ନୂଆଦିଲ୍ଲୀ : ଗାଣତନ୍ତ୍ରିକ ସଂସ୍କାର ସଂଘ(ଏଡିଆର୍) ପକ୍ଷରୁ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସମ୍ପତ୍ତି ତାଲିକା ପ୍ରକାଶ ପାଇଛି। ସେଥିରେ ନବୀନ ପଟ୍ଟନାୟକ ଦେଶର ସପ୍ତମ ଧନୀ ମୁଖ୍ୟମନ୍ତ୍ରୀର ମାନ୍ୟତା ରଖିଥିବା ଜଣାଯାଇଛି। ନବୀନଙ୍କର ୧୭,୭୫,୪୩୩ ଟଙ୍କାର ସ୍ଥାବର ସମ୍ପତ୍ତି ଥିବା ବେଳେ ତାଙ୍କ ଅସ୍ଥାବର ସମ୍ପତ୍ତିର ମୂଲ୍ୟ ୧୨,୦୬,୩୭,୪୩୩ ଟଙ୍କା ବୋଲି କୁହାଯାଇଛି। ଅପରପକ୍ଷେ, ସବୁଠୁ ଧନୀ ମୁଖ୍ୟମନ୍ତ୍ରୀ ଥିବା ଆନ୍ଧ୍ରପ୍ରଦେଶର ଚନ୍ଦ୍ରବାବୁ ନାଇଡୁଙ୍କର ୧୭୭ କୋଟିରୁ ଅଧିକ ମୂଲ୍ୟର ସମ୍ପତ୍ତି ରହିଛି। ସେହିପରି ଧନୀ ମୁଖ୍ୟମନ୍ତ୍ରୀ ତାଲିକାର ଦ୍ୱିତୀୟ ସ୍ଥାନରେ ଥିବା ପ୍ରେମା ଖାଣ୍ଡୁ(ଅରୁଣାଚଳ ପ୍ରଦେଶ)ଙ୍କର ସମ୍ପତ୍ତିର ମୂଲ୍ୟ ୧୨୯ କୋଟିରୁ ଅଧିକ ହୋଇଥିବା ବେଳେ ତୃତୀୟ ସ୍ଥାନରେ ଥିବା କ୍ୟାପ୍ଟେନ୍ ଅମରିନ୍ଦର ସିଂହ(ପଞ୍ଜାବ) ୪୮ କୋଟି ଟଙ୍କାରୁ ଅଧିକ ସମ୍ପତ୍ତିର ମାଲିକ ବୋଲି ଜଣାଯାଇଛି। ସବୁଠାରୁ କମ୍ ସମ୍ପତ୍ତି(୨୬ ଲକ୍ଷ) ତ୍ରିପୁରା ମୁଖ୍ୟମନ୍ତ୍ରୀ ମାନିକ ସରକାରଙ୍କର ଥିବା ବେଳେ ତାଙ୍କ ଉପରକୁ ଥିବା ମମତା ବାନାର୍ଜୀ(ପଶ୍ଚିମବଙ୍ଗ)ଙ୍କର ୩୦ ଲକ୍ଷ ଏବଂ ଜମ୍ମୁ କଶ୍ମୀର ମୁଖ୍ୟମନ୍ତ୍ରୀ ମେହବୁବା ମୁଫ୍ତିଙ୍କର ୫୫ ଲକ୍ଷ ଟଙ୍କାର ସମ୍ପତ୍ତି ରହିଥିବା କଥା ଏଡିଆର୍ ତଥ୍ୟରୁ ଜଣାଯାଇଛି।
ଧନୀ ମୁଖ୍ୟମନ୍ତ୍ରୀ ତାଲିକାରେ ନବୀନ ସପ୍ତମ
Advertisment
Follow Us