ୟୁକ୍ରେନ୍‌ର ‘ନୋ-ଫ୍ଲାଏ ଜୋନ୍‌’ ଦାବିକୁ ଅଗ୍ରାହ୍ୟ କଲା ‘ନାଟୋ’; ଜେଲେନସ୍କି କହିଲେ, ବୋମା ବର୍ଷଣ ଜାରି ପାଇଁ ରୁଷ୍‌କୁ ମିଳିଲା ଅନୁମତି

Advertisment
ୟୁକ୍ରେନ୍‌ର ‘ନୋ-ଫ୍ଲାଏ ଜୋନ୍‌’ ଦାବିକୁ ଅଗ୍ରାହ୍ୟ କଲା ‘ନାଟୋ’; ଜେଲେନସ୍କି କହିଲେ, ବୋମା ବର୍ଷଣ ଜାରି ପାଇଁ ରୁଷ୍‌କୁ ମିଳିଲା ଅନୁମତି

Image Courtesy of Zee News

କିବ୍: ୟୁକ୍ରେନ୍‌ ଆକାଶରେ ‘ନୋ-ଫ୍ଲାଏ ଜୋନ୍‌’ ବ୍ୟବସ୍ଥା କରାଇବା ଦାବିକୁ ଅଗ୍ରାହ୍ୟ କରି ଦେଇଥିବା ‘ନର୍ଥ ଆଟ୍‌ଲାଣ୍ଟିକ୍‌ ଟ୍ରିଟି ଅର୍ଗାନାଇଜେସନ୍‌’କୁ (ନାଟୋ) ୟୁକ୍ରେନୀୟ ରାଷ୍ଟ୍ରପତି ଭୋଲୋଦିମିର୍‌ ଜେଲେନ୍‌ସ୍କି ତୀବ୍ର ସମାଲୋଚନା କରିଛନ୍ତି।

ଟେଲିଭିଜନ୍‌ରେ ପ୍ରସାରିତ ଅଭିଭାଷଣରେ ସେ କହିଛନ୍ତି, ‘ନାଟୋ’ର ନିଷ୍ପତ୍ତି ୟୁକ୍ରେନୀୟ ନଗର ଏବଂ ଗ୍ରାମ ଉପରେ ଅଧିକ ବୋମା ବର୍ଷଣ ପାଇଁ ଅନୁମତି ପ୍ରଦାନ କରିଛି।

ସୂଚନାଯୋଗ୍ୟ, ‘ନୋ-ଫ୍ଲାଏ ଜୋନ୍‌’ ହେଉଛି ସାମରିକ ବଳରେ ସଂସ୍ଥାପିତ ଏକ ଅଞ୍ଚଳ ଯାହା ମଧ୍ୟକୁ ନିର୍ଦ୍ଦିଷ୍ଟ କେତେକ ବିମାନ ଉଡ଼ାଣକୁ ଅନୁମତି ଦିଆଯିବ ନାହିଁ।

publive-image Image Courtesy of India Today

ସେ ଆହୁରି ମଧ୍ୟ କହିଛନ୍ତି, ଆଜି ‘ନାଟୋ’ର ସମ୍ମିଳନୀ ହୋଇ ନ ଥିଲା। ହୋଇଥିଲା ଗୋଟାଏ ଦୁର୍ବଳ ଓ ବିଭ୍ରାନ୍ତ ବୈଠକ। ଏହା ଏଭଳି ଗୋଟାଏ ବୈଠକ ଥିଲା ଯେଉଁଥିରୁ ସ୍ପଷ୍ଟ ହୋଇଯାଇଛି ଯେ, ୟୁରୋପର ସ୍ବାଧୀନତା ପାଇଁ ଯୁଦ୍ଧ କରିବା କଥାକୁ କେହି ମୁଖ୍ୟ ଉଦ୍ଦେଶ୍ୟ ବୋଲି ବିଚାର କରୁ ନାହାନ୍ତି।

ଫେବ୍ରୁଆରି ୨୪ ତାରିଖ ଦିନ ରୁଷ୍‌ ଜଳ ସ୍ଥଳ ଆକାଶରୁ ଆକ୍ରମଣ କରିବା ପରେ ୟୁକ୍ରେନ୍‌ ଆକାଶରେ ‘‌ନୋ-ଫ୍ଲାଏ ଜୋନ୍‌’ ଗଠନ କରିବା ପାଇଁ ରାଷ୍ଟ୍ରପତି ଜେଲେନେସ୍କି ‘ନାଟୋ’ରେ ଆବେଦନ କରିଥିଲେ।

ପଶ୍ଚିମ ୟୁରୋପ୍‌ରେ ଯୁଦ୍ଧ ବାତାବରଣ ମଧ୍ୟରୁ ଦୂରେଇ ରହିବା ଲାଗି ଶୁକ୍ରବାର ଦିନ ଯୁକ୍ତରାଷ୍ଟ୍ର ଆମେରିକା ନେତୃତ୍ବାଧୀନ ‘ନାଟୋ’ ୟୁକ୍ରେନ୍‌ର ଆବେଦନକୁ ଅଗ୍ରାହ୍ୟ କରି ଦେଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe