ଇତିହାସ ରଚିଲେ ଭାରତୀୟ ବଂଶୋଦ୍ଭବ ଆମେରିକୀୟ

Advertisment

ଆମେରିକା କଂଗ୍ରେସର ନିମ୍ନ ସଦନ ୟୁଏସ୍‌ ହାଉସ୍‌ ଅଫ ରିପ୍ରେଜେଣ୍ଟେଟିଭ୍‌ (ପ୍ରତିନିଧି ସଭା)ରେ ୬ ଆସନ ଜିତି ଭାରତୀୟ ବଂଶୋଦ୍ଭବ ଆମେରିକୀୟମାନେ  ଇତିହାସ ରଚିଛନ୍ତି। ଆମେରିକା କଂଗ୍ରେସରେ ଭାରତୀୟ ବଂଶୋଦ୍ଭବଙ୍କ ସଂଖ୍ୟା ୫ ଥିବାବେଳେ ଚଳିତ ରାଷ୍ଟ୍ରପତି ନିର୍ବାଚନ ପରେ ଏହା ୬କୁ ବୃଦ୍ଧି ପାଇଛି।

ଆମେରିକା କଂଗ୍ରେସର ନିମ୍ନ ସଦନ ୟୁଏସ୍‌ ହାଉସ୍‌ ଅଫ ରିପ୍ରେଜେଣ୍ଟେଟିଭ୍‌ (ପ୍ରତିନିଧି ସଭା)ରେ ୬ ଆସନ ଜିତି ଭାରତୀୟ ବଂଶୋଦ୍ଭବ ଆମେରିକୀୟମାନେ  ଇତିହାସ ରଚିଛନ୍ତି। ଆମେରିକା କଂଗ୍ରେସରେ ଭାରତୀୟ ବଂଶୋଦ୍ଭବଙ୍କ ସଂଖ୍ୟା ୫ ଥିବାବେଳେ ଚଳିତ ରାଷ୍ଟ୍ରପତି ନିର୍ବାଚନ ପରେ ଏହା ୬କୁ ବୃଦ୍ଧି ପାଇଛି।

gdjgddggjgdj

ୱାସିଂଟନ୍‌: ଆମେରିକା କଂଗ୍ରେସର ନିମ୍ନ ସଦନ ୟୁଏସ୍‌ ହାଉସ୍‌ ଅଫ ରିପ୍ରେଜେଣ୍ଟେଟିଭ୍‌ (ପ୍ରତିନିଧି ସଭା)ରେ ୬ ଆସନ ଜିତି ଭାରତୀୟ ବଂଶୋଦ୍ଭବ ଆମେରିକୀୟମାନେ  ଇତିହାସ ରଚିଛନ୍ତି। ଆମେରିକା କଂଗ୍ରେସରେ ଭାରତୀୟ ବଂଶୋଦ୍ଭବଙ୍କ ସଂଖ୍ୟା ୫ ଥିବାବେଳେ ଚଳିତ ରାଷ୍ଟ୍ରପତି ନିର୍ବାଚନ ପରେ ଏହା ୬କୁ ବୃଦ୍ଧି ପାଇଛି।  ଭର୍ଜିନିଆରେ ଭାରତୀୟ-ଆମେରିକୀୟ ଆଇନଜୀବୀ ସୁହାସ ସୁବ୍ରମଣ୍ୟମ ସମ୍ପ୍ରଦାୟର ପ୍ରଥମ ବ୍ୟକ୍ତି ଭାବେ ଭର୍ଜିନିଆ ତଥା ସମଗ୍ର ପୂର୍ବ ଉପକୂଳରୁ ଜିତିଛନ୍ତି।  ସୁବ୍ରମଣ୍ୟମ ଏବେ ଭର୍ଜିନିଆ ଷ୍ଟେଟ୍‌ ସିନେଟର ଅଛନ୍ତି।  ସୁବ୍ରମଣ୍ୟମ ରିପବ୍ଲିକାନ ପାର୍ଟିର ମାଇକ୍‌ କ୍ଲାନ୍ସିଙ୍କୁ ପରାଜିତ କରିଛନ୍ତି।   

ଆମେରିକା ପ୍ରତିନିଧି ସଭାରେ ୬ ଆସନ ଜିତିଲେ

ଉଲ୍ଲେଖଯୋଗ୍ୟ,  ସୁବ୍ରମଣ୍ୟମ ପୂର୍ବରୁ ପୂର୍ବତନ ରାଷ୍ଟ୍ରପତି ବାରାକ୍‌ ଓବାମାଙ୍କ ପାଇଁ ହ୍ବାଇଟ୍‌ ହାଉସ ଉପଦେଷ୍ଟା ଭାବେ ଦାୟିତ୍ବ ତୁଲାଇଥିଲେ। ଆମେରିକାରେ ଭାରତୀୟ-ଆମେରିକୀୟ ସମ୍ପ୍ରଦାୟରେ ସେ ଜଣେ ଜଣାଶୁଣା ବ୍ୟକ୍ତିତ୍ବ।  ପୂର୍ବରୁ ସଦସ୍ୟ ଥିବା ଅନ୍ୟ ୫ ଜଣ ଭାରତୀୟ ବଂଶୋଦ୍ଭବ ପୁଣିଥ‌ରେ ହାଉସ ଅଫ୍‌ ‌ରିପପ୍ରଜେଣ୍ଟେଟିଭ୍‌କୁ ନିର୍ବାଚିତ ହୋଇଛନ୍ତି। ଶ୍ରୀ ଥାନେଦାର ଲଗାତାର ଦ୍ବିତୀୟ ଥର ପାଇଁ ୧୩ତମ ସଂସଦୀୟ ଜିଲ୍ଲା ମିଚିଗାନ୍‌ରୁ  ପୁନଃ ନିର୍ବାଚିତ ହୋଇଛନ୍ତି। ୨୦୨୩ରେ ସେ ପ୍ରଥମ ଥର ପାଇଁ ଏଠାରେ ନିର୍ବାଚନ ଜିତିଥିଲେ।  ରାଜା କ୍ରୀଷ୍ଣମୂର୍ତ୍ତି  ସପ୍ତମ ସଂସଦୀୟ ଜିଲ୍ଲା ଇଲ୍ଲିଅନିସ୍‌ରୁ ଲଗାତାର ପଞ୍ଚମ ଥର ପାଇଁ ନିର୍ବାଚନ ଜିତିଛନ୍ତି।  ସେହିପରି ରୋ ଖାନ୍ନା ଏବଂ ପ୍ରମିଳା ଜୟପାଲ୍‌ ମଧ୍ୟ ଯଥାକ୍ରମେ  ସପ୍ତଦଶ ସଂସଦୀୟ ଜିଲ୍ଲା କାଲିଫର୍ଣ୍ଣିଆ ଏବଂ ସପ୍ତମ ସଂସଦୀୟ ଜିଲ୍ଲା ୱାସିଂଟନ ଷ୍ଟେଟ୍‌ରୁ ନିର୍ବାଚିତ ହୋଇଛନ୍ତି।  ଡାକ୍ତର ଅମି ବେରା ଷଷ୍ଠ ସଂସଦୀୟ ଜିଲ୍ଲା କାଲିଫର୍ଣ୍ଣିଆରୁ ୨୦୧୩ ମସିହାରୁ ଲଗାତାର ଭାବେ ଜିତି ଆସୁଛନ୍ତି।  ଅନ୍ୟପକ୍ଷେ ଆରି‌ଜୋନାରେ ଅମିଶ ଶାହ ତାଙ୍କ ପ୍ରତିଦ୍ବନ୍ଦ୍ବୀ ରିପବ୍ଲିକାନ୍‌ ପ୍ରାର୍ଥୀଙ୍କଠାରୁ ଯଥେଷ୍ଟ ଆଗରେ ରହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe