ଉତ୍ତରାଖଣ୍ଡରେ ପ୍ରକୃତିର କୋପ, ବାଦଲଫଟା ବର୍ଷା, ଭୂସ୍ଖଳନ

Advertisment

ଉତ୍ତରାଖଣ୍ଡର ଉତ୍ତରକାଶୀ ଜିଲ୍ଲାରେ ରବିବାର ସକାଳେ ବାଦଲ ଫାଟିବାରୁ   ଭୂସ୍ଖଳନ ଘଟି ୯ ଜଣ ଶ୍ରମିକ ନିଖୋଜ ଅଛନ୍ତି। ଯମୁନୋତ୍ରୀ ଜାତୀୟ ରାଜପଥର ସିଲାଇ ଅଞ୍ଚଳରେ ଏକ ନିର୍ମାଣାଧୀନ ହୋଟେଲ ନିକଟରେ ୧୯ ଜଣ....

ଉତ୍ତରାଖଣ୍ଡର ଉତ୍ତରକାଶୀ ଜିଲ୍ଲାରେ ରବିବାର ସକାଳେ ବାଦଲ ଫାଟିବାରୁ   ଭୂସ୍ଖଳନ ଘଟି ୯ ଜଣ ଶ୍ରମିକ ନିଖୋଜ ଅଛନ୍ତି। ଯମୁନୋତ୍ରୀ ଜାତୀୟ ରାଜପଥର ସିଲାଇ ଅଞ୍ଚଳରେ ଏକ ନିର୍ମାଣାଧୀନ ହୋଟେଲ ନିକଟରେ ୧୯ ଜଣ....

asdgfg

ଡେରାଡୁନ୍: ଉତ୍ତରାଖଣ୍ଡର ଉତ୍ତରକାଶୀ ଜିଲ୍ଲାରେ ରବିବାର ସକାଳେ ବାଦଲ ଫାଟିବାରୁ   ଭୂସ୍ଖଳନ ଘଟି ୯ ଜଣ ଶ୍ରମିକ ନିଖୋଜ ଅଛନ୍ତି। ଯମୁନୋତ୍ରୀ ଜାତୀୟ ରାଜପଥର ସିଲାଇ ଅଞ୍ଚଳରେ ଏକ ନିର୍ମାଣାଧୀନ ହୋଟେଲ ନିକଟରେ ୧୯ ଜଣ ଶ୍ରମିକ ରହୁଥିବା ବେଳେ ସେମାନଙ୍କ କ୍ୟାମ୍ପକୁ ବାଦଲଫଟା ବର୍ଷା ଧୋଇ ନେଇଛି। ୧୦ ଜଣ ଶ୍ରମିକଙ୍କୁ ଉଦ୍ଧାର କରାଯାଇଥିବା ବେଳେ ୯ ଜଣ ନିଖୋଜ ଅଛନ୍ତି। ଘଟଣାସ୍ଥଳରୁ ଦୁଇ ଜଣ ଶ୍ରମିକଙ୍କ ଶବ ଉଦ୍ଧାର ହୋଇଛି। ଜାତୀୟ ବିପର୍ଯ୍ୟୟ ମୁକାବିଲା ବାହିନୀ (ଏନ୍‌ଡିଆରଏଫ), ରାଜ୍ୟ ବିପର୍ଯ୍ୟୟ ମୁକାବିଲା ବାହିନୀ (ଏସ୍‌ଡିଆରଏଫ) ଏବଂ ପୁଲିସର ଏକାଧିକ ଟିମ୍ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି। ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ କହିଛନ୍ତି ଯେ ସେ ଅଧିକାରୀଙ୍କ ସହ ନିରନ୍ତର ଯୋଗାଯୋଗରେ ଅଛନ୍ତି ଏବଂ ସମସ୍ତଙ୍କ ସୁରକ୍ଷା ପାଇଁ ପ୍ରାର୍ଥନା କରିଛନ୍ତି। ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ଉତ୍ତରାଖଣ୍ଡର ଚାରିଧାମ ଯାତ୍ରାକୁ ଗୋଟିଏ ଦିନ ପାଇଁ ସ୍ଥଗିତ ରଖାଯାଇଛି। ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି)  ସୋମବାର ପାଇଁ ଉତ୍ତରାଖଣ୍ଡ ନିମନ୍ତେ ରେଡ୍ ଆଲର୍ଟ ଜାରି କରିଛି ଏବଂ କେତେକ ସ୍ଥାନରେ ଅତି ପ୍ରବଳ ବର୍ଷା ଓ ବଜ୍ରପାତ  ହେବ ବୋଲି ଚେତାବନୀ ଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe