ମୁମ୍ବାଇ: ସୋମବାର (ଅଗଷ୍ଟ ୧୧) ଅପରାହ୍ନରେ ନଭି ମୁମ୍ବାଇର ନେରୁଲରେ ଥିବା ସୁଶ୍ରୁଷା ହସ୍ପିଟାଲର ବେସମେଣ୍ଟରେ ଅଗ୍ନିକାଣ୍ଡ ଘଟିଛି। ହସ୍ପିଟାଲ ଭିତରେ ଫସି ରହିଥିବା ସମସ୍ତ ରୋଗୀଙ୍କୁ ଯୁଦ୍ଧକାଳିନଭିତ୍ତିରେ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି।
ଅଗ୍ନିକାଣ୍ଡ ସମ୍ପର୍କରେ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିବା ଅଗ୍ନିଶମ ବାହିନୀର ଦଳ ଏକ ଘଣ୍ଟା ସମୟ ମଧ୍ୟରେ ନିଆଁକୁ ନିୟନ୍ତ୍ରଣ କରିଥିଲେ।
ସୂଚନାଯୋଗ୍ୟ,ନଭି ମୁମ୍ବାଇର ନେରୁଲସ୍ଥିତ ସୁଶ୍ରୁଷା ହସପିଟାଲର ୩ୟ ମହଲାରେ ଏହି ଅଗ୍ନିକାଣ୍ଡ ଘଟିଛି । ନିଆଁ ଲାଗିଥିବା ବେଳେ ୩ୟ ମହଲାରେ ୨୧ ଜଣ ରୋଗୀ ରହିଥିଲେ । ଆଇସିୟୁରେ ୪ ଜଣ ରୋଗୀ ଭର୍ତ୍ତି ଥିଲେ । ସମସ୍ତ ରୋଗୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇ ଆମ୍ବୁଲାନ୍ସ/ଅକ୍ସିଜେନ୍ ଆମ୍ବୁଲାନ୍ସ ଯୋଗେ ଅନ୍ୟହସପିଟାଲକୁ ପଠାଇ ଦିଆଯାଇଛି । ସମସ୍ତ ରୋଗୀଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି।
ଏହି ଅଗ୍ନିକାଣ୍ଡରେ ହସ୍ପିଟାଲର ବେସମେଣ୍ଟ ସମ୍ପୂର୍ଣ୍ଣ ଭାବେ ଜଳିଯାଇଛି। ନିଆଁ ଲାଗିବାର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ। ତଦନ୍ତ ଚାଲିଛି। ସୌଭାଗ୍ୟବଶତଃ ଏହି ଅଗ୍ନିକାଣ୍ଡରେ କେହି ଆହତ ହୋଇ ନଥିବା ବେଳେ ରୋଗୀ ଓ ସେମାନଙ୍କ ସମ୍ପର୍କୀୟମାନେ ସମାନ୍ୟ ଭୟଭୀତ ହୋଇଯାଇଛନ୍ତି।
Follow Us