ଭାରତ ଯୋଡ଼ୋ ଯାତ୍ରା‌ରେ ବାଜିଲା ନେପାଳର ଜାତୀୟ ସଙ୍ଗୀତ: ଟ୍ରୋଲ୍‌ ହେଲେ ରାହୁଲ ଗାନ୍ଧି

Advertisment
ଭାରତ ଯୋଡ଼ୋ ଯାତ୍ରା‌ରେ ବାଜିଲା ନେପାଳର ଜାତୀୟ ସଙ୍ଗୀତ: ଟ୍ରୋଲ୍‌ ହେଲେ ରାହୁଲ ଗାନ୍ଧି

Zee News

ନୂଆଦିଲ୍ଲୀ : ‘ଭାରତ ଯୋଡ଼ୋ ଯାତ୍ରା’ରେ ଥିବା କଂଗ୍ରେସ ନେତା ରାହୁଲ ଗାନ୍ଧି ପୁଣିଥରେ ଟ୍ରୋଲ୍‌ ହୋଇଛନ୍ତି। ବୁଧବାର ଦିନ ପଦଯାତ୍ରା ସମୟରେ ଭାରତର ଜାତୀୟ ସଂଗୀତ ବାଜିବା ବଦଳରେ ନେପାଳର ଜାତୀୟ ସଂଗୀତ ବାଜିଥିଲା। ଏହାର ଏକ ଭିଡିଓ ଏବେ ଇଣ୍ଟର‌ନେଟ୍‌ରେ ଭାଇରାଲ୍‌ ହେବା‌ରେ ଲାଗିଛି।

ଏହି ଭିଡିଓ କ୍ଲିପ୍‌ରେ ଦେଖିବାକୁ ମିଳୁଛି ଯେ ରାହୁଲ ତାଙ୍କ ଭାଷଣ ଶେଷରେ ‘ଜାତୀୟ ସଂଗୀତ’ ବଜାଇବାକୁ କହୁଛନ୍ତି। କିନ୍ତୁ ଭାରତର ଜାତୀୟ ସଂଗୀତ ବାଜିବା ବଦଳରେ ନେପାଳର ଜାତୀୟ ସଂଗୀତ ବାଜିଥିଲା। ତୁରନ୍ତ ଏହି ତ୍ରୁଟି ସଂଶୋଧନ କରି ଭାରତର ଜାତୀୟ ସଂଗୀତ ପୁଣିଥରେ ବଜାଯାଇଥିଲା। କିନ୍ତୁ ଏହାର ଭିଡିଓ ଭା‌ଇରାଲ୍‌ ହେବାରେ ଲାଗିଛି। ଇତି ମଧ୍ୟ‌‌ରେ ବିଜେପି ନେତାମାନେ ଏହି ପ୍ରସଙ୍ଗରେ ରାହୁଲଙ୍କୁ ଘେରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe