାଲି (ଗୁରୁବାର) କଂଗ୍ରେସ ସଭାପତି ସୋନିଆ ଗାନ୍ଧିଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଜେରା କରିବ। ଜେରାର ସମ୍ମୁଖୀନ ହେବାପାଇଁ ସୋନିଆ ପୂର୍ବାହ୍ନ ୧୧ଟାରେ କଂଗ୍ରେସ ମୁଖ୍ୟାଳୟରୁ ବାହାରିବେ। ଏହି ଅବସରରେ କଂଗ୍ରେସ ପାର୍ଟି ବଡ଼ ଧରଣର ବିରୋଧ ପ୍ରଦର୍ଶନ କରିବା ପାଇଁ ଯୋଜନା କରିଛି। ରାହୁଲ ଗାନ୍ଧିଙ୍କୁ ଜେରା ସମୟରେ ଦିଲ୍ଲୀରେ ଯେଭଳି ବିକ୍ଷୋଭ ପ୍ରଦର୍ଶନ ହୋଇଥିଲା, ଆସନ୍ତାକାଲି ମଧ୍ୟ ସେଭଳି ପ୍ରଦର୍ଶନ ପାଇଁ ଦଳ ବ୍ୟାପକ ପ୍ରସ୍ତୁତି କରିଛି। ଏହା ସହିତ ବିଭିନ୍ନ ରାଜ୍ୟରେ ମଧ୍ୟ ଇଡି ଏବଂ କେନ୍ଦ୍ର ସରକାରଙ୍କ ବିରୋଧରେ ପ୍ରତିବାଦ କାର୍ଯ୍ୟକ୍ରମ ହେବ ବୋଲି ଜଣାପଡ଼ିଛି । କଂଗ୍ରେସର ବରିଷ୍ଠ ନେତାମାନେ ଏଥିପାଇଁ ତତ୍ପରତା ଦେଖାଇଛନ୍ତି। ବିରୋଧ ପ୍ରଦର୍ଶନକୁ ଦୃଷ୍ଟିରେ ରଖି ପୁଲିସ ମଧ୍ୟ ଆଲର୍ଟରେ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe