ଦିଲ୍ଲୀର ପ୍ରଶିକ୍ଷକଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଲେ ଜାତୀୟସ୍ତରର କବାଡ଼ି ଖେଳାଳି

Advertisment
ଦିଲ୍ଲୀର ପ୍ରଶିକ୍ଷକଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଲେ ଜାତୀୟସ୍ତରର କବାଡ଼ି ଖେଳାଳି

ନୂଆଦିଲ୍ଲୀ: ଦିଲ୍ଲୀର ଜଣେ କୋଚ୍‌ ତାଙ୍କୁ ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ଆଣିଛନ୍ତି ଜଣେ ଜାତୀୟ ସ୍ତରର କବାଡ଼ି ଖେଳାଳି। ସଂପୃକ୍ତ ଅଭିଯୁକ୍ତ କୋଚ୍‌ ତାଙ୍କୁ ଦୁଷ୍କର୍ମ କରିବା ପରେ ବ୍ଲାକମେଲ୍‌ କରିବା ସହ ତାଙ୍କୁ ଦୁଷ୍କର୍ମ କରୁଥିବା ସମୟର ଫଟୋ ସବୁକୁ ଲିକ୍‌ କରିବାକୁ ଧମକ ଦେଉଥିବା ୨୭ ବର୍ଷୀୟା ପୀଡ଼ିତା କବାଡ଼ି ଖେଳାଳି ଅଭିଯୋଗ କରିଛନ୍ତି।

ଅଭିଯୁକ୍ତ କୋଚ୍‌ ଜଣକ ଦିଲ୍ଲୀର ମୁଣ୍ଡକା ଅଞ୍ଚଳରେ ଥିବା ଏକ ଏକାଡେମୀର ପ୍ରଶିକ୍ଷକ ଅଛନ୍ତି। ଅଭିଯୋଗ ଅନୁଯାୟୀ ପ୍ରଶିକ୍ଷକ କୋଚ୍‌ ଜଣକ ୨୦୧୫ ମସିହାରୁ ମହିଳା ଆଥଲେଟଙ୍କୁ ଦୁଷ୍କର୍ମ କରି ତାଙ୍କ ଠାରୁ ଟଙ୍କା ନେଇ ଆସୁଥିଲେ।
ସେ ଅଭିଯୋଗ କରିଛନ୍ତି ଯେ ୨୦୧୮ରେ ଅଭିଯୁକ୍ତ କୋଚ୍‌ ତାଙ୍କୁ ପୁରସ୍କାର ରାଶିର କିଛି ଅଂଶ ଦେବାକୁ ବାଧ୍ୟ କରିଥିଲେ। ପରେ ସେ କୋଚ୍‌ଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୪୩.୫ ଲକ୍ଷ ଟଙ୍କା ଟ୍ରାନ୍‌ସଫର କରିଥିଲେ। ଖେଳାଳି ଜଣକ କହିଛନ୍ତି ଯେ ସେ ୨୦୨୧ରେ ବିବାହ କରିଥିଲେ ଏବଂ କୋଚ୍‌ ତାଙ୍କୁ ଏହାପରେ ବ୍ଲାକମେଲ୍‌ କରୁଛନ୍ତି ଏବଂ ତାଙ୍କ ବ୍ୟକ୍ତିଗତ ଫଟୋ ଲିକ୍‌ କରିବାକୁ ଧମକ ଦେଇଛନ୍ତି।

ଦ୍ୱାରକାସ୍ଥିତ ବାବା ହରିଦାସ ଥାନାରେ ଏସଂକ୍ରାନ୍ତରେ ଏକ ମାମଲା ରୁଜୁ ହୋଇଛି। ଏତଲା ଦେବା ପରେ ପୀଡ଼ିତା କବାଡ଼ି ଖେଳାଳି ସହରରେ ଉପସ୍ଥିତ ନଥିବାରୁ ତାଙ୍କ ଡାକ୍ତରୀ ମାଇନା କରାଯାଇ ନ ଥିବା ପୁଲିସ ସୂତ୍ରରୁ ଜଣାପଡ଼ିଛି। ପୀଡ଼ିତା ସୋମବାର ତଦନ୍ତରେ ଯୋଗ ଦେଇଥିଲେ ଏବଂ ସିଆରପିସିର ଧାରା ୧୬୪ ଅନୁଯାୟୀ ତାଙ୍କ ବୟାନ ରେକର୍ଡ କରାଯାଇଥିଲା ବୋଲି ପୁଲିସ କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe