Image Courtesy of India Today
ଚିଟାଗଙ୍ଗ: ଦିନ୍ଦୁ ସମ୍ପ୍ରଦାୟଙ୍କ ଉପରେ ଆକ୍ରମଣ କରାଯାଉଥିବାରୁ ଶୁକ୍ରବାର ଦିନ ଚିଟାଗଙ୍ଗ ସମେତ ସମଗ୍ର ବାଂଲାଦେଶରେ ପ୍ରତିବାଦ ପ୍ରଦର୍ଶନ କରାଯାଇଥିଲା ବୋଲି ସ୍ଥାନୀୟ ଗଣମାଧ୍ୟମ ସବୁ ରିପୋର୍ଟ କରିଛନ୍ତି।
ବାଂଲାଦେଶରେ ହିନ୍ଦୁ ଶିକ୍ଷକ ହତ୍ୟା ଓ ହିନ୍ଦୁ ମହିଳାଙ୍କ ସହିତ ଦୁଷ୍କର୍ମ ଭଳି ସାଂଘାତିକ ଆକ୍ରମଣକୁ ବିରୋଧ କରି ଚିଟାଗଙ୍ଗରେ ଏକ ପ୍ରତିବାଦ ପଦଯାତ୍ରା ଆୟୋଜନ କରାଯାଇଥିଲା।
ଟୁଇଟ୍ କରି ‘ହିନ୍ଦୁ ସଙ୍ଗ୍ବାଦ୍’ ନାମରେ ବାଂଲାଦେଶର ଏକ ନିଉଜ୍ ଏଜେନ୍ସି କହିଛି, ନାରୈଲ୍ ସାହାପଡ଼ାରେ ହିନ୍ଦୁମାନଙ୍କ ଉପରେ ବର୍ବରୋଚିତ ଜିହାଦୀ ଆକ୍ରମଣ ବିରୋଧରେ ଶାହାବାଗ୍ ସମେତ ସମଗ୍ର ଦେଶରେ ବିଭିନ୍ନ ହିନ୍ଦୁ ସଙ୍ଗଠନ ଶାନ୍ତିପୂର୍ଣ୍ଣ ପ୍ରତିବାଦ ଆୟୋଜନ କରିଥିଲେ।
Image Courtesy of Bharat Timesପୂର୍ବରୁ ବାଂଲାଦେଶର ଗୃହମନ୍ତ୍ରୀ ଅସାଦୁଜମାନ୍ ଖାଁ କହିଥିଲେ, ଦେଶର ସାମ୍ପ୍ରଦାୟିକ ସହାବସ୍ଥାନରେ ବିଶୃଙ୍ଖଳା କରୁଥିବା ଲୋକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ହିନ୍ଦୁମାନଙ୍କ ଉପରେ ହେଉଥିବା ଆକ୍ରମଣ ଘଟଣାର ତଦନ୍ତ କରିବା ଲାଗି ବାଂଲାଦେଶ ଜାତୀୟ ମାନବ ଅଧିକାର କମିସନ୍ (ଏନ୍ଏଚ୍ଆର୍ସି) ମଧ୍ୟ ଗୃହମନ୍ତ୍ରାଳୟକୁ ନିର୍ଦେଶ ଦେଇ କହିଥିଲା କି, ଧର୍ମନିରପେକ୍ଷ ଦେଶରେ ଯେ କୌଣସି ପରିସ୍ଥିତିରେ ହିଂସା ଗ୍ରହଣୀୟ ନୁହେଁ।
ଜୁଲାଇ ୧୫ ତାରିଖରେ ଲୋହାଗଡ଼ ନରୈଲା ଅଞ୍ଚଳରେ ସଂଖ୍ୟାଲଘୁ ହିନ୍ଦୁମାନଙ୍କର ଘରପୋଡ଼ା ଯିବା, ଆକାଶ ଶାହା ନାମରେ ଜଣେ ୧୮ ବର୍ଷିୟ କଲେଜ ଛାତ୍ର ଧାର୍ମିକ ଭାବନାକୁ ଆଘାତ ଦେବା ଭଳି ଫେସ୍ବୁକ୍ ପୋଷ୍ଟ୍ କରିଛନ୍ତି କହି ଶୁକ୍ରବାର ନମାଜ ପରେ ତାଙ୍କ ଘର ସମ୍ମୁଖରେ ପ୍ରତିବାଦ କରିବା ସହ ଗଣ୍ଡଗୋଳ କରିବା, ହିନ୍ଦୁମାନଙ୍କ ଘରେ ଲୁଟ୍ତରାଜ କରିବା ଭଳି ଘଟଣା ଘଟିବା ପରେ ଜାତୀୟ ମାନବ ଅଧିକାର କମିସନ୍ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ଗୃହମନ୍ତ୍ରାଳୟକୁ କହିଥିଲା।
ଏତେ କାଣ୍ଡ ଘଟିଯିବା ପରେ ବି ଏଯାବତ୍ କାହାରିକୁ ଗିରଫ କରାଯାଇ ନ ଥିବା କଥା ‘ଡେଲି ଷ୍ଟାର୍’ ରିପୋର୍ଟ କରିଛି।
Follow Us