କନିଷ୍ଠ ଆବାସିକ ଡାକ୍ତରଙ୍କ ଜାତୀୟ ଧର୍ମଘଟ ପ୍ରତ୍ୟାହୃତ

Advertisment
କନିଷ୍ଠ ଆବାସିକ ଡାକ୍ତରଙ୍କ ଜାତୀୟ ଧର୍ମଘଟ ପ୍ରତ୍ୟାହୃତ

Image Courtesy of NDTV

ନୂଆଦିଲ୍ଲୀ: ‘ନିଟ୍‌-ପିଜି’ କାଉନ୍‌ସେଲିଙ୍ଗ୍‌ରେ ବିଳମ୍ବ ଏବଂ ପୁଲିସ ମାରଧର କରିଥିବା ଅଭିଯୋଗ କରି ପ୍ରତିବାଦ ଚଳାଇଥିବା ଦିଲ୍ଲୀର କନିଷ୍ଠ ଆବାସିକ ଡାକ୍ତରମାନେ ଧର୍ମଘଟ ପ୍ରତ୍ୟାହାର କରିଛନ୍ତି। ଆଜି ମଧ୍ୟାହ୍ନ ୧୨ଟାରେ କାର୍ଯ୍ୟକ୍ଷେତ୍ରକୁ ଫେରିବେ।

‘ଫେଡେରେସନ୍‌ ଅଫ୍‌ ରେସିଡେଣ୍ଟ୍‌ ଡକ୍ଟର୍‌ସ୍‌ ଆସୋସିଏସନ୍‌’ର (ଏଫ୍‌ଓଆର୍‌ଡିଏ) ସଦସ୍ୟ ଏବଂ ଦିଲ୍ଲୀର ଯୁଗ୍ମ ପୁଲିସ କମିସନ୍‌ଙ୍କ ମଧ୍ୟରେ ଆଲୋଚନା ହେବା ପରେ ଧର୍ମଘଟ ପ୍ରତ୍ୟାହୃତ ହୋଇଛି।

publive-image Image Courtesy of Free Press Journal

‘ଏଫ୍‌ଓଆର୍‌ଡିଏ’ର ସଭାପତି ଡାକ୍ତର ମନୀଷ କହିଛନ୍ତି, ଗତ ସନ୍ଧ୍ୟାରେ ଆମେ ଦିଲ୍ଲୀର ଯୁଗ୍ମ ପୁଲିସ କମିସନର୍‌ଙ୍କୁ ଭେଟିଥିଲୁ। ଦିଲ୍ଲୀ ପୁଲିସ ‘ଏଫ୍‌ଆଇଆର୍‌’ ରଦ୍ଦ କରିବା ପ୍ରକ୍ରିୟା ଆରମ୍ଭ କରିଛି। ଡାକ୍ତର ଏବଂ ପୁଲିସମାନଙ୍କ ମଧ୍ୟରେ ବିଶ୍ବାସର ପୁନଃସଂସ୍ଥାପନ ପାଇଁ ଯୁଗ୍ମ ପୁଲିସ କମିସନ୍‌ ଭିଡିଓ ବାର୍ତ୍ତା ପଠାଇଛନ୍ତି।

‘ନିଟ୍‌ ପିଜି ୨୦୨୧ କାଉନ୍‌ସେଲିଙ୍ଗ୍‌’ ପାଇଁ ‘ଅଲ୍‌ ଇଣ୍ଡିଆ କ୍ବଟା’ରେ (ଏଆଇକ୍ବି) ଥିବା ‘ଇଡବ୍ଲୁଏସ୍‌ କ୍ବୋଟା’କୁ ଚାଲେଞ୍ଜ୍‌ କରାଯାଇ ଦାଏର ହୋଇଥିବା କେତେକ ପିଟିସନ୍‌ ଶୁଣାଣି ନିମନ୍ତେ ସୁପ୍ରିମ୍‌ କୋର୍ଟରେ ପଡ଼ିରହିଛି। କାଉସେଲିଙ୍ଗ୍‌ ଏବଂ ଆଡ୍‌ମିସନ୍‌ ପ୍ରକ୍ରିୟା ତ୍ବରାନ୍ବିତ କରିବା ଲାଗି ଡାକ୍ତରମାନେ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe