ନିତି ଆୟୋଗ ପରିଚାଳନା ପରିଷଦର ୮ଟି ବୈଠକରୁ ୫ଟିରେ ଯୋଗ ଦେଇଛନ୍ତି ନବୀନ

Advertisment
ଚକ୍‌ମା ଦେଇ ପାରନ୍ତି ନବୀନ: ବାଲିକୁଦା-ଏରସମା ଆସନରେ ଲଟକିଛି ପ୍ରାର୍ଥୀ ଘୋଷଣା

Photo: Newsroom Odisha

ନୂଆଦିଲ୍ଲୀ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିତି ଆୟୋଗ ପରିଚାଳନା ପରିଷଦ ବୈଠକରେ ଅନୁପସ୍ଥିତ ରହିବା ଏହା ପ୍ରଥମ ଘଟଣା ନୁହେଁ। ନିତି ଆୟୋଗଙ୍କ ମୋଟ ଆଠଟି ପରିଚାଳନା ପରିଷଦ ବୈଠକ ମଧ୍ୟରୁ ନବୀନ ୫ଟିରେ ‌ଯୋଗ ଦେଇଛନ୍ତି।
ଯୋଜନା ଆୟୋଗ ଭଙ୍ଗ ପରେ ନୂଆକରି ଗଠିତ ନିତି ଆୟୋଗର ପ୍ରଥମ ପରିଚାଳନା ପରିଷଦ ବୈଠକ ୨୦୧୫ ଫେବ୍ରୁଆରି ୯ରେ ହୋଇଥିଲା। ସେଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇଥିଲେ ଏବଂ ରାଜ୍ୟର ସ୍ବାର୍ଥ ସମ୍ବଳିତ ବିଭିନ୍ନ ପ୍ରସଙ୍ଗ ଉତ୍‌ଥାପନ କରିଥିଲେ। ସେହି ବର୍ଷ ଜୁଲାଇ ୧୫ରେ ପରିଚାଳନା ପରିଷଦର ଦ୍ବିତୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ଉକ୍ତ ବୈଠକରେ ମୁଖ୍ୟମନ୍ତ୍ରୀ ଯୋଗଦେଇନଥିଲେ।

ତୃତୀୟ ବୈଠକ ଏପ୍ରିଲ ୨୩, ୨୦୧୭ରେ ହୋଇଥିଲା। ଏଥିରେ ନବୀନ ଯୋଗଦେଇ ଓଡ଼ିଶାକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦାବି କରିଥିଲେ। ଜୁନ ୧୭, ୨୦୧୮ରେ ଅନୁଷ୍ଠିତ ଚତୁର୍ଥ ବୈଠକରେ ନବୀନ ଯୋଗ ଦେଇନଥିବା ବେଳେ ଜୁନ ୧୫, ୨୦୧୯ରେ ଆୟୋଜିତ ପଞ୍ଚମ ବୈଠକରେ ଯୋଗ ଦେଇ ଓଡ଼ିଶାକୁ ଫୋକସ୍‌ ଷ୍ଟେଟ ମାନ୍ୟତା ଦାବି ଦୋହରାଇଥିଲେ। ଷଷ୍ଠ ବୈଠକ ଫେବ୍ରୁଆରି ୨୦, ୨୦୨୧ରେ ଭର୍ଚୁଆଲରେ ହୋଇଥିଲା। ଏଥିରେ ମୁଖ୍ୟମନ୍ତ୍ରୀ ଯୋଗ ଦେଇ ନିର୍ବାଚିତ ସରକାରଙ୍କୁ କାମ କରିବାକୁ ଦିଅ ବୋଲି କହିଥିଲେ। ସପ୍ତମ ବୈଠକ ଗତ ବର୍ଷ ଅଗଷ୍ଟ ୭ରେ ହୋଇଥିଲା। ଏଥିରେ ନବୀନ ଯୋଗଦେଇ ଆମସର ଆଇନ ସଂଶୋଧନ ପାଇଁ ଦାବି କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe