Kalinga TV
ନୂଆଦିଲ୍ଲୀ : କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ବିଭିନ୍ନ ରାଷ୍ଟ୍ରୀୟ ଖେଳ ପୁରସ୍କାର ୨୦୨୨ ପାଇଁ ସେପ୍ଟେମ୍ବର ୨୦ ସୁଦ୍ଧା ଆବେଦନ କରିବା ପାଇଁ ତାରିଖ ଧାର୍ଯ୍ୟ କରିଥିଲେ। କିନ୍ତୁ ବର୍ତ୍ତମାନ ସରକାର ଏହି ତାରିଖକୁ ଆସନ୍ତା ସେପ୍ଟେମ୍ବର ୨୭ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି।
ସୂଚନାଯୋଗ୍ୟ, ମେଜର ଧ୍ୟାନଚାନ୍ଦ ଖେଳ ରତ୍ନ ପୁରସ୍କାର, ଅର୍ଜୁନ ପୁରସ୍କାର, ଦ୍ରୋଣାଚାର୍ଯ୍ୟ ପୁରସ୍କାର, ଧ୍ୟାନଚାନ୍ଦ ପୁରସ୍କାର, ରାଷ୍ଟ୍ରୀୟ କ୍ରୀଡ଼ା ପ୍ରୋତ୍ସାହନ ପୁରସ୍କାର (ଆରକେପିପି) ଏବଂ ମୌଲାନା ଆବୁଲ୍ କାଲାମ ଆଜାଦ୍ (ମାକା) ଟ୍ରଫି ପାଇଁ ଆବେଦନପତ୍ର ଆମନ୍ତ୍ରଣ କରାଯାଇଛି। ଏହି ସମ୍ବନ୍ଧିତ ଅଧିସୂଚନା ମନ୍ତ୍ରଣାଳୟର ୱେବସାଇଟ୍ରେ ଅପଲୋଡ୍ କରାଯାଇଥିଲା। ଏବେ ଆବେଦନ ଦାଖଲ କରିବାର ଅନ୍ତିମ ତାରିଖ ହେଉଛି ୨୭ ସେପ୍ଟେମ୍ବର ୨୦୨୨। ଏହି ପୁରସ୍କାର ପାଇଁ ସମସ୍ତ ଯୋଗ୍ୟ କ୍ରୀଡ଼ାବିତ୍, ପ୍ରଶିକ୍ଷକ, ସଂସ୍ଥା, ବିଶ୍ବବିଦ୍ୟାଳୟଠାରୁ ଦରଖାସ୍ତ ଆମନ୍ତ୍ରଣ କରାଯାଇଛି।
Follow Us