ଅକ୍ଟୋବର ୧ରୁ ବଢିବ ଗ୍ୟାସ୍‌ ସିଲିଣ୍ଡରର ଦାମ୍‌ !

Advertisment
ଅକ୍ଟୋବର ୧ରୁ ବଢିବ ଗ୍ୟାସ୍‌ ସିଲିଣ୍ଡରର ଦାମ୍‌ !

ନୂଆଦିଲ୍ଲୀ : ପେଟ୍ରୋଲ, ଡିଜେଲ ପରେ ଏବେ ବଢ଼ିବାକୁ ଯାଉଛି ଗ୍ୟାସ ସିଲିଣ୍ଡରର ଦାମ୍‌। ଦିନକୁ ଦିନ ଭାରତୀୟ ମୁଦ୍ରା ଦୁର୍ବଳ ହେଉଥିବାରୁ ସରକାର ଘରେ ବ୍ୟବହୃତ ହେଉଥିବା ସିଏନଜି ଏବଂ ପିଏନଜି ଭଳି ଘରୋଇ ଗ୍ୟାସରେ ପୁନଶ୍ଚ ଦାମ୍‌ ବଢାଇବାକୁ ଘୋଷଣା କରିଛନ୍ତି। ଏହାବ୍ୟତୀତ ୟୁରିଆ ଏବଂ ବିଜୁଳୀ ଉତ୍ପାଦନରେ ମଧ୍ୟ ଦରଦାମ୍‌ ବୃଦ୍ଧି ହେବ।

ଅନ୍ତରାଷ୍ଟ୍ରୀୟ ବଜାରରେ ଅଶୋଧିତ ତୈଳଦର ବୃଦ୍ଧି ହେବା ଏବଂ ଟଙ୍କାରେ ଆସୁଥିବା ଦୁର୍ବଳତାକୁ ନେଇ କମ୍ପାନୀ ତରଫରୁ ମଧ୍ୟ ଦର ବଢାଇବାକୁ ନେଇ ସରକାରଙ୍କ ଉପରେ ଚାପ ପଡୁଛି। ଏମିତିରେ ଅକ୍ଟୋବର ୧ ତାରିଖରୁ ଉପଭୋକ୍ତାଙ୍କୁ ଗାଡି ତଥା ଘରୋଇ ପ୍ରୟୋଗ ପାଇଁ ବ୍ୟବହୃତ ହେଉଥିବା ଗ୍ୟାସ୍‌ ଦାମ ଅଧିକ ଦେବାକୁ ପଡିପାରେ। ଦିନକୁ ଦିନ ଘରୋଇ ଗ୍ୟାସର ବର୍ଦ୍ଧିତ ଦରର ପ୍ରଭାବ ସିଏନଜି ଏବଂ ପିଏନଜି ଦରରେ ପଡିବ। ଅନ୍ୟପକ୍ଷରେ କେନ୍ଦ୍ର ସରକାର ସ୍ପଷ୍ଟ କରିଦେଇଛନ୍ତି ଯେ ଉତ୍ପାଦ କରରେ କୌଣସି ଛାଡ ହେବନାହିଁ। ଏମିତିରେ ବର୍ଦ୍ଧିତ ଦରରେ ଉପଭୋକ୍ତାଙ୍କ ବାହନ ଏବଂ ଘରେ ବ୍ୟବହାର ହେଉଥିବା ଗ୍ୟାସର ବିଲ୍‌ ଦେବାକୁ ପଡିଥାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe