Digitalpathsala
ନୂଆଦିଲ୍ଲୀ : ଓଡ଼ିଶାର ଯୁବ ଶିଳ୍ପୋଦ୍ୟୋଗୀ ଶିବବ୍ରତ ରାଉତଙ୍କୁ ମିଳିଛି ରାଷ୍ଟ୍ରୀୟ ଏମ୍ଏସ୍ଏମ୍ଇ ପୁରସ୍କାର। ନୂଆଦିଲ୍ଲୀର ବିଜ୍ଞାନ ଭବନଠାରେ ଭାରତ ସରକାରଙ୍କ ସୂକ୍ଷ୍ମ, ଲଘୁ ଏବଂ ମଧ୍ୟମ ଉଦ୍ୟୋଗ ମନ୍ତ୍ରାଳୟ ପକ୍ଷରୁ ଆୟୋଜିତ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିବବ୍ରତଙ୍କୁ ଟ୍ରଫି ଓ ସାର୍ଟିଫିକେଟ ପ୍ରଦାନ କରି ପୁରସ୍କୃତ କରିଛନ୍ତି।
କଟକଠାରେ ପ୍ରତିଷ୍ଠିତ ଅମରନାଥ ପେଷ୍ଟ ମ୍ୟାନେଜମେଣ୍ଟ ଟେକ୍ନୋଲୋଜିର ପରିଚାଳନା ନିେର୍ଦ୍ଦଶକ ଶ୍ରୀ ରାଉତ ଦୀର୍ଘ ୧୨ବର୍ଷ ଧରି କୀଟପୋକ ନିୟନ୍ତ୍ରଣ କ୍ଷେତ୍ରରେ ଉତ୍ତମ ସେବା ଓ ଉତ୍କର୍ଷ ହାସଲ କରିଥିବାରୁ ଜାତୀୟ ଚୟନ କମିଟି ତାଙ୍କୁ ଏହି ପୁରସ୍କାର ପ୍ରଦାନ ପାଇଁ ମନୋନୀତ କରିଥିଲେ। ସେବା ଉଦ୍ୟମିତା କ୍ଷେତ୍ରରେ ତାଙ୍କୁ ଜାତୀୟସ୍ତରରେ ତୃତୀୟ ପୁରସ୍କାର ମିଳିଥିଲାବେଳେ ପେଷ୍ଟ କଣ୍ଟ୍ରୋଲ କ୍ଷେତ୍ରରେ କମ୍ପାନିମାନଙ୍କ ପାଇଁ ଏହା ପ୍ରେରଣା ଆଣିଦେବ ବୋଲି ସେ ପ୍ରତିକ୍ରିୟାରେ କହିଛନ୍ତି। କଟକ ମହାନଦୀ ବିହାରଠାରେ ୧୨ବର୍ଷ ତଳେ ମାତ୍ର ୨ଜଣ କର୍ମଚାରୀଙ୍କୁ ନେଇ ଆରମ୍ଭ ହୋଇଥିବା ଏହି ସଂସ୍ଥା ଏବେ ୬୦ଜଣ କର୍ମଚାରୀଙ୍କୁ କର୍ମନିଯୁକ୍ତି ଯୋଗାଇ ଦେଇଥିଲାବେଳେ ଏହାର ୩ ହଜାରରୁ ଅଧିକ ଗ୍ରାହକ ରହିଛନ୍ତି। ଶିବବ୍ରତ ହେଉଛନ୍ତି କଟକ ଜିଲ୍ଲା ମାହାଙ୍ଗ ବ୍ଲକ କାଳିଅଣ୍ଟି ଗ୍ରାମର ଜଗନ୍ନାଥ ରାଉତ ଓ ସାହିତ୍ୟିକା ଲବଙ୍ଗଲତା ରାଉତଙ୍କ ପୁତ୍ର।
Follow Us