ରାହୁଲଙ୍କ କଥାକୁ ବକଵାସ୍ କହିଲେ ନବୀନ

Advertisment

ଗୀତାଙ୍କ ପ୍ରସଙ୍ଗରେ ବି ପ୍ରତିକ୍ରିୟା ରଖିେଲ

ଗୀତାଙ୍କ ପ୍ରସଙ୍ଗରେ ବି ପ୍ରତିକ୍ରିୟା ରଖିେଲ

ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି: ଗଠନ ହେବ କୁଡୁମୀ ବିକାଶ ପରିଷଦ

ନୂଆଦିଲ୍ଲୀ/ଭୁବନେଶ୍ବର : ଅଖିଳ ଭାରତ କଂଗ୍ରେସ କମିଟି ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଅଭିଯୋଗକୁ ବିଲକୁଲ ବକୱାସ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନୂଆଦିଲ୍ଲୀ ଗସ୍ତରେ ଥିବା ବେଳେ ଆଜି ମୁଖ୍ୟମନ୍ତ୍ରୀ ଗଣମାଧ୍ୟମର ଏ ସଂକ୍ରାନ୍ତ ପ୍ରଶ୍ନକୁ ହସି ଉଡାଇ ଦେଇଥିଲେ।

କଂଗ୍ରେସ ଅଧ୍ୟକ୍ଷ ଗତ ୨୫ ତାରିଖ ଦିନ ଭୁବନେଶ୍ବର ତମାେଣ୍ଡା ପଡିଆରେ ମୁଖ୍ୟମନ୍ତ୍ରୀଙ୍କ ବିେରାଧରେ ସାଂଘାତିକ ଅଭିେଯାଗ ଆଣିଥିେଲ। କହିଥିଲେ, ନବୀନଙ୍କ ରିେମାର୍ଟ କଣ୍ଟ୍ରୋଲ ପ୍ରଧାନମନ୍ତ୍ରୀ ମୋଦୀଙ୍କ ହାତରେ ରହିଛି। ସେ ଯେତେବେଳେ ଯେମିତି ଚାହୁଁଛନ୍ତି, ସେମିତି ଉଠବସ କରୁଛନ୍ତି। କେବଳ ସେତିକି ନୁେହଁ, ଉଭୟ େମାଦୀ ଓ ନବୀନ ସରକାର ମଧ୍ୟରେ ଥିବା ସାମଞ୍ଜସ୍ୟ ସଂକ୍ରାନ୍ତରେ ବଖାଣିଥିଲେ। ଆଜି ଦିଲ୍ଲୀରେ ଗଣମାଧ୍ୟମ ପ୍ରତିନିଧିମାେନ ରାହୁଲଙ୍କ ମନ୍ତବ୍ୟ ଉପରେ ନବୀନଙ୍କ ପ୍ରତିକ୍ରିୟା େଲାଡିଥିଲେ।

ସେହିପରି େକନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଆକ୍ଷେପ ଉପରେ ବି ନବୀନ ପ୍ରତିକ୍ରିୟା ରଖିଥିଲେ। ଧର୍ମେନ୍ଦ୍ର ଅଭିେଯାଗ କରିଥିେଲ େଯ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ସହି ପାରୁନାହାନ୍ତି। ଏହା ଅବାନ୍ତର େବାଲି କହି ନବୀନ ଏଡାଇ ଯାଇଥିଲେ। େମାଦୀ ଯେଉଁ ଅନୁସାରେ ରିମୋଟ୍ ବଟନ୍ ଟିପୁଛନ୍ତି ସେହି ଅନୁସାରେ ନବୀନ ସରକାର ଗତିଶୀଳ ହେଉଛନ୍ତି ବୋଲି ରାହୁଲ ଅଭିଯୋଗ କରିଥିଲେ। ଭଉଣୀ ଗୀତା ମେହେଟ୍ଟା ପଦ୍ମଶ୍ରୀ େଫରାଇ ଦେବା ପ୍ରସଙ୍ଗରେ ବି ନବୀନ ଆଜି ଗଣମାଧ୍ୟମ ପ୍ରତିନିଧିଙ୍କ ସାମ୍ନାରେ ପ୍ରତିକ୍ରିୟା ରଖିଥିଲେ। କହିଥିଲେ, ପଦ୍ମଶ୍ରୀ େଫରାଇବା ତାଙ୍କ ଭଉଣୀଙ୍କର ନିଜସ୍ବ ନିଷ୍ପତ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe