ଓଡ଼ିଶାର ଅଭିଜ୍ଞତାକୁ ମିଳିବ ବିଶ୍ବସ୍ତରୀୟ ପ୍ଲାଟଫର୍ମ: ରୋମ୍‌ରେ ଖାଦ୍ୟ ନିରାପତ୍ତା ସଫଳତା ବଖାଣିଲେ ନବୀନ

ଓଡ଼ିଶାର ଅଭିଜ୍ଞତାକୁ ମିଳିବ ବିଶ୍ବସ୍ତରୀୟ ପ୍ଲାଟଫର୍ମ: ରୋମ୍‌ରେ ଖାଦ୍ୟ ନିରାପତ୍ତା ସଫଳତା ବଖାଣିଲେ ନବୀନ

ଭୁବନେଶ୍ବର : ବିଦେଶ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରୋମ୍‌ରେ ମିଳିତ ଜାତିସଂଘର ବିଶ୍ବ ଖାଦ୍ୟ କାର୍ଯ୍ୟକ୍ରମ(ଡବ୍ଲୁଏଫ୍‌ପି)ର ମୁଖ୍ୟାଳୟରେ ଖାଦ୍ୟ ନିରପତ୍ତା କ୍ଷେତ୍ରରେ ଓଡ଼ିଶା ସଫଳତାକୁ ବଖାଣିଛନ୍ତି। ଡବ୍ଲୁଏଫ୍‌ପିର ନିର୍ବାହୀ ନିର୍ଦେଶକ ଡେଭିଡ୍‌ ବିସଲେ ଓ ତାଙ୍କ ଟିମ୍‌ ଆଗରେ ମୁଖ୍ୟମନ୍ତ୍ରୀ ରାଜ୍ୟରେ ଜୀବନଜୀବିକା ଓ ଖାଦ୍ୟ ନିରାପତ୍ତାର ସୁଦୃଢ଼ ପାଇଁ କ’ଣ କ’ଣ ପଦକ୍ଷେପ ନିଆଯାଇଛି ତାହାର ସୂଚନା ଦେଇଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଗତ ଦୁଇ ଦଶନ୍ଧିରେ ଓଡ଼ିଶା ଖାଦ୍ୟ ଉତ୍ପାଦନ, ନିରାପତ୍ତା, ଜୀବନ ଜୀବିକା, ବିପର୍ଯ୍ୟୟ ପରିଚାଳନା ଆଦି କ୍ଷେତ୍ରରେ ପରିବର୍ତ୍ତନର ବାର୍ତ୍ତାବହ ହୋଇପାରିଛି। ଓଡ଼ିଶା ଖାଦ୍ୟରେ ବଳକା ରାଜ୍ୟ ହେବା ସହିତ ଜଳବାୟୁ ଅନୁକୂଳ ଜୀବନଜୀବିକା ଓ ପୁଷ୍ଟିକର ଖାଦ୍ୟର ସୃଷ୍ଟି ପାଇଁ ବୃହତ ବିକାଶ କାର୍ଯ୍ୟକ୍ରମ ହାତକୁ ନେଇଛି। ଅନ୍ୟମାନଙ୍କ ସହଭାଗିତାରେ ଓଡ଼ିଶା ନିରନ୍ତର ବିକାଶ ଲକ୍ଷ୍ୟ ଓ ସାମୂହିକ ବିକାଶ ଦିଗରେ ଅଗ୍ରଗତି କରୁଥିବା ମୁଖ୍ୟମନ୍ତ୍ରୀ କହିଥିଲେ।

publive-image
ଡବ୍ଲୁଏଫ୍‌ପିର ନି‌ର୍ବାହୀ ନିର୍ଦେଶକ ଡେଭିଡ ବି‌ସଲେ କହିଥିଲେ ଯେ ଭାରତରେ ଡବ୍ଲୁଏଫ୍‌ପିର ମିଳିତ ସହଯୋଗରେ ନିଆଯାଇଥିବା ବିଭିନ୍ନ କାର୍ଯ୍ୟକ୍ରମ ଓଡ଼ିଶାର ଜୀବିନ ଜୀବିକା ଓ ଖାଦ୍ୟ ନିରାପତ୍ତା ଦିଗରେ ବେଶ୍‌ ଫଳପ୍ରଦ ହୋଇଛି। ବିଶେଷକରି ମହିଳାଙ୍କ ପାଇଁ ନୂଆ ଅର୍ଥନୈତିକ ସୁଯୋଗ ସହିତ ସାମୂହିକ ବିକାଶ ଦିଗରେ ଏହା ସହାୟକ ହୋଇପାରିଛି। କ୍ଷୁଧାମୁକ୍ତ ଲକ୍ଷ୍ୟ ହାସଲ ଓ ମିଳିତ ଜାତିସଂଘର ନିରନ୍ତର ବିକାଶ ଦିଗରେ ଓଡ଼ିଶାର ଅଗ୍ରଗତି ବେଶ୍ ଉତ୍ସାହଜନକ। ବିପର୍ଯ୍ୟୟ ପରିଚାଳନା, ଖାଦ୍ୟ ଉତ୍ପାଦନ ଓ ନିରାପତ୍ତା ଆଦି କ୍ଷେତ୍ରରେ ଓଡ଼ିଶାର ପଦକ୍ଷେପ ପ୍ରଶଂସନୀୟ। ଏହି ଅଭିଜ୍ଞତାକୁ ମିଳିତ ଭାବେ ଆଗକୁ ନେବା ଓ ଏକ ବିଶ୍ବସ୍ତରୀୟ ତାଲିମ୍ କାର୍ଯ୍ୟକ୍ରମ ଯୋଗାଇବା ପାଇଁ ଡବ୍ଲଏଫ୍‌ପି ଓ ଓଡ଼ିଶା ମିଳିତଭାବେ କାର୍ଯ୍ୟ କରିବେ ବୋଲି ସେ କହିଥିଲେ।

publive-image

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଡବ୍ଲଏଫ୍‌ପିର ଏହି ସହଭାଗିତାକୁ ପ୍ରଶଂସା କରିଥିଲେ। ଡବ୍ଲଏଫ୍‌ପିର ସହକାରୀ ନିର୍ବାହୀ ନିର୍ଦେଶକ ଭେଲାରି ଏନ୍‌.ଗୁଆର୍ନେରି, ମନୋଜ ଜୁନେଜା, ବିଶ୍ବ ପାରାଜୁଲି ଓ ଡବ୍ଲୁଏଫ୍‌ପିର ଓଡ଼ିଶା ମୁଖ୍ୟ ହିମାଂଶୁ ବଳ, ୫-ଟି ସଚିବ ଭି.କେ ପାଣ୍ଡିଆନ୍, ଯୋଗାଣ ବିଭାଗର ପ୍ରମୁଖ ସଚିବ ଭି.ଭି ଯାଦବ, ଆବାସିକ କମିସନର ରବିକାନ୍ତ ପ୍ରମୁଖ ଉପସ୍ଥିତ ଥିଲେ।

ଉଲ୍ଲେଖଯୋଗ୍ୟ ଯେ ଯେ ୨୦୨୧ ମସିହା‌ରେ ରାଜ୍ୟ ସରକାର ଓ ଡବ୍ଲୁଏଫ୍‌ପି ଭିତରେ ୪ଟି ସହଭାଗିତା ଚୁକ୍ତି ଓ ୬ଟି ନୂଆ ପ୍ରକଳ୍ପ ପାଇଁ ପଦକ୍ଷେପ ନିଆଯାଇଛି। ସେମାନଙ୍କ ମଧ୍ୟରେ ର‌ହିଛି ସାଧାରଣ ବଣ୍ଟନ ବ୍ୟବସ୍ଥା ଓ ଧାନ କିଣା, ଦି ଗ୍ରେନ୍ ଏଟିଏମ୍‌ ଓ ସ୍ମାର୍ଟ ମୋବାଇଲ ଷ୍ଟୋରେଜ୍ ୟୁନିଟ୍‌, ଓଡ଼ିଶା ମିଲେଟ୍ ମିସନ୍ ସହଭାଗିତାରେ ଖାଦ୍ୟ ଓ ପୋଷଣ ସୁରକ୍ଷା ଉପରେ ପ୍ରମାଣଭିତ୍ତିକ ବ୍ୟବହାର, ମିସନ ଶକ୍ତି କାର୍ଯ୍ୟକ୍ରମର ସହଭାଗିତାରେ ମତ୍ସ୍ୟଚାଷ ଓ ପଶୁ ସଂପଦର ବିକାଶ ଭଳି କାର୍ଯ୍ୟକ୍ରମ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe