Image Courtesy of India Today
ୱାସିଂଟନ୍: ୟୁକ୍ରେନ୍କୁ ଗ୍ରହଣ କରିବା ପାଇଁ ‘ନାଟୋ’ ପ୍ରସ୍ତୁତ ନୁହେଁ, ସେ ମଧ୍ୟ ୟୁକ୍ରେନ୍ର ‘ନାଟୋ’ ସଦସ୍ୟତା ପାଇଁ ଆଉ ଜିଦ୍ କରୁ ନାହାନ୍ତି ବୋଲି ରାଷ୍ଟ୍ରପତି ଭୋଲୋଦିମିର୍ ଜେଲେନ୍ସ୍କି କହିଛନ୍ତି।
ସୂଚନାଯୋଗ୍ୟ, ୟୁକ୍ରେନ୍ ଆକ୍ରମଣ ପାଇଁ ରୁଷ୍ ଯେଉଁ କେତୋଟି କାରଣ ଦର୍ଶାଇଛି ସେଥିରୁ ଗୋଟାଏ ହେଉଛି ‘ନାଟୋ’ ସଦସ୍ୟତା ପାଇଁ ୟୁକ୍ରେନ୍ର ବିଶେଷ ଆଗ୍ରହ।
ରୁଷ୍କୁ ଶାନ୍ତ କରାଇବା ଭଳି ମନେହେଉଥିବା ଆଉ ଏକ ସମ୍ମତିରେ ଜେଲେନ୍ସ୍କି କହିଛନ୍ତି ଯେ, ଫେବ୍ରୁଆରି ୨୪ରେ ଆକ୍ରମଣ ପୂର୍ବରୁ ରୁଷ୍କୁ ସମର୍ଥନ କରୁଥିବା ୟୁକ୍ରେନ୍ର ଯେଉଁ ୨ଟି ବିଚ୍ଛିନ୍ନାଞ୍ଚଳକୁ ରାଷ୍ଟ୍ରପତି ପୁଟିନ୍ ସ୍ବାଧୀନ ଘୋଷଣା କରିଥିଲେ, ତା’ର ସ୍ଥିତାବସ୍ଥା କ୍ଷେତ୍ରରେ ମଧ୍ୟ ସେ ସାଲିସ କରିବାକୁ ପ୍ରସ୍ତୁତ ଅଛନ୍ତି।
ସୋମବାର ରାତିରେ ‘ଏବିସି ନିଉଜ୍’ରେ ପ୍ରସାରିତ ସାକ୍ଷାତ୍କାରରେ ଜେଲେନ୍ସ୍କି କହିଛନ୍ତି, ‘ନାଟୋ’ ୟୁକ୍ରେନ୍କୁ ଗ୍ରହଣ କରିବାକୁ ପ୍ରସ୍ତୁତ ନୁହେଁ ବୋଲି ଆମର ହୃଦ୍ବୋଧ ହେବା ପରେ ଦୀର୍ଘ ସମୟ ଧରି ସେ ପ୍ରସଙ୍ଗରେ ଚୁପ୍ ରହିଛି। ‘ନାଟୋ’ ବିବାଦୀୟ ପ୍ରସଙ୍ଗ ଏବଂ ରୁଷ୍କୁ ମୁକାବିଲା କରିବା ଲାଗି ଭୟ କରୁଛି।
Image Courtesy of First Post‘ନାଟୋ’ ସଦସ୍ୟତା ପ୍ରସଙ୍ଗରେ ଜେଲେନ୍ସ୍କି ଜଣେ ଭାଷାନ୍ତରକାରୀଙ୍କ ମାଧ୍ୟମରେ ଜେଲେନ୍ସ୍କି କହିଛନ୍ତି ଯେ, କୌଣସି ଜିନିଷ ପାଇଁ ଆଣ୍ଠୁମାଡ଼ି ଭିକ୍ଷା ମାଗିବା ଦେଶର ସେ ରାଷ୍ଟ୍ରପତି ହେବାକୁ ଚାହାଁନ୍ତି ନାହିଁ।
ସୂଚନାଯୋଗ୍ୟ, ପଡ଼ୋଶୀ ଦେଶ ୟୁକ୍ରେନ୍ ‘ନାଟୋ’ରେ ଯୋଗ ଦେଉ ବୋଲି ରୁଷ୍ ଚାହେଁନାହିଁ। କାରଣ, ସୋଭିଏତ୍ ଦେଶର ପ୍ରାର୍ଦୁଭାବରୁ ୟୁରୋପକୁ ନିରାପଦ ରଖିବା ଲାଗି ଶୀତଳ ଯୁଦ୍ଧ ପ୍ରାରମ୍ଭିକ କାଳରେ ଆଟ୍ଲାଣ୍ଟିକ୍ ସାଗର ସେପାରି ମେଣ୍ଟ ‘ନାଟୋ’ ସୃଷ୍ଟି କରାଯାଇଥିଲା।
କିନ୍ତୁ, ଅଳ୍ପ କେତେ ବର୍ଷ ହେବ ‘ନାଟୋ’ ପୂର୍ବାଞ୍ଚଳ ଆଡ଼କୁ ଅଧିକ ସମ୍ପ୍ରସାରିତ ହୋଇ ପୂର୍ବତନ ସୋଭିଏତ୍ ଦେଶରୁ ବିଚ୍ଛିନ୍ନ ହୋଇ ଯାଇଥିବା ରାଷ୍ଟ୍ରଗୁଡ଼ିକୁ ସଦସ୍ୟ କରୁଥିବାରୁ କ୍ରେମ୍ଲିନ୍ କ୍ଷୁବ୍ଧ ହୋଇଛି। କାରଣ, ଏଥିଯୋଗୁଁ ଭବିଷ୍ୟତରେ ରୁଷ୍ ବିପଦଗ୍ରସ୍ତ ହୋଇପାରେ ବୋଲି ରାଷ୍ଟ୍ରପତି ପୁଟିନ୍ ଆଶଙ୍କା କରୁଛନ୍ତି।
Follow Us