ଅନଲାଇନ୍‌ରେ ପରିବାର ସହ ନବାନ୍ନ ଭକ୍ଷଣ

Advertisment
ଅନଲାଇନ୍‌ରେ ପରିବାର ସହ ନବାନ୍ନ ଭକ୍ଷଣ

‌ଟୋକିଓ : ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇରେ ପରିବାରର ସମସ୍ତେ ଗୋଟିଏ ନିର୍ଧାରିତ ସମୟରେ ଭଗବାନ ଓ ଘରର ଇଷ୍ଟ ଦେବଦେବୀଙ୍କୁ ପୂଜାର୍ଚ୍ଚନା କରି ଏକାଠି ବସି ନୂଆଁ ଖାଇଥା’ନ୍ତି। କିନ୍ତୁ ପ୍ରବାସୀ ଓଡ଼ିଆଙ୍କ କ୍ଷେତ୍ରରେ ଏହା ସମ୍ଭବ ହୋଇ ନଥାଏ। ତେବ‌େ ବୈଷୟିକ ଜ୍ଞାନକୌଶଳ ସହାୟତାରେ ଏପରି ଏକ ଅସମ୍ଭବ କାମକୁ ସମ୍ଭବ କରିପାରିଛନ୍ତି କଳାହାଣ୍ଡିର ଧର୍ମଗଡ଼ ପାଖ ଗମ୍ଭାରୀଗୁଡ଼ା ଗାଁର ପାତ୍ର ପରିବାର। ପରିବାରର ଗୋଟିଏ ପୁଅ ଲିଙ୍ଗରାଜ ପାତ୍ର ସପରିବାର ଜାପାନର ରାଜଧାନୀ ଟୋକିଓରେ ରହୁଥିବା ବେଳେ ଅନ୍ୟ ପୁଅ ଦିଗମ୍ବର ପାତ୍ର ସପରିବାରେ ଲେବାନନ୍‌ର ବେରୁତରେ ରହନ୍ତି। ଓଡ଼ିଶାରେ ରହୁଥିବା ପରିବାରର ଅନ୍ୟ ସଦସ୍ୟମାନେ ଆଜି ଗମ୍ଭାରୀଗୁଡ଼ାରେ ଏକାଠି ହୋଇଥିବା ବେଳେ ଲିଙ୍ଗରାଜ ଓ ଦିଗମ୍ବର ଆଜି ପୂର୍ବାହ୍ନ ପ୍ରାୟ ୧୦ଟା ବେଳେ ଅନ୍‌ଲାଇନ୍‌‌ରେ ଯୋଡ଼ି ହୋଇ ପରିବାର ସହ ନବାନ୍ନ ଭକ୍ଷଣ କରିଥିଲେ। ତେବ‌େ ଗାଁର ଅନ୍ୟ କିଛି ପରିବାର‌ରେ ମଧ୍ୟ ଏପରି ଘଟଣା ଦେଖିବାକୁ ମିଳିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe