ଦ୍ରୌପଦୀଙ୍କୁ ଭେଟି ଶୁଭେଚ୍ଛା ଜଣାଇଲେ ନବୀନ, ସାଂସଦମାନେ ବି ଭେଟିଲେ

Advertisment
ଦ୍ରୌପଦୀଙ୍କୁ ଭେଟି ଶୁଭେଚ୍ଛା ଜଣାଇଲେ ନବୀନ, ସାଂସଦମାନେ ବି ଭେଟିଲେ

ନୂଆଦିଲ୍ଲୀ/ଭୁବନେଶ୍ବର : ଦେଶର ୧୫ତମ ରାଷ୍ଟ୍ରପତି ଭାବେ ଦ୍ରୌପଦୀ ମୁର୍ମୁ ଆଜି ଶପଥ ନେବେ। ଏହା ପୂର୍ବରୁ ରବିବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ବିଜେଡିର ସାଂସଦମାନେ ନବନିର୍ବାଚିତ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁଙ୍କୁ ଭେଟି ଶୁଭେଚ୍ଛା ଜଣାଇଛନ୍ତି। ବିଜେଡିର ଲୋକସଭା ଓ ରାଜ୍ୟସଭାର ସାଂସଦମାନେ ଓଡିଶା ଭବନରେ ପ୍ରଥମେ ଏକତ୍ରିତ ହୋଇଥିଲେ ଏବଂ ସେଠାରୁ ସାଂସଦମାନେ ଦ୍ରୌପଦୀଙ୍କ ୪, ପଣ୍ଡିତ ଉମାଶଙ୍କର ଦୀକ୍ଷିତ ଲେନ ସ୍ଥିତ ଅସ୍ଥାୟୀ ବାସଭବନରେ ପହଞ୍ଚିଥିଲେ। ଏହାପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫ଟା ୪୦ ମିନିଟରେ ସେଠାରେ ପହଞ୍ଚିଥିଲେ। ମୁଖ୍ୟମନ୍ତ୍ରୀ ସେଠାରେ ସମସ୍ତ ସାଂସଦଙ୍କ ସହିତ ମିଶି ନବନିର୍ବାଚିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟି ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ।

publive-image

ରାଷ୍ଟ୍ରପତିଙ୍କୁ ଭେଟିବା ପରେ ନବୀନ କହିଛନ୍ତି ଯେ ଦ୍ରୌପଦୀ ମୁର୍ମୁଙ୍କୁ ଭେଟି ଶୁଭେଚ୍ଛା ଜଣାଇଲି । ଓଡିଆ ଝିଅ ରାଷ୍ଟ୍ରପତି ହୋଇଥିବାରୁ ଅତ୍ୟନ୍ତ ଖୁସି ଅଛି। ଆମେ ତାଙ୍କ ପାଇଁ ଗର୍ବିତ। ସେହିପରି ଦ୍ରୌପଦୀଙ୍କୁ ଭେଟିଥିବା ରାଜ୍ୟସଭା ଓ ଲୋକସଭା ସାଂସଦମାନେ ବି ଓଡ଼ିଶା ଝିଅଙ୍କ ପାଇଁ ଖୁସିଥିବା କହିଛନ୍ତି। ମୁଖ୍ୟମନ୍ତ୍ରୀ ଦ୍ରୌପଦୀଙ୍କ ବାସଭବନକୁ ଭେଟିବାକୁ ଯିବାବେଳେ ଓଡ଼ିଶାର ପାରମ୍ପାରିକ ନୃତ୍ୟ, ବାଦ୍ୟରେ ସମଗ୍ର ଅଞ୍ଚଳ ଉତ୍ସବ ମୁଖରିତ ହୋଇଯାଇଥିଲା।

publive-image

ସୂଚନାଯୋଗ୍ୟ ଯେ ଆଜି (ସୋମବାର) ସଂସଦର ସେଣ୍ଟ୍ରାଲ ହଲ୍‌ରେ ଆୟୋଜନ ହେବାକୁ ରାଷ୍ଟ୍ରପତିଙ୍କ ଶପଥ ଗ୍ରହଣ ଉତ୍ସବରେ ମୁଖ୍ୟମନ୍ତ୍ରୀଙ୍କ ସମେତ ସମସ୍ତ ସାଂସଦ ଉପସ୍ଥିତ ରହିବେ।

publive-image ମୟୂରଭଞ୍ଜ ଜିଲ୍ଲାର ବିଜେପି ବିଧାୟକମାନେ ଦ୍ରୌପଦୀ ମୁର୍ମୁଙ୍କୁ ଭେଟି ଶୁଭେଚ୍ଛା ଜଣାଉଛନ୍ତି

ସେହିଭଳି ରବିବାର ଦିନ ମୟୂରଭଞ୍ଜ ଜିଲ୍ଲାର ୬ଜଣ ବିଜେପି ବିଧାୟକ ଦ୍ରୌପଦୀ ମୁର୍ମୁଙ୍କୁ ଭେଟି ଶୁଭେଚ୍ଛା ଜଣାଇଛନ୍ତି।ରାଷ୍ଟ୍ରପତିଙ୍କ ଶପଥ ଗ୍ରହଣ ଉତ୍ସବ ପାଇଁ ସ୍ବତନ୍ତ୍ର ନିମନ୍ତ୍ରଣ ପାଇ ଉଦଳା ବିଧାୟକ ଭାସ୍କର ମଢ଼େଇ, ରାଇରଙ୍ଗପୁର ବିଧାୟକ ନବ ଚରଣ ମାଝୀ, ବାରିପଦା ବିଧାୟକ ପ୍ରକାଶ ସୋରେନ, ବଡ଼ସାହି ବିଧାୟକ ସନାତନ ବିଜୁଳି, ସାରସକଣା ବିଧାୟକ ଡ଼. ବୁଢ଼ାନ୍ ମୁର୍ମୁ, ଯଶିପୁର ବିଧାୟକ ଗଣେଶ ରାମସିଂହ ଖୁଣ୍ଟିଆ ପ୍ରମୁଖ ଦିଲ୍ଲୀ ଗସ୍ତରେ ଯାଇଛନ୍ତି। ସମସ୍ତେ ଆସନ୍ତକାଲିର ଶପଥଗ୍ରହଣ ଉତ୍ସବରେ ଉପସ୍ଥିତ ରହିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe