ନିତିଆୟୋଗ ଆକଳନ ପରେ ଜାତୀୟ ରାଜପଥ ମାନ୍ୟତା

Advertisment
ନିତିଆୟୋଗ ଆକଳନ ପରେ ଜାତୀୟ ରାଜପଥ ମାନ୍ୟତା

Numadic

ନୂଆଦିଲ୍ଲୀ : ଏଣିକି ଜିଲ୍ଲା ଓ ଅନ୍ୟ ସଡ଼କଗୁଡ଼ିକକୁ ଜାତୀୟ ରାଜପଥ (ଏନଏଚ)ର ମାନ୍ୟତା ମିଳିବା କାଠିକର ପାଠ ହେବ। ନିତି ଆୟୋଗର କଡ଼ା ଆକଳନ ପରେ ଯାଇ ଜାତୀୟ ରାଜପଥର ମାନ୍ୟତା ପ୍ରଦାନ ସମ୍ପର୍କିତ ନିଷ୍ପତ୍ତି ନିଆଯିବ।

ମିଳିଥିବା ସୂଚନା ଅନୁସାରେ, ରାଜ୍ୟମାନଙ୍କର ରାଜ୍ୟ ରାଜପଥ, ଜିଲ୍ଲା ସଡ଼କ ତଥା ଜାତୀୟ ସଡ଼କଗୁଡ଼ିକୁ ଜାତୀୟ ରାଜପଥର ମାନ୍ୟତା ଦେବା ପୂର୍ବରୁ ନୀତି ଆୟୋଗ ଦ୍ୱାରା ଆକଳନ କରାଯିବ। ପୂର୍ବରୁ ରାଜ୍ୟଗୁଡ଼ିକ ଯ‌ାନବାହାନ ଚଳାଚଳ ସଂଖ୍ୟା କମ୍‌ ଥିବା ସତ୍ତ୍ବେ ଜାତୀୟ ରାଜପଥ ମାନ୍ୟତା ପ୍ରଦାନ କରାଯାଉଥିଲା। ଫଳରେ, କମ୍ପାନିମାନଙ୍କୁ ଅନେକ କ୍ଷତି ସହିବାକୁ ପଡୁଥିଲା। ଯେଉଁଥିପାଇଁ କେନ୍ଦ୍ର ସରକାର ନିୟମ ବଦଳାଇବାର ନିଷ୍ପତ୍ତି ନେଇଛନ୍ତି।

ନୂଆ ନିୟମ ଅନୁସାରେ ରାଜ୍ୟରୁ ଆସିଥିବା ପ୍ରସ୍ତାବ ଗୁଡ଼ିକର ନୀତି ଆୟୋଗ ପକ୍ଷରୁ ଦେଶରେ ୭୨,୦୦୦ କିଲୋମିଟର ସଡ଼କକୁ ଜାତୀୟ ରାଜପଥରେ ପରିଣତ କରିବା ନେଇ ଯୋଜନା କରାଯାଇଛି। ସେଥିମଧ୍ୟରୁ ୧୯,୦୦୦ କିଲୋମିଟର ସଡ଼କ ଗୁଡ଼ିକୁ ଜାତୀୟ ରାଜପଥ ସ୍ଥାପନ ପାଇଁ ଘୋଷଣା କରାଯାଇଥିବାବେଳେ ୫୩,୦୦୦ କିଲୋମିଟରକୁ ନୀତିଗତ ମଞ୍ଜୁରୀ ପ୍ରଦାନ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe