ଜେଲକୁ ଯିବା ପରେ ୨୪ଘଣ୍ଟା ହେଲାଣି ଖାଦ୍ୟ ଗ୍ରହଣ କରିନାହାନ୍ତି ସିଦ୍ଧୁ, ଚିନ୍ତାରେ ପରିବାର

Advertisment
ଜେଲକୁ ଯିବା ପରେ ୨୪ଘଣ୍ଟା ହେଲାଣି ଖାଦ୍ୟ ଗ୍ରହଣ କରିନାହାନ୍ତି ସିଦ୍ଧୁ, ଚିନ୍ତାରେ ପରିବାର

indiatoday

ଚଣ୍ଡିଗଡ଼: ଜେଲକୁ ଯିବା ପରେ ୨୪ଘଣ୍ଟା ହେଲାଣି ଖାଦ୍ୟ ଗ୍ରହଣ କରିନାହାନ୍ତି କଂଗ୍ରେସ ନେତା ନବଜୋତ ସିଂହ ସିଦ୍ଧୁ। ଏବିଷୟରେ ସିଦ୍ଧୁଙ୍କ ଓକିଲ ସୂଚନା ଦେଇଛନ୍ତି। ତାଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ଅନୁଯାୟୀ ରାଜନେତା ନବଜୋତ ସିଂ ସିଦ୍ଧୁଙ୍କୁ ଖାଦ୍ୟ ଯୋଗାଇ ଦିଆଯାଉ ବୋଲି ଓକିଲ ଏଚ୍‌ପି ଭର୍ମା ପଟିଆଲା କୋର୍ଟରେ ଆବେଦନ କରିଛନ୍ତି। ତେବେ ଏପର୍ଯ୍ୟନ୍ତ କୌଣସି ଅଧିକାରୀଙ୍କ ତରଫରୁ କୌଣସି ପ୍ରତିକ୍ରିୟା ମିଳିନାହିଁ ବୋଲି ସେ ଅଭିଯୋଗ କରିଛନ୍ତି।

ଅନ୍ୟପକ୍ଷରେ ସିଦ୍ଧୁ ଏବେ ଖାଦ୍ୟ ତ୍ୟାଗ କରିଥିବାରୁ ତାଙ୍କ ପରିବାର ଲେ‌ାକେ ଚିନ୍ତାରେ ଥିବା କୁହାଯାଉଛି। ଗତକାଲି ଜେଲ ଯିବା ପରେ ବି ସିଦ୍ଧୁ ରାତିରେ ଖାଦ୍ୟ ଗ୍ରହଣ କରିବାକୁ ମନା କରିଦେଇଥିଲେ। ରାତ୍ର ଭୋଜନ ନକରି ବି ସେ କିଛି ଔଷଧ ଖାଇଥିଲେ ବୋଲି ଜଣେ ଜେଲ୍‌ ଅଧିକାରୀ ଗଣମାଧ୍ୟମକୁ କହିଥିଲେ। ତେବେ ସେ କ’ଣ ପାଇଁ ଏଭଳି ଖାଦ୍ୟ ଗ୍ରହଣ କରୁନାହାନ୍ତି, ତାହା ଜଣାପଡ଼ିନାହିଁ।

ପ୍ରାପ୍ତ ସୂଚନା ଅନୁସାରେ, ଜେଲ୍‌ରେ ସିଦ୍ଧୁଙ୍କୁ ଗୋଟାଏ ଟେବୁଲ୍‌, ଗୋଟାଏ ଚେଆର୍‌, ଦୁଇଟି ପଗଡ଼ି, ଗୋଟାଏ ଆଲମାରି, ଗୋଟାଏ କମ୍ବଳ, ତିନି ହଳ ଅନ୍ତର୍ବାସ, ଦୁଇଟି ଟାୱେଲ୍‌, ଗୋଟାଏ ମଶାରି, ଗୋଟାଏ କଲମ, ଗୋଟାଏ ଖାତା, ହଳେ ଜୋତା, ଦୁଇଟି ବେଡ୍‌ସିଟ୍‌, ଚାରି ହଳ କୁର୍ତ୍ତା ପାଇଜାମା ଏବଂ ଦୁଇଟି ତକିଆ ଖୋଳ ଦିଆଯାଇଛି।

୧୯୮୮ ‘ରୋଡ୍‌ ରେଜ୍‌’ ମାମଲାରେ ସୁପ୍ରିମ୍‌ କୋର୍ଟ ଗୁରୁବାର ଦିନ ସିଦ୍ଧୁଙ୍କୁ ବର୍ଷେ ଜେଲ୍‌ ଦଣ୍ଡାଦେଶ ଦେବା ପରେ ତାଙ୍କୁ କଏଦୀ ନମ୍ବର ୨୪୧୩୮୩ ଭାବେ ବାରାକ୍‌ ନମ୍ବର ୭ରେ ଅବସ୍ଥାପନ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe