ପୁଲାଓ୍ଵାମା ଆକ୍ରମଣ କୌଣସି ଭାରତୀୟ ରାଜନୈତିକ ଦଳ ଘଟାଇଥାଇ ପାରନ୍ତି ବୋଲି ପ୍ରକାଶ କଲା ପାକିସ୍ତାନୀ ଖବରକାଗଜ ‘ଦ ଏକ୍ସପ୍ରେସ୍‌ ଟି୍ରବ୍ୟୁନ୍‌’

Advertisment
ପୁଲାଓ୍ଵାମା ଆକ୍ରମଣ କୌଣସି ଭାରତୀୟ ରାଜନୈତିକ ଦଳ ଘଟାଇଥାଇ ପାରନ୍ତି ବୋଲି ପ୍ରକାଶ କଲା ପାକିସ୍ତାନୀ ଖବରକାଗଜ ‘ଦ ଏକ୍ସପ୍ରେସ୍‌ ଟି୍ରବ୍ୟୁନ୍‌’

ଇସ୍‌ଲାମବାଦ: ଜମ୍ମୁ-କଶ୍ମୀରର ପୁଲଓ୍ଵାମାଠାରେ ଗତ ତିନି ଦଶନ୍ଧି ମଧ୍ୟରେ ହୋଇଥିବା ସବୁଠାରୁ ବଡ଼ ଆତଙ୍କବାଦୀ ଆକ୍ରମଣକୁ ନେଇ ପୁଣି ଥରେ ପାକିସ୍ତାନୀ ଗଣମାଧ୍ୟମର ନିନ୍ଦନୀୟ ରେହେରା ସାମ୍ନାକୁ ଆସିଛି। ଆକ୍ରମଣରେ ୪୦ ସିଆର୍‌ପିଏଫ୍‌ ଯବାନ ସହିଦ ହେବା ପରେ ପାକିସ୍ତାନୀ ଖବରକାଗଜ ‘ଦ ଏକ୍ସପ୍ରେସ୍‌ ଟି୍ରବ୍ୟୁନ୍‌’ ଏହି ଆକ୍ରମଣ ସଂପର୍କରେ ଏକ ଲଜ୍ଜାକର କଥା ଉପସ୍ଥାପନା କରିଥିବା ଦେଖିବାକୁ ମିଳିଛି। ‘ଦ ଏକ୍ସପ୍ରେସ୍‌ ଟି୍ରବ୍ୟୁନ୍‌’ ପ୍ରକାଶ କରୁଛି ଯେ ଭାରତରେ ଆଗକୁ ଲୋକସଭା ନିର୍ବାଚନ ଆସୁଛି। ନିଜ ଦଳକୁ ସବଳ କରିବା ଉଦେଶ୍ୟରେ ଏହି ଆକ୍ରମଣ ଭାରତର କୌଣସି ରାଜନୈତିକ ଦଳ ହିଁ ଘଟାଇଥାଇ ପାରନ୍ତି।

publive-image

ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ ଗତକାଲି ପାକିସ୍ତାନୀ ଖବରକାଗଜ ‘ଦ ନେସନ୍‌’ ଏହି ଆକ୍ରମଣ ଘଟାଇଥିବା ଆକ୍ରମଣକାରୀଙ୍କୁ ‘ସ୍ୱାଧୀନତା ସଂଗ୍ରାମୀ’ର ରୂପ ଦେଇ ସମାଲୋଚିତ ହୋଇଥିଲା। କେବଳ ସେତିକି ନୁହେଁ, ଗତ ୩ ଦିନ ଏହା ଏକ ବଡ଼ ଆନ୍ତର୍ଜାତୀୟ ଖବର ହୋଇଥିବା ସତ୍ତ୍ୱେ ପାକିସ୍ତାନର ଜଣାଶୁଣା ଖବରକାଗଜ ‘ଡନ୍‌’ ଏହାକୁ ବେଶ୍‌ ଅଣଦେଖା କରି ଖୁବ୍‌ ଛୋଟ ଆକାରରେ ପ୍ରକାଶ କରିଥିବା ଦେଖିବାକୁ ମିଳିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe