ବିଜେଡି ସହ ମେଣ୍ଟ ଲାଗି ନବୀନ ପଟ୍ଟନାୟକଙ୍କ ସହ କଥା ହେବାକୁ କମଳନାଥଙ୍କୁ ଦାୟିତ୍ବ ଦେଲା କଂଗ୍ରେସ

ମଧ୍ୟପ୍ରଦେଶରେ ନାଗରିକତା ଆଇନ ଲାଗୁ ହେବ ନାହିଁ : କମଳନାଥ

photo-jansatta

ନୂଆଦିଲ୍ଲୀ: କଂଗ୍ରେସ ଦଳ ଭୋଟ ଗଣତି ପୂର୍ବରୁ ଅନ୍ୟ ଦଳ ନେତାମାନଙ୍କ ସହ ଯୋଗାଯୋଗ କରିବାଲାଗି ପାଂଚ ଜଣିଆ ବରିଷ୍ଠ ନେତାଙ୍କ ଏକ ଟିମ୍ ତିଆରି କରିଥିବା ଜଣଯାଇଛି । ତେଲୁଗୁ ଦେଶମ ପାର୍ଟିର ମୁଖ୍ୟ ବନ୍ଦ୍ରବାବୁ ନଇଡୁଙ୍କ ସହ ଆଲୋଚନା ପରେ କଂଗ୍ରେସ ଅନ୍ୟ ଦଳମାନଙ୍କ ସହ ବାର୍ତାଳାପ କରିବାକୁ ଏହି ପଦକ୍ଷେପ ନେଇଛି।

ଏହି ଟିମରେ ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାମ୍ବରମ, ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଗୁଲାମ ନବୀ ଆଜାଦ, କୋଷାଧ୍ୟକ୍ଷ ଅହମଦ ପଟେଲ, ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ କମଲନାଥ ଏବଂ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କୁ ସାମିଲ କରାଯାଇଛି । ଆସନ୍ତା ନିର୍ବାଚନରେ ଯଦି ଏନ୍ ଡି ଏ ସରକାର ଗଠନ କରିବାରେ ଅସଫଳ ହୁଏ ତେବେ କଂଗ୍ରେସ କିପରି ଅନ୍ୟ ଦଳଙ୍କ ସହ ମେଣ୍ଟ କରି ସରକାର ଗଢ଼ିବ ତାର ଦାୟିତ୍ବ ନ୍ୟସ୍ତ କରାଯାଇଛି ଏହି ଟିମ୍ ଉପରେ।

publive-image

ଏମାନଙ୍କ ଭିତରୁ ଅଶୋକ ଗେହଲଟ ଏବଂ ଅହମଦ ପଟେଲ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ଆଲୋଚନା କରିବେ । ଡିଏମକେ ଅଧ୍ୟକ୍ଷ ଷ୍ଟାଲିନ ଏବଂ ଜଗନ ମୋହନ ରେଡିଙ୍କ ସହ ଆଲୋଚନା କରିବା ପାଇଁ ପି ଚିଦାମ୍ବରମକୁ ଦାୟିତ୍ୱ ଦିଆଯାଇଛି । ଠିକ୍ ସେହିପରି ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଯୋଗାଯୋଗ କରିବା ପାଇଁ କମଲନାଥଙ୍କୁ ଦାୟିତ୍ୱ ଦିଆଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe