ନବୀନ ଜିନ୍ଦଲ ସବୁଠୁ ଧନୀ, ରଣଧୀର ଗରିବ

Advertisment
ନବୀନ ଜିନ୍ଦଲ ସବୁଠୁ ଧନୀ, ରଣଧୀର ଗରିବ

ନୂଆଦିଲ୍ଲୀ: ଏଡିଆର୍ ଦ୍ୱାରା ବିଶ୍ଳେଷଣ କରାଯାଇଥିବା ଷଷ୍ଠ ପର୍ଯ୍ୟାୟର ୮୬୬ ପ୍ରାର୍ଥୀଙ୍କ ମଧ୍ୟରୁ ୩୩୮ ଜଣ (୩୯%) କୋଟିପତି। ତେବେ ୩ ସର୍ବାଧିକ ଧନୀ ପ୍ରାର୍ଥୀଙ୍କ ଭିତରେ ପ୍ରଥମ ସ୍ଥାନରେ ଅଛନ୍ତି ବିଜେପିର ନବୀନ ଜିନ୍ଦଲ। ୧୨୪୧ କୋଟି ଟଙ୍କାର ସମ୍ପତ୍ତି ସହ ଭାରତୀୟ ଜନତା ପାର୍ଟି (ବିଜେପି) ନେତା ତଥା ଶିଳ୍ପପତି ନବୀନ ଜିନ୍ଦଲ ଲୋକସଭା ନିର୍ବାଚରନ ୨୦୨୪ର ଷଷ୍ଠ ପର୍ଯ୍ୟାୟ ନିର୍ବାଚନରେ ସବୁଠାରୁ ଧନୀ ପ୍ରାର୍ଥୀ ହୋଇଛନ୍ତି। ଚଳିତ ବର୍ଷ ମାର୍ଚ୍ଚରେ କଂଗ୍ରେସ ଦଳ ଛାଡ଼ିଥିବା ଜିନ୍ଦଲ ହରିୟାଣାର କୁରୁକ୍ଷେତ୍ର ଆସନରୁ ପ୍ରାର୍ଥୀ ହୋଇଛନ୍ତି। ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଲିମିଟେଡ (ଜେଏସପିଏଲ)ର ଅଧ୍ୟକ୍ଷ ଜିନ୍ଦଲ ୨୦୦୯ରେ କଂଗ୍ରେସ ଟିକେଟରେ କୁରୁକ୍ଷେତ୍ର ଆସନରୁ ବିଜୟୀ ହୋଇଥିଲେ। ୨୦୧୪ରେ ସେ ଏହି ଆସନରୁ ହାରିଥିଲେ ଏବଂ ୨୦୧୯ରେ ନିର୍ବାଚନ ଲଢ଼ି ନ ଥିଲେ। ବର୍ତ୍ତମାନ ହରିୟାଣାର ମୁଖ୍ୟମନ୍ତ୍ରୀ ଥିବା ବିଜେପିର ନୟାବ ସିଂହ ସାଇନି ୨୦୧୯ରେ ଏହି ଆସନରୁ ବିଜୟୀ ହୋଇଥିଲେ। କୋଟିପତି ଜିନ୍ଦଲଙ୍କ ମୁକାବିଲା ଇଣ୍ଡିଆନ୍ ନ୍ୟାସନାଲ ଲୋକଦଳ (ଆଇଏନ୍ଏଲ୍‌ଡି)ର ଅଭୟ ଚୌତାଲା ଏବଂ ଆମ୍ ଆଦମୀ ପାର୍ଟିର ସୁଶୀଲ ଗୁପ୍ତାଙ୍କ ସହ ହେବ।

ଇଣ୍ଡି-ମେଣ୍ଟରେ କଂଗ୍ରେସ ସହ ଆସନ ବୁଝାମଣା ଅନୁଯାୟୀ ଆପ୍ କୁରୁକ୍ଷେତ୍ରରେ ନିର୍ବାଚନ ଲଢୁଛି। ହରିୟାଣାର ବାକି ୯ଟି ଆସନରେ କଂଗ୍ରେସ ପ୍ରାର୍ଥୀ ଦେଇଛି। ଷଷ୍ଠ ପର୍ଯ୍ୟାୟରେ ପ୍ରମୁଖ ଦଳଗୁଡ଼ିକ ମଧ୍ୟରେ ବିଜେଡିର ୬ ପ୍ରାର୍ଥୀଙ୍କ ମଧ୍ୟରୁ ୬ ଜଣ, ଆର୍‌ଜେଡିର ୪ ପ୍ରାର୍ଥୀଙ୍କ ମଧ୍ୟରୁ ୪ ଜଣ, ଜେଡିୟୁର ୪ ପ୍ରାର୍ଥୀଙ୍କ ମଧ୍ୟରୁ ୪ ଜଣ, ବିଜେପିର ୫୧ ପ୍ରାର୍ଥୀଙ୍କ ମଧ୍ୟରୁ ୪୮ ଜଣ ଏବଂ ସମାଜବାଦୀ ପାର୍ଟିର ୧୨ ପ୍ରାର୍ଥୀଙ୍କ ମଧ୍ୟରୁ ୧୧ ଜଣ ୧ କୋଟିରୁ ଅଧିକ ସମ୍ପତ୍ତି ଘୋଷଣା କରିଛନ୍ତି। ସେହିପରି କଂଗ୍ରେସର ୨୫ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୨୦ ଜଣ, ଆପ୍‌ର ୫ ପ୍ରାର୍ଥୀଙ୍କ ମଧ୍ୟରୁ ୪ ଜଣ ଏବଂ ଟିଏମ୍‌ସିର ୯ ପ୍ରାର୍ଥୀଙ୍କ ମଧ୍ୟରୁ ୭ ଜଣ ପ୍ରାର୍ଥୀଙ୍କ ସମ୍ପତ୍ତି ୧ କୋଟି ଟଙ୍କାରୁ ଅଧିକ ବୋଲି ଘୋଷଣା କରିଛନ୍ତି। ରୋହତକ ଆସନର ସ୍ବାଧୀନ ପ୍ରାର୍ଥୀ ରଣଧୀର ସିଂହ ତାଙ୍କର ସଂପତ୍ତି ମାତ୍ର ୨ଟଙ୍କା ବୋଲି ଘୋଷଣା କରିଛନ୍ତି। ସେହିଭଳି ପ୍ରତାପଗଡ଼ର ଏସ୍‌ୟୁସିଆଇ(ସି) ପ୍ରାର୍ଥୀ ତାଙ୍କ ସଂପତ୍ତିର ମୂଲ୍ୟ ୧୬୮୬ ଟଙ୍କା ଘୋଷଣା କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe